ପ୍ରମୂଖ ଖବର
  • କାମାକ୍ଷାନଗର : ଟାଙ୍ଗିଆରେ ସ୍ତ୍ରୀକୁ ହାଣି ଦେଲା ପାଗଳ ସ୍ୱାମୀ, କାରଣ ଅସ୍ପଷ୍ଟ
  • ||
  • ସୁନ୍ଦରଗଡ଼ : ପଡିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କଟକ: ଛତ୍ରବଜାରରେ ଯୋଗାଣ ବିଭାଗର ରେଡ୍ ଦର ନିୟନ୍ତ୍ରଣ ପାଇଁ ବେପାରିଙ୍କୁ ତାଗିଦ୍
  • ||
  • ପାଟଣାରେ ପୁଣି ଶୂନ୍ୟରୁ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଥରି ଉଠିଲା ଘରଦ୍ଵାର
  • ||
  • ମାଲକାନଗିିରି: ଲାଲବାହିନୀର ବର୍ବରକାଣ୍ଡ, ମୋବାଇଲ୍ ଟାୱାର ଉଡାଇଦେଲେ ମାଓବାଦୀ
  • ||
  • କଟକ: ମହାନଦୀକୁ ଡେଇଁ ଆତ୍ମହତ୍ୟା, ମୃତଦେହ ଜବତ କରିବ ପରିଚୟ ଖୋଜୁଛି ପୋଲିସ
  • ||
  • ନଭେମ୍ବରରେ ୧.୮୨ ଲକ୍ଷ କୋଟିର ଜିଏସ୍‌ଟି ସଂଗ୍ରହ
  • ||
  • ପାଟଣା : ଶୋଇବା ଘରୁ ଇଞ୍ଜିନିୟରିଂ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ଗୋରୁ ବୋଝେଇ ଗାଡ଼ିକୁ ଗୋଡେଇ ଗୋଡେଇ ଧରିଲା ପୋଲିସ, ଡ୍ରାଇଭର ଫେରାର
  • ||
  • ବୈପାରିଗୁଡା : ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ, ୫ ଗିରଫ
  • ||
  • ଏମ୍‌କେସିଜିରେ ପୁଣି ଜୁନିୟର୍‌ଙ୍କୁ ରାଗିଂ ଅଭିଯୋଗ, ଆଜି ଆଣ୍ଟି ରାଗିଂ ସେଲ୍‌ର ବୈଠକ
  • ||
  • ଆନନ୍ଦପୁର : ଖଣି ବିଭାଗ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଉପରେ ଆକ୍ରମଣ, ୪ ଆହତ
  • ||
  • ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୪ ଯାଏ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ସଙ୍କଟରେ ମହାୟୁତି ? ସିନ୍ଦେ ହେବନି ଉପ-ମୁଖ୍ୟମନ୍ତ୍ରୀ, ମନାକଲା ଶିବସେନା

ମୁମ୍ବାଇ,୨୭।୧୧: ମହାରାଷ୍ଟ୍ରରେ ବମ୍ପର ବିଜୟ ପରେ ମହାୟୁତିରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ। ଏକନାଥ ସିନ୍ଦେଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁନି ବୋଲି ସ୍ପଷ୍ଟ କରିଛି ଶିବସେନା । ସେପଟେ ଦେବେନ୍ଦ୍ର ଫଡନାଭିସ୍‌ଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛି ବିଜେପି, ଏବେ ତାହାକୁ ନେଇ ଆରମ୍ଭ ହୋଇଛି କୋଲ୍ଡଓ୍ବାର। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା ପରେ ଲାଗୁଛି ମହାୟୁତିରେ ଦେଖା ଦେଇପାରେ ମହାସଙ୍କଟ। 

ଶିବସେନା ସଫା ସଫା ମନା କରିଦେଇଛି ଯେ, ସିନ୍ଦେଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦରେ ଆମେ କେବେ ସ୍ବୀକାର କରିବୁନି। ତାଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରାଯାଉ। ବିଧାନସଭା ନିର୍ବାଚନ ସିନ୍ଦେଙ୍କ ନାଁ ନେଇ ଲଢାଯାଇଛି। ସେ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବାର ହକଦାର। ଆମେ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ କେବେ ବି ସ୍ବୀକାର କରିବୁନି।  

ଲୋକସଭା ନିର୍ବାଚନରେ ଖରାପ ପ୍ରଦର୍ଶନ ପରେ କୁହାଯାଥିଲା ବିଧାନସଭାରେ ଯଦି ମହାୟୁତି ଆସେ ତେବେ ସିନ୍ଦେ ହିଁ ମୁଖ୍ୟମନ୍ତ୍ରୀ ହେବେ। ହେଲେ ବିଜେପି ନେତାଙ୍କ କହିବା ଅନୁସାରେ, ପୂର୍ବରୁ ଧାର୍ଯ୍ୟ ହୋଇଥିଲା ଯେ, ନିର୍ବାଚନ ଫଳାଫଳ ପରେ ତିନି ଦଳର ନେତା ଏକାଠି ବସି ନିଷ୍ପତ୍ତି ନେବେ। ହେଲେ ମହାୟୁତିରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ହୋଇପାରୁନି ଫାଇନାଲ। ଏପରି ସ୍ଥଳେ ମେଣ୍ଟ ମଧ୍ୟ ଫାଟ ହେବାର ଆଶଙ୍କା ବଢିଯାଇଛି।  ଜୁନ୍‌ ୨୦୨୨ ରେ ସିନ୍ଦେଙ୍କ ସହ ବହୁ ବିଧାୟକ ଅବିଭାଜିତ ଶିବସେନାଠାରୁ ଅଲଗା ହୋଇଥିଲେ। ସେତେବେଳେ ସିନ୍ଦେ ବିଜେପି ସହ ମିଶି ସରକାର ଗଠନ କରିଥିଲେ। ଏହାପରେ ସେ ହୋଇଥିଲେ ମୁଖ୍ୟମନ୍ତ୍ରୀ। ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫଡନାଭିସଙ୍କୁ କରାଯାଇଥିଲା ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.