ପ୍ରମୂଖ ଖବର
  • ପାକିସ୍ତାନ ବିରୋଧରେ ବିଏଲଏଫର ‘ଅପରେସନ୍ ବାମ୍’; ଏକାଥରେ ୧୭ଟି ସ୍ଥାନରେ କଲା ଆକ୍ରମଣ
  • ||
  • ପାତ୍ରପୁର ଠଣାଗାଁ ଛକ ନିକଟରେ ୨ ବୁଲେଟ ମଧ୍ୟରେ ମୁହାଁମୁହିଁଁ ଧକ୍କା , ବାପା-ପୁଅ ସମେତ ୩ମୃତ
  • ||
  • ବୌଦ୍ଧ : ଜମଘାଟୀ ଗ୍ରାମରେ ଅଘଟଣ, କୂଅରେ ପଡ଼ି ବୃଦ୍ଧଙ୍କ ମୃତ୍ୟୁ
  • ||
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ଭାଷାକୁ ନେଇ ମହାରାଷ୍ଟ୍ର ସରକାରଙ୍କ ବଡ଼ ନିଷ୍ପତ୍ତି; ୨ ପୁରୁଣା ନିଷ୍ପତ୍ତି ରଦ୍ଦ, ଗଠନ ହେଲା କମିଟି

Published By : Tapas Panda | June 29, 2025 10:43 PM

Image Courtesy: indiatv

ମୁମ୍ବାଇ: ମହାରାଷ୍ଟ୍ର ସରକାର ତିନି ଭାଷା ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ତିନୋଟି ଭାଷା ପାଇଁ ଜାରି ହୋଇଥିବା ଦୁଇଟି ପୁରୁଣା ନିଷ୍ପତ୍ତିକୁ ବାତିଲ କରାଯାଇଛି। ଏହା ବ୍ୟତୀତ, ରାଜ୍ୟ ସରକାର ଡକ୍ଟର ନରେନ୍ଦ୍ର ଯାଦବଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିବାକୁ ଘୋଷଣା କରିଛନ୍ତି। ଏହି କମିଟି ତିନି ଭାଷା ସୂତ୍ର ଉପରେ ଏହାର ରିପୋର୍ଟ ଦାଖଲ କରିବ। 

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଅଜିତ ପାୱାର ମଧ୍ୟ ଉପସ୍ଥିତ ଥିଲେ। ମହାରାଷ୍ଟ୍ର ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ହିନ୍ଦୀ ଭାଷା ପ୍ରଚଳନ ବିରୋଧରେ ବଢ଼ୁଥିବା ବିରୋଧ ମଧ୍ୟରେ ରାଜ୍ୟ କ୍ୟାବିନେଟ୍ ରବିବାର ତିନି ଭାଷା ନୀତି କାର୍ଯ୍ୟକାରୀ କରିବା ଉପରେ ଦୁଇଟି ସରକାରୀ ଆଦେଶ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। 

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ କହିଛନ୍ତି, ‘ସରକାର ୧୬ ଏପ୍ରିଲ ୨୦୨୫ରେ ଏକ ଜିଆର ଏବଂ ୧୭ ଏପ୍ରିଲ ୨୦୨୫ରେ ଅନ୍ୟ ଏକ ଜିଆର ଜାରି କରିଥିଲେ। ଏବେ ଆମେ ଏହି ଦୁଇଟି ଜିଆର ବାତିଲ କରୁଛୁ। ଆମର ନୀତି ମରାଠୀ-କୈନ୍ଦ୍ରିକ ଏବଂ ମରାଠୀ ଛାତ୍ର-କୈନ୍ଦ୍ରିକ ହେବ। ଆମେ ଏହି ମାମଲାରେ କୌଣସି ରାଜନୀତି କରିବାକୁ ଚାହୁଁନାହୁଁ।’

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ଶିକ୍ଷାବିତ୍ ନରେନ୍ଦ୍ର ଯାଦବଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିବାର ଘୋଷଣା ମଧ୍ୟ କରିଛନ୍ତି । ଏହି କମିଟି ଭାଷା ନୀତିର କାର୍ଯ୍ୟାନ୍ୱୟନ ଏବଂ ଆଗକୁ ବଢ଼ିବାର ଉପାୟ ବିଷୟରେ ପରାମର୍ଶ ଦେବ। ମୁଖ୍ୟମନ୍ତ୍ରୀ ଫଡନବିସ୍ ଅଭିଯୋଗ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଥିବା ବେଳେ ଉଦ୍ଧବ ଠାକରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ତିନିଭାଷା ନୀତି କାର୍ଯ୍ୟକାରୀ କରିବା ପାଇଁ ଡକ୍ଟର ରଘୁନାଥ ମାଶେଲକର କମିଟିର ସୁପାରିଶକୁ ଗ୍ରହଣ କରିଥିଲେ ଏବଂ ନୀତି କାର୍ଯ୍ୟକାରୀ କରିବା ପାଇଁ ଏକ କମିଟି ଗଠନ କରିଥିଲେ। 

ଫଡନବିସ୍ କହିଛନ୍ତି, ‘ରାଜ୍ୟ କ୍ୟାବିନେଟ୍ ତିନି ଭାଷା ନୀତି କାର୍ଯ୍ୟକାରୀ କରିବା ସମ୍ପର୍କରେ ଏପ୍ରିଲ ଏବଂ ଜୁନ୍ ମାସରେ ଜାରି ହୋଇଥିବା ସରକାରୀ ସଂକଳ୍ପ (GR)କୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ଏହା ସହ ତିନି ଭାଷା ସୂତ୍ର କାର୍ଯ୍ୟକାରୀ କରିବା ପାଇଁ ସୁପାରିଶ କରିବା ପାଇଁ ଡକ୍ଟର ନରେନ୍ଦ୍ର ଯାଦବଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିବାର ମଧ୍ୟ ଘୋଷଣା କରିଛି। 

ସୂଚନାଯୋଗ୍ୟ, ଫଡନବିସ୍ ସରକାର ୧୬ ଏପ୍ରିଲରେ ଏକ ସରକାରୀ ନିର୍ଦ୍ଦେଶ ଜାରି କରିଥିଲେ । ଏଥିରେ ଇଂରାଜୀ ଏବଂ ମରାଠୀ ମାଧ୍ୟମ ବିଦ୍ୟାଳୟରେ ପଢ଼ୁଥିବା ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ହିନ୍ଦୀକୁ ବାଧ୍ୟତାମୂଳକ ତୃତୀୟ ଭାଷା କରାଯାଇଥିଲା। ଏହାକୁ ନେଇ ରାଜ୍ୟରେ ବିରୋଧ ତୀବ୍ର ହୋଇଥିଲା । ଏହା ପରେ ସରକାର ୧୭ ଜୁନରେ ଏକ ସଂଶୋଧିତ ସରକାରୀ ନିର୍ଦ୍ଦେଶ ଜାରି କରିଥିଲେ । ଯେଉଁଥିରେ ହିନ୍ଦୀକୁ ଏକ ଇଚ୍ଛାଧୀନ ଭାଷା କରାଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.