ପ୍ରମୂଖ ଖବର
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ବସ୍‌ ଚଲାଇବା ବେଳେ ଫୋନ୍‌ରେ କ୍ରିକେଟ୍‌ ମ୍ୟାଚ୍‌ ଦେଖୁ ଥିଲେ ଡ୍ରାଇଭର , ଚାକିରିରୁ ବିଦା ହେଲେ

Published By : Prameya | March 23, 2025 11:14 PM

ନୂଆଦିଲ୍ଲୀ : ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମ (ଏମଏସଆରଟିସି)ର ବଡ଼ କାର୍ଯ୍ୟାନୁଷ୍ଠାନ। ଗାଡ଼ି ଚଲାଉ ଥିବା ବେଳେ ନିଜ ମୋବାଇଲ ଫୋନ୍‌ରେ କ୍ରିକେଟ୍‌ ମ୍ୟାଚ୍‌ ଦେଖୁଥିଲେ ଜଣେ ବସ୍‌ ଚାଳକ। ଏନେଇ ତାଙ୍କୁ ଏମଏସଆରଟିସି ରବିବାର ବରଖାସ୍ତ କରିଛି। ଜଣେ ଅଧିକାରୀ କହିଛନ୍ତି କି , ପରିବହନ ପ୍ରାଧିକରଣ ରାଜ୍ୟର ପରିବହନ ମନ୍ତ୍ରୀ ପ୍ରତାପ ସନାଇକଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ଜଣେ ଯାତ୍ରୀ ତାଙ୍କୁ ଡ୍ରାଇଭରଙ୍କର ଭିଡ଼ିଓ କରି ପଠାଇ ଥିଲେ।

ସେ କହିଛନ୍ତି କି , ଏହି ଘଟଣା ୨୨ ମାର୍ଚ୍ଚରେ ମୁମ୍ୱାଇ-ପୁନେ ମାର୍ଗରେ ଇ-ଶିବନେରୀ ବସ୍‌ରେ ଘଟିଛି। ବସ୍‌ରେ ବସିଥିବା ଜଣେ ଯାତ୍ରୀ ଚାଳକଙ୍କୁ ନିଜର ମୋବାଇଲ ଫୋନ୍‌ରେ କ୍ରିକେଟ୍‌ ମ୍ୟାଚ୍‌ ଦେଖୁ ଥିବାର ଭିଡ଼ିଓ ରେକର୍ଡ କରି ଥିଲେ ଏବଂ ସେ କ୍ଲିପ୍‌ ପରିବହନ ମନ୍ତ୍ରୀଙ୍କ ପାଖକୁ ପଠାଇ ଦେଲେ।

ଯାତ୍ରୀମାନେ ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ମଧ୍ୟ ପୋଷ୍ଟ କରିଥିଲେ ଏବଂ ମନ୍ତ୍ରୀମାନଙ୍କୁ ଓ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ୍‌ଙ୍କୁ ଟାଗ୍‌ କରି ଥିଲେ। ସରନାଇକ ତୁରନ୍ତ ଏମଏସଆରଟିସିର ବରିଷ୍ଠର ଅଧିକାରୀଙ୍କୁ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସ୍ଥାନୀୟ ଅଧିକାରୀମାନେ ଏକ ଘରୋଇ ବସ୍‌ ସଞ୍ଚାଳକ ପକ୍ଷରୁ ନିୟୋଜିତ ଚାଳକଙ୍କୁ , ଯାତ୍ରୀଙ୍କ ସୁରକ୍ଷାକୁ ବିପଦରେ ପକାଇବାର ଅଭିଯୋଗରେ ବରଖାସ୍ତ କରିଛନ୍ତି। ଏହାସହ ସେବା ପାଇଁ ଦାୟି ଘରୋଇ କମ୍ପାନୀ ଉପରେ ୫,୦୦୦ଟଙ୍କା ଜୋରିମନା ଲଗାଇଛନ୍ତି।

ରାଜ୍ୟର ପରିବହନ ମନ୍ତ୍ରୀ ପ୍ରତାପ ସରନାଇକ୍‌ କହିଛନ୍ତି , ଇ-ଶିବନେରୀ ମୁମ୍ୱାଇ-ପୁନେ ରାସ୍ତାରେ ଏକ ପ୍ରମୁଖ ସର୍ଭିସ। ଏହି ବସରେ ଅନେକ ଲୋକ ଯାତ୍ରା କରନ୍ତି। ଏହି ସେବା ଦୁର୍ଘଟଣା-ମୁକ୍ତ ହେବା ନେଇ ଜଣାଶୁଣା। ସେହି ଚାଳକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକ ରହିଛି , ଯିଏ ଅବହେଳ ପ୍ରଦର୍ଶନ କରି ଗାଡ଼ି ଚଲାନ୍ତି। ସେମାନେ ଯାତ୍ରୀଙ୍କ ଜୀବନକୁ ବିପଦରେ ପକାଇ ଥାନ୍ତି।

ସେପଟେ ଜମ୍ମୁକାଶ୍ମୀର ଗାନ୍ଦରବଳ ଜିଲ୍ଲାରେ ଶ୍ରୀନଗର-ସୋନମର୍ଗ ମାର୍ଗରେ ରବିବାର ଏକ ବସ୍‌ ଓ ଟ୍ୟାକ୍ସିର ଧକ୍କା ହୋଇଥିଲା। ଏହି ଘଟଣାରେ ୪ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ଅଧିକାରୀମାନେ କହିଛନ୍ତି କି, ଦୁର୍ଘଟଣାଟି ଗୁଣ୍ଡ ଅଞ୍ଚଳରେ ହୋଇଛି ଏବଂ ଦୁଇଟ ଯାକ ମାଡ଼ି ସଂପୂର୍ଣ୍ଣରୂପେ କ୍ଷତିଗ୍ରସ୍ତ ହୋଇ ଯାଇଛି। ଆହତଙ୍କ ଚିକିତ୍ସା ଜାରି ରହିଛି । ମୃତକମାନେ ହେଲେ ଲେଶିଆ ଆଶିଷ, ନିକ୍କି ଆଶିଷ ଓ ହେତଲ ଆଶିଷ । ଏମାନେ ସମସ୍ତେ ମହାରାଷ୍ଟ୍ରରେ ରହୁଥିଲେ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.