ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

କଟକରେ ଜାଗର ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ସହରର ବିଭିନ୍ନ ମନ୍ଦିର ଜଗିବେ ୧୦ ପ୍ଲାଟୁନ୍ ଫୋର୍ସ

Published By : Prameya | February 25, 2025 2:42 PM

କଟକ,୨୫/୦୨: ମହାଶିବରାତ୍ରୀରେ ବିଭିନ୍ନ ଶିବ  ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳାର ସହ  କାର୍ଯ୍ୟକ୍ରମ ପରିଚାଳନା ପାଇଁ କଟକ କମିସନରେଟ୍‌ ପୁଲିସ ପକ୍ଷରୁ  ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପ୍ରାୟ ୧୦ ପ୍ଲାଟୁନ୍‌ ଫୋର୍ସ ଓ  ସ୍ଥାନୀୟ ଥାନାର ଅଧିକାରୀଙ୍କୁ ଏଥିରେ ନିୟୋଜିତ କରାଯିବ । ଥାନା  ଓ ରିଜର୍ଭ ଅଫିସରେ ଥିବା ମହିଳା କନ୍‌ଷ୍ଟେବଳଙ୍କୁ ମନ୍ଦିରରେ  ଅଧିକ ସଂଖ୍ୟାରେ ନିୟୋଜିତ କରାଯିବାକୁ ନିଷ୍ପତ୍ତି ହୋଇଛି ।  

ପୂଜାର୍ଚ୍ଚନା ପାଇଁ ସକାଳୁ ହିଁ ଭିଡ଼ ହେବ । ତେଣୁ ସକାଳୁ ହିଁ  ଫୋର୍ସ ନିୟୋଜିତ କରାଯିବ । ଦିନ ସମୟରେ ରହିଥିବା ଫୋର୍ସ  ଅପରାହ୍ଣ ପର୍ଯ୍ୟନ୍ତ ରହିବେ । ପରେ ଦ୍ୱିତୀୟ ସିଫ୍ଟର ଫୋର୍ସ ଅପରାହ୍ନ  ୩ଟାରେ ଆସିବେ । ସନ୍ଧ୍ୟା ପରେ ତଥା ମଧ୍ୟରାତି ପର୍ଯ୍ୟନ୍ତ ବିଭିନ୍ନ  ମନ୍ଦିରରେ ମହାଦୀପ ଉଠିବା ଯାଏଁ ଭିଡ଼ ରହିବ । ତେଣୁ ଦ୍ୱିତୀୟ  ସିଫ୍ଟରେ ଅଧିକ ସଂଖ୍ୟାରେ ସିପାହୀ ଓ ମହିଳା ପୁଲିସ ନିୟୋଜିତ  ହେବେ । ଭିଡ଼କୁ ଦେଖି କଟକ ସହରର ପ୍ରାୟ ସବୁ ଶିବ ମନ୍ଦିରରେ  ୪ରୁ ୮ ଜଣ କରି ଫୋର୍ସ ଦିଆଯିବ । ଏଥି ସହିତ ଥାନା କର୍ମଚାରୀ  ଓ ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ । 

ବକ୍ସିବଜାର ଅମରେଶ୍ୱର,  ବାଲିଯାତ୍ରା ପଡ଼ିଆ ନିକଟ ଗଡ଼ଗଡ଼େଶ୍ୱର, ଫ୍ରେଣ୍ଡ୍‌ସକଲୋନୀ ସ୍ଥିତ  ଶିବ ମନ୍ଦିର, ପରମହଂସନାଥ, ବେଲେଶ୍ୱରଦେବ, ଖାନ୍‌ନଗର  ମଣିମନ୍ଦିର, ଖାନ୍‌ନଗର ଉତ୍ତରେଶ୍ୱର ମନ୍ଦିର, ନୂଆପଡ଼ା ବାଲିସାହି  ଆଖଣ୍ଡଳମଣି ମନ୍ଦିର, ଫ୍ରେଣ୍ଡ୍‌ସ କଲୋନୀ ସ୍ଥିତ ସର୍ପେଶ୍ୱର  ମନ୍ଦିର, ରାଜାବଗିଚା ସ୍ୱପ୍ନେଶ୍ୱର ଓ ବାଦାମବାଡ଼ି ଉତ୍ତରେଶ୍ୱର  ମନ୍ଦିର ଭଳି ପ୍ରମୁଖ ପୀଠରେ ଫୋର୍ସ ମୁତୟନ ହେବ । କେବଳ  ପରମହଂସ ନାଥରେ ଗୋଟିଏ ପ୍ଳାଟୁନ୍‌ ଫୋର୍ସ ରହିବ । ସୁରକ୍ଷା  ଦୃଷ୍ଟିରୁ ସହରର ସବୁ ଥାନା ଅଧିକାରୀ, ଜୋନ୍‌ ଏସିପି, ତିନି  ଜଣ ଏଡିସିପିଙ୍କୁ ସୁରକ୍ଷା ଦାୟିତ୍ୱ ତଦାରଖ ପାଇଁ ନିର୍ଦ୍ଦେଶ  ଦିଆଯାଇଛି । ତେବେ ଥାନାରେ ଥିବା ଏଏସ୍‌ଆଇ ଓ ଏସ୍‌ଆଇଙ୍କ  ମଧ୍ୟରୁ ଭିଡ଼କୁ ଦେଖି ପ୍ରତି ମନ୍ଦିରରେ ଜଣେ କରି ଅଧିକାରୀ  ମହାଦୀପ ଉଠିବା ଓ ଭିଡ଼ ଭାଙ୍ଗିବା ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.