ପ୍ରମୂଖ ଖବର
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ନିୟମ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀଙ୍କ ପୁଅ,ଅନୁମତି ନଥାଇ ପଶିଲେ ଗର୍ଭଗୃହରେ

Published By : Anindita Ratha | October 18, 2024 11:52 AM

ନୂଆଦିଲ୍ଲୀ,୧୮/୧୦: ନିୟମ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ। ଅନୁମତି ନଥାଇ  ପଶିଲେ ଗର୍ଭଗୃହରେ। ତେବେ ଏଭଳି  ଅଭିଯୋଗ ଆସିଛି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସାଂସଦ ପୁଅଙ୍କ ବିରୋଧରେ। ତେବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଥିବା ମହାକାଳ ମନ୍ଦିରର ନିୟମ ଭାଙ୍ଗିଥିବା ଅଭିଯୋଗ ହୋଇଛି। ନିଷେଧାଦେଶ ସତ୍ତ୍ୱେ ଶ୍ରୀକାନ୍ତ ସିନ୍ଦେ ତାଙ୍କ ପତ୍ନୀ ଏବଂ ଦୁଇ ସାଥୀଙ୍କ ସହ ଗର୍ଭଗୃହ ଭିତରକୁ ପଶି ପୂଜା କରିଥିବା କୁହାଯାଉଛି।

ସୂଚନା ଅନୁସାରେ,  ମହାକାଳଙ୍କ ଦର୍ଶନ ପାଇଁ ଆସିଥିବା ଶ୍ରୀକାନ୍ତ ସିନ୍ଦେ ଓ ତାଙ୍କ ପତ୍ନୀ ଓ ଦୁଇ ସାଥୀ ମନ୍ଦିରର ଗର୍ଭଗୃହରେ ପଶି ପୂଜା କରୁଥିବାର ଫଟୋ ଆଉ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏମାନେ ସମସ୍ତେ ଗତ ବୁଧବାର ସନ୍ଧ୍ୟାରେ ଗର୍ଭଗୃହରେ ପ୍ରବେଶ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ମହାକାଳଙ୍କ ଶୃଙ୍ଗାର ବେଳେ ଏହି ଚାରି ଜଣ ଶିବଲିଙ୍ଗ ନିକଟରେ ବସି ପୂଜା କରିଛନ୍ତି। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଥିବା ବେଳେ ଏହାକୁ ନେଇ ବଢିବାରେ ଲାଗିଛି ଉତ୍ତେଜନା । ତେବେ ଅନୁମତି ନଥାଇ ସେ କିଭଳି ଗର୍ଭଗୃହକୁ ପ୍ରବେଶ କଲେ ତାକୁ ନେଇ  ଉଠିଛି ପ୍ରଶ୍ନ । ଏହି ପ୍ରସଙ୍ଗକୁ ଉତ୍ତେଜନା ବଢ଼ିବା ପରେ, ପ୍ରଶାସନ କହିଛି ଯେ ସେମାନେ ଏହି ମାମଲାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଯଦି କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ରକ୍ଷା କରାଯିବ ନାହିଁ। ତେବେ ନିୟମ ଅନୁଯାୟୀ, ଗତ ଏକ ବର୍ଷ ଧରି ମହାକଳ ମନ୍ଦିରର ଗର୍ଭଗୃହକୁ ସମସ୍ତ ଭକ୍ତଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି। କେବଳ ପୁରୋହିତମାନଙ୍କୁ ଏଠାରେ ପ୍ରବେଶ କରିବାକୁ ଅନୁମତି ରହିଛି। ଭକ୍ତ ଏବଂ ଶ୍ରଦ୍ଧାଳୁ ପାଇଁ ନିୟମ ଅଛି ଯେ ସେମାନେ ମହାକଳେଶ୍ୱର ଶିବଲିଙ୍ଗ ଠାରୁ ୫୦ ଫୁଟ ଦୂରରୁ ଦର୍ଶନ ପାଇପାରିବେ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.