ପୌର ନିର୍ବାଚନକୁ ନେଇ ମହାବିକାଶ ଅଘାଡିରେ ବିବାଦ, ଶରଦ ପାଓ୍ବାରଙ୍କୁ ଭେଟିଲେ ଉଦ୍ଧବ
Published By :
Harapriya
- Prameya Bureau |
October 11, 2025 05:21 PM
ମୁମ୍ବାଇ, ୨୦।୧: ଆଗକୁ ଆସୁଛି ମହାରାଷ୍ଟ୍ରରେ ପୌର ନିର୍ବାଚନ। ଏଭଳି ସମୟରେ ମହାବିକାଶ ଅଘାଡି(ଏମଭିଏ) ରେ ସୃଷ୍ଟି ହୋଇଛି ଅସନ୍ତୋଷ। ଶିବସେନା (ୟୁବିଟି)ର ନେତା ଉଦ୍ଧବ ଠାକରେ ମହାରାଷ୍ଟ୍ରରେ ଆଗାମୀ ନିର୍ବାଚନ ନେଇ ଏସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟିଛନ୍ତି। ପାର୍ଟି ସୁତ୍ରରୁ କୁହାଯାଇଛି ଯେ, ଠାକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପାଓ୍ବାରଙ୍କ ଦକ୍ଷିଣ ମୁମ୍ବାଇ ସ୍ଥିତ ବାସଭବନ ’ ସିଲଭର ଓକ୍’ ପହଁଞ୍ଚିଛନ୍ତି ଓ ଏକ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଆଲୋଚନା କରିଛନ୍ତି।
ବିରୋଧି ମେଣ୍ଟ ଏମଭିଏର ଗଠନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଶରଦ ପାଓ୍ବାର ମତଭେଦକୁ ଶେଷ କରିବା ପାଇଁ ହସ୍ତକ୍ଷେପ କରିଛନ୍ତି। ନିକଟରେ ସେ କହିଛନ୍ତି, ସେ ଆଗାମୀ ପୌର ନିର୍ବାଚନ ଲଢିବା ଉପରେ ଚର୍ଚ୍ଚା କରିବା ପାଇଁ ମେଣ୍ଟର ତିନି ଘଟକ ଦଳ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏସ୍ପି), ଶିବସେନା(ୟୁଏନ୍ଟି) ଓ କଂଗ୍ରେସ ବୈଠକ ଡକାଇବେ।

ଶିବସେନା ୟୁବିଟି ଘୋଷଣା କରିଛି ଯେ, ସ୍ଥାନୀୟ ପୌର ନିର୍ବାଚନ ଏକାକୀ ଲଢିବ। ଏହାକୁ ନେଇ ପାଓ୍ବାର ନିକଟରେ କହିଥିଲେ ରାଷ୍ଟ୍ରୀୟ ସ୍ତରରେ ଗଠିତ ’ଇଣ୍ଡିଆ ମେଣ୍ଟ’ ଓ ମହାରାଷ୍ଟ୍ର ପାଇଁ ଗଠିତ ମହାବିକାଶ ଅଘାଡି(ଏମ୍ଭିଏ) ରାଷ୍ଟ୍ରୀୟ ଓ ରାଜ୍ୟ ସ୍ତରରେ ନିର୍ବାଚନ ଲଢିବା ପାଇଁ ହୋଇଥିଲା। ସ୍ଥାନୀୟ ସ୍ତରରେ ଲଢିବାକୁ ନୁହେଁ। ସେ କହିଛନ୍ତି, ନା ମୁଁ କେବେ ସ୍ଥାନୀୟ ସ୍ତରରେ ନିର୍ବାଚନ ଲଡିବାକୁ ଚର୍ଚ୍ଚା କରିଛି ନା କେବେ ପରାମର୍ଶ ଦେଇଛି। ରାଜନୈତିକ ସହଯୋଗୀ ପାରମ୍ପାରିକ ରୂପରେ ସ୍ଥାନୀୟ ପୌର ନିର୍ବାଚନ ସ୍ବତନ୍ତ୍ର ଭାବରେ ଲଢନ୍ତି, କିନ୍ତୁ ଶିବସେନା(ୟୁବିଟି)ର ନିଷ୍ପତ୍ତି ଏମ୍ଭିଏର ବ୍ୟବହାର୍ଯ୍ୟତା ବିଷୟରେ ଅଟକଳକୁ ଜନ୍ମ ଦେଉଛି।