ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ମହାରାଷ୍ଟ୍ର ନିର୍ବାଚନ ପାଇଁ ବିଜେପିର ତୃତୀୟ ଲିଷ୍ଟ ଜାରି, ୨୫ ପ୍ରାର୍ଥୀଙ୍କ ନାଁ ହେଲା ଘୋଷଣା

Published By : Harapriya Biswal | October 28, 2024 5:49 PM

ମୁମ୍ବାଇ,୨୮।୧୦: ଭାରତୀୟ ଜନତା ପାର୍ଟି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ତୃତୀୟ ଲିଷ୍ଟ ଜାରି କରିଛି। ତୃତୀୟ ଲିଷ୍ଟରେ ମୋଟ ୨୫ ପ୍ରାର୍ଥୀଙ୍କୁ ସ୍ଥାନ ଦିଆଯାଇଛି। ଏଥିରେ ନାଗପୁର-ପଶ୍ଚିମରୁ ସୁଧାକର କୋହଲି ଓ ନାଗପୁର-ଉତ୍ତରରୁ ମିଲିନ୍ଦ ପାଣ୍ଡୁରଙ୍ଗ ମାନେଙ୍କୁ କରିଛନ୍ତି ପ୍ରାର୍ଥୀ। ବିଜେପି ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏପର୍ଯ୍ୟନ୍ତ ମୋଟ ୧୪୬ ପ୍ରାର୍ଥୀଙ୍କୁ ମୈଦାନରୁ ଓହ୍ଲାଇଛି। ବିଜେପି ନିଜର ପ୍ରଥମ ଲିଷ୍ଟ ୨୦ ଅକ୍ଟୋବରରେ ଜାରି କରିଥିଲା। ଏହି ଲିଷ୍ଟରେ ୯୯ ପ୍ରାର୍ଥୀଙ୍କୁ ସ୍ଥାନ ଦିଆଯାଇଥିଲା। 

ପ୍ରଥମ ଲିଷ୍ଟରେ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ଓ ପ୍ରଦେଶ ଅଧ୍ୟକ୍ଷ ଚନ୍ଦ୍ରଶେଖର ବାଭନକୁଲେଙ୍କ ସମେତ ବହୁ ବରିଷ୍ଟ ନେତାଙ୍କ ନାଁ ଥିଲା।। ଏହାପରେ ବିଜେପି ଦ୍ବିତୀୟ ଲିଷ୍ଟ ୨୭ ଅକ୍ଟୋବରରେ ଜାରି କରିଥିଲା। ଏହି ଲିଷ୍ଟରେ ୨୨ ପ୍ରାର୍ଥୀଙ୍କ ନାଁ ଥିଲା। ମହରାଷ୍ଟ୍ରର ୨୮୮ ସଦସ୍ୟ ବିଧାନସଭା ପାଇଁ ୨୦ ନଭେମ୍ବରରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି, ସେଭଳି ୨୩ ନଭେମ୍ବରରେ ଫଳାଫଳ ଘୋଷଣା କରାଯିବ। 

ତୃତୀୟ ଲିଷ୍ଟରେ ଦଳ ନାଗପୁର-ପଶ୍ଚିମରୁ ସୁଧାରକ କୋହଲି ଓ ନାଗପୁର ଉତ୍ତରରୁ ମିଲିନ୍ଦ ପାଣ୍ଡୁରଙ୍ଗ ମାନେଙ୍କୁ ପ୍ରାର୍ଥୀ କରିଛି। ପାର୍ଟି ନାଗପୁର-ମଧ୍ୟ ଆସଦରୁ ପ୍ରବୀଣ ପ୍ରଭାକରରାଓ ଦଟକେ, ସାଭନେରରୁ ଆଶିଷ ରଞ୍ଜିତ ଦେଶମୁଖ, କଟୋଲରୁ ଚରଣସିଂହ ଠାକୁର,ଆର୍ଭିରୁ ସୁମିତ ଓ୍ବାଙ୍ଖଡେ,ସାକୋଲିରୁ ଅବିନାଶ ବ୍ରାହ୍ମଣକର,ଚନ୍ଦ୍ରପୁରରୁ କିଶୋର ଜୋରଗେଓ୍ବାର, ଭସଇରୁ ସ୍ନେହା ଡୁବେ, ବୋରିଭଲିରୁ ସଞ୍ଜୟ ଉପାଧ୍ୟ, ଭର୍ସୋଭାରୁ ଭାରତୀ ହେମନ୍ତ ଓ ଲାତୁର ସହରରୁ ଅର୍ଚ୍ଚନା ଜାକୁରକରଙ୍କୁ ପ୍ରାର୍ଥୀ କରାଯାଇଛି।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.