ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପ୍ରଧାନମନ୍ତ୍ରୀଙ୍କୁ ମହାରାଷ୍ଟ୍ର ଶ୍ରଦ୍ଧାଳୁଙ୍କ ଅଭିଯୋଗ: ମହାପ୍ରସାଦ ବଣ୍ଟନରେ ରହୁନି ସ୍ୱଚ୍ଛତା, ମୁଖ୍ୟ ପ୍ରଶାସକଙ୍କୁ କାରଣ ଦର୍ଶାଅ ନୋଟିସ୍

Published By : Rasmita Pradhan | July 9, 2025 10:36 AM

ପୁରୀ, ୦୯/୦୭: ମହାପ୍ରଭୁଙ୍କ ସମର୍ପଣ ପରେ ମହାପ୍ରସାଦ କିଣିବାକୁ କେବଳ ପଇସା ଥିବା ଲୋକେ ସମର୍ଥ ହେଉଛନ୍ତି । ଯାହା ପାଖରେ ପଇସା ନାହିଁ ସେ ନିରାଶ ହେଉଛି । କେବଳ ମହାପ୍ରସାଦକୁ ଦେଖୁଛି ଓ ଭୋକିଲା ରହୁଛି । ଏଭଳି ଅବର୍ଣ୍ଣନୀୟ କଷ୍ଟ ଓ ତିକ୍ତ ଅନୁଭୂତି ସମ୍ପର୍କରେ ମହାରାଷ୍ଟ୍ର ମୁମ୍ବାଇ ସହର ବାସିନ୍ଦା ମନିଷ କପୁର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ ଦେଇଛନ୍ତି । ଯାହା ପରେ ରାଜ୍ୟ ଆଇନ ବିଭାଗ ଯୁଗ୍ମ ସଚିବ ଅଂଶୁମାନ ମହାନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ କାରଣ ଦର୍ଶାଅ ଚିଠି କରିଛନ୍ତି । ଏହି ଘଟଣା ଉପରେ ଉଚିତ୍ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । 

ମନିଷ କପୁର ଶ୍ରୀମନ୍ଦିର ଶୋଷଣ, ଦୁର୍ନୀତି ଓ ସାମାଜିକ ଭେଦଭାବର ତିକ୍ତ ଅନୁଭୂତି ଦେଖିଥିଲେ । ସେ ଅଭିଯୋଗ କରିଛନ୍ତି, ମହାପ୍ରସାଦର ବ୍ୟବସାୟୀକରଣ ହୋଇଛି । ପଇସାବାଲାଙ୍କ ହାତ ଟେକା ମହାପ୍ରସାଦ ମିଳିଲେ ଗରିବଙ୍କ ପେଟ ପୂରୁଛି । କେବଳ ସେବକ ଓ ତାଙ୍କ କର୍ମଚାରୀଙ୍କ ଦ୍ୱାରା ମହାପ୍ରସାଦ ବିକ୍ରିବଟା ହେଉଛି । ମହାପ୍ରସାଦ କଳାବଜାରି ମଧ୍ୟ କରାଯାଉଛି । ପତିତଜନଙ୍କ ନିମନ୍ତେ ମହାପ୍ରଭୁ ପତିତପାବନ ଭାବେ ପରିଚିତ । ଏହି ଠାକୁରଙ୍କ ଦର୍ଶନ କରିବା ନିମନ୍ତେ ଅନେକ ଗରିବ ଶ୍ରଦ୍ଧାଳୁ ଅର୍ଥର ବ୍ୟବସ୍ଥା କରି ନପାରି ଦୂରଦୂରାନ୍ତରୁ ଚାଲି ଚାଲି ହେଉ ବା ଟ୍ରେନ୍‌ ଯୋଗେ ଶ୍ରୀକ୍ଷେତ୍ରକୁ ଆସନ୍ତି । ହେଲେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାହିଁକି ଧନୀ-ଗରିବ ଭେଦଭାବ ସୃଷ୍ଟି କରି ମହାପ୍ରସାଦ ବଣ୍ଟନରେ ପାତରଅନ୍ତର କରୁଛନ୍ତି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଏହି ବିଶାଳ ଜାତୀୟ ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ନିମନ୍ତେ ଶ୍ରୀମନ୍ଦିରରେ ନ୍ୟାୟ, ସ୍ୱଚ୍ଛତା, ସଦ୍‌ଭାବ ବଜାୟ ରଖିବାକୁ କାର୍ଯ୍ୟ କରାଯାଉ ବୋଲି ସେ ନିବେଦନ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.