ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପବିତ୍ର ମହାଶିବରାତ୍ରୀ, ଜାଣନ୍ତୁ ୪ ପ୍ରହରରେ ଭୋଳାବାବଙ୍କ ସମ୍ପୂର୍ଣ୍ଣ ପୂଜା ବିଧି

Published By : Harapriya Sethi | February 26, 2025 7:27 AM

ମହାଶିବରାତ୍ରୀର ପବିତ୍ର ପର୍ବ ବ୍ରହ୍ମାଣ୍ଡର ବିନାଶକାରୀ ଏବଂ ସବୁଠାରୁ ଦୟାଳୁ ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ସମର୍ପିତ । ହିନ୍ଦୁ ଧର୍ମରେ ମହାଶିବରାତ୍ରୀର ପର୍ବର ବିଶେଷ ମହତ୍ତ୍ୱ ରହିଛି । ମହାଶିବରାତ୍ରିର ରାତିରେ ଭୋଳାବାବା ଶିବଲିଙ୍ଗରେ ବାସ କରନ୍ତି ବୋଲି ମାନ୍ୟତା ରହିଛି । ଆଜିର ରାତି ମହାସିଦ୍ଧିଦାୟିନୀ । ତେଣୁ ସେହି ସମୟରେ କରାଯାଇଥିବା ପୂଜା ଏବଂ ଦାନ ନିଶ୍ଚିତ ଫଳପ୍ରଦ ହୋଇଥାଏ ।

ଶିବରାତ୍ରୀରେ ଶିବଙ୍କୁ ପୂଜା କରିବା ଦ୍ୱାରା ସମସ୍ତ କଷ୍ଟର ଅନ୍ତ ହୋଇଥାଏ । ମହାଶିବରାତ୍ରୀର ଚାରି ପ୍ରହର ସମୟରେ କ୍ଷୀର, ଦହି, ଗଙ୍ଗା ଜଳ, ଘିଅ ଏବଂ ବେଲପତ୍ର ଦ୍ୱାରା ଶିବଲିଙ୍ଗ ଅଭିଷେକ କରିବାର ବିଶେଷ ମହତ୍ତ୍ୱ ରହିଛି । ଆସନ୍ତୁ ଜାଣିବା ମହାଶିବରାତ୍ରୀର ଚାରୋଟି ପ୍ରହରର ଶୁଭ ସମୟ ଏବଂ ପୂଜା ପଦ୍ଧତି, ଯାହା ଆପଣଙ୍କ ଜୀବନର ସମସ୍ତ ସମସ୍ୟାକୁ ଦୂର କରି ସୁଖ ଏବଂ ସମୃଦ୍ଧିରେ ଭରିଦେବ ।

ମହାଶିବରାତ୍ରୀରେ ଶିବ ପୂଜା ପାଇଁ ଶୁଭ ସମୟ-

ଫାଲଗୁନ ମାସର କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥି ଫେବୃଆରୀ ୨୬ ତାରିଖ ଦିନ ସକାଳ ୧୧ଟା୦୮ ରେ ଆରମ୍ଭ ହେବ ଏବଂ ପରଦିନ ଅର୍ଥାତ୍ ଫେବୃଆରୀ ୨୭  ତାରିଖ ଦିନ ସକାଳ ୮ଟା ୫୪ ରେ ଶେଷ ହେବ।

ଶିବ ପୂଜା ପାଇଁ ନିଶିତା କାଳ ମୁହୂର୍ତ୍ତ - ଫେବୃୟାରୀ ୨୬ ତାରିଖ ରାତି ୧୨ଟା ୦୯ରୁ ଆରମ୍ଭ ହୋଇ ଫେବୃଆରୀ ୨୭ ତାରିଖ ରାତି ୧୨ଟା ୫୯ ପର୍ଯ୍ୟନ୍ତ ରହିବ ।

ଶିବରାତ୍ରୀ ଉପବାସ ସମୟ - ଫେବୃୟାରୀ ୨୬ ତାରିଖ ସକାଳ ୬ଟା ୪୮ରୁ ଆରମ୍ଭ ହୋଇ ଫେବୃଆରୀ ୨୭ ତାରିଖ ସକାଳ ୮ଟା ୫୪ ରେ ଶେଷ ହେବ ।

ମହାଶିବରାତ୍ରୀରେ ୪ ପ୍ରହରର ପୂଜା ବିଧି-

  • ପ୍ରଥମ ପ୍ରହରରେ ଭଗବାନ ଶିବଙ୍କ ଇଶାନ ରୂପକୁ କ୍ଷୀରରେ ଅଭିଷେକ କରନ୍ତୁ ଏବଂ ହ୍ରୀଂ ଇଶାନାୟ ନମଃ ମନ୍ତ୍ର ଜପ କରନ୍ତୁ ।
  • ଦ୍ୱିତୀୟ ପ୍ରହରରେ, ଭୋଳାବାବାଙ୍କ ଅଘୋର ରୂପକୁ ଦହିରେ ଅଭିଷେକ କରି ହ୍ରୀଂ ଅଘୋରାୟ ନମଃ ମନ୍ତ୍ର ପାଠ କରନ୍ତୁ ।
  • ତୃତୀୟ ପ୍ରହରରେ, ଶିବଙ୍କ ବାମଦେବ ରୂପକୁ ଘିଅରେ ଅଭିଷେକ କରନ୍ତୁ ଏବଂ ହ୍ରୀଂ ବାମଦେବାୟ ନମଃ ମନ୍ତ୍ର ଜପ କରନ୍ତୁ ।
  • ଚତୁର୍ଥ ପ୍ରହରରେ, ମହାଦେବଙ୍କ ସଦ୍ୟୋଜାତ ରୂପକୁ ମହୁରେ ଅଭିଷେକ କରି ହ୍ରୀଂ ସଦ୍ୟୋଜାତାୟ ନମଃ ମନ୍ତ୍ର ପାଠ କରନ୍ତୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.