ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଉପମୁଖ୍ୟମନ୍ତ୍ରୀ ହେବେ ଏକନାଥ ସିନ୍ଦେ, ଶପଥ ଗ୍ରହଣ ପରେ ଶାହଙ୍କୁ ଭେଟିବେ !

Published By : Tapas Panda | December 5, 2024 4:30 PM

Image Courtesy: ndtv

ମୁମ୍ବାଇ: ମହାରାଷ୍ଟ୍ରର ନୂଆ ସରକାର ଶପଥ ନେବାକୁ ଯାଉଛି । ମୁମ୍ବାଇର ଆଜାଦ ମଇଦାନରେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହୋଇଯାଇଛି । ସେପଟେ ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ବୋଲି ସ୍ପଷ୍ଟ ହୋଇଯାଇଛି । ଦେବେନ୍ଦ୍ର ଫଡ଼ନାଭିସ୍‌ ଶପଥ ନେବାର କିଛି ସମୟ ପୂର୍ବରୁ ସିନ୍ଦେଙ୍କୁ ନେଇ ଲାଗିରହିଥିବା ସସପେନ୍ସ ଦୂର ହୋଇଛି । ଏନେଇ ଶିବସେନା ନେତା ଉଦୟ ସାମନ୍ତ ସୂଚନା ଦେଇଛନ୍ତି । 

ଦୁଇ ସପ୍ତାହ ଧରି ଚାଲିଥିବା ଚର୍ଚ୍ଚା ଉପରେ ବିରାମ ଟାଣିଛନ୍ତି ସାମନ୍ତ । ଗତକାଲି (ବୁଧବାର) ସନ୍ଧ୍ୟାରେ ସୂଚନା ମିଳିଥିଲା ଯେ, ଏକନାଥ ସିନ୍ଦେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭବାରେ ଶପଥ ନେଇପାରନ୍ତି । ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଅଜିତ ପାଓ୍ବାର ସ୍ପଷ୍ଟ କରିଥିଲେ ସେ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାକୁ ପ୍ରସ୍ତୁତ ଅଛନ୍ତି । କିନ୍ତୁ  ସିନ୍ଦେ ଏନେଇ କୌଣସି ପ୍ରତିକ୍ରିୟା ଦେଇନଥିଲେ । ହେଲେ ବର୍ତ୍ତମାନ ଶିବସେନା ନେତା ସିନ୍ଦେଙ୍କ ଶପଥ ଗ୍ରହଣ ନେଇ ସ୍ପଷ୍ଟ କରିଦେଇଛନ୍ତି ।  

 ଶିବସେନା ନେତା ସଂଜୟ ଶୀରସାତ କହିଛନ୍ତି ଯେ, ‘ଏକନାଥ ସିନ୍ଦେ ଆମର ଅନୁରୋଧ ରକ୍ଷା କରି ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାକୁ ରାଜି ହୋଇଯାଇଛନ୍ତି । ଆମେ ମଧ୍ୟ ଚାହୁଁଛୁ ସେ ଶପଥ ଗ୍ରହଣ କରନ୍ତୁ ।’ ସେପଟେ ଆଉ ବଡ଼ ଖବର ସାମ୍ନାକୁ ଆସିଛି । ଶପଥ ନେବା ପରେ ପରେ ଏକନାଥ ସିନ୍ଦେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିପାରନ୍ତି । ଏହି ସମୟରେ ଏକନାଥ ସିନ୍ଦେ ପୁଣି ଥରେ ଗୃହ ମନ୍ତ୍ରାଳୟ ଲାଗି ଦାବି କରିପାରନ୍ତି ।   ଯଦି ଗୃହ ମନ୍ତ୍ରାଳୟ ନମିଳେ ତେବେ ତାଙ୍କୁ ସହରୀ ବିକାଶ କିମ୍ବା ଅନ୍ୟ ଶକ୍ତିଶାଳୀ ମନ୍ତ୍ରାଳୟ ମିଳିପାରେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.