ଭୁବନେଶ୍ୱର ୨୫/୦୨: ବୁଧବାର ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରୀ ପାଇଁ ପୁଲିସ ପକ୍ଷରୁ ଟ୍ରାଫିକ୍‌ କଟକଣା ଜାରି  କରାଯାଇଛି । ରଥରୋଡ ଏବଂ ପୁନାମା ଗେଟ୍‌ ପଟୁ ଲିଙ୍ଗରାଜ  ମନ୍ଦିର ଆଡ଼କୁ ଆସୁଥିବା ସମସ୍ତ  ଦୁଇ ଓ ଚାରି ଚକିଆ ଯାନ  ବଢ଼େଇବାଙ୍କ ଠାରୁ ଆଗକୁ ନ ଯାଇ ବିଏମ୍‌ ହାଇସ୍କୁଲ  ପଡ଼ିଆରେ ପାର୍କିଂ କରିପାରିବେ । ସେହି ସମୟରେ ରଥ ରୋଡ୍‌  ଦେଇ କୌଣସି ପ୍ରକାରର  ଭାରୀଯାନ ଚଳାଚଳ କରି  ପାରିବେ ନାହିଁ । 

କେଦାରଗୌରୀ  ମନ୍ଦିର ପଟୁ ଓ ସାନିଟାରୀୟମ୍‌  ଛକ ପଟୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ଯାନବାହନ  କୋଟିତୀର୍ଥ ଗଳି ଦେଇ କେଚେରୀ ପିଣ୍ଡି ରାସ୍ତାରେ  ଯାଇ ତରଙ୍ଗ କ୍ଲବ ପଛପଟେ  ଥିବା ଖାଲି ସ୍ଥାନରେ ପାର୍କିଂ  କରିପାରିବେ । ଏଥିପାଇଁ କୋଟି  ତୀର୍ଥ ଗଳି ଠାରୁ ସିଦ୍ଧି ମଣ୍ଡପ  ଗଳି ପର୍ଯ୍ୟନ୍ତ ରାସ୍ତାକୁ ଯାନବାହନ  ଚଳାଚଳ ନିମେନ୍ତ ୱାନ ୱେ କରାଯାଇଛି ।ସାମନ୍ତରାପୁର  ଛକ ପଟୁ ଆସୁଥିବା ଯାନବାହନ ଗୁଡ଼ିକ ଶ୍ରୀରାମ ନଗର ଓ  ସବ୍‌ଷ୍ଟେସନ ଛକ ଦେଇ ଅନନ୍ତ  ବାସୁଦେବ ମନ୍ଦିର ଉତ୍ତର  ପାଶ୍ୱର୍ରେ ଏବଂ ତରଙ୍ଗ କ୍ଳବ  ପଛପଟେ ଥିବା ଖାଲି ସ୍ଥାନରେ  ଗାଡ଼ି ରଖିପାରିବେ । 

ସେହିପରି  କେଉଟ ସାହି ପଟୁ ଲିଙ୍ଗରାଜ  ମନ୍ଦିର ଆଡ଼କୁ ଆସୁଥିବା ସମସ୍ତ ଯାନବାହନ ସବ୍‌ଷ୍ଟେସନ ଛକ  ଦେଇ ବିଏମ୍‌ସି ନିଉ ମାର୍କେଟ କମ୍ପେ୍ଲକ୍ସ ପାର୍କିଂ/ଅନନ୍ତ ବାସୁଦେବ ମନ୍ଦିର ପାର୍କିଂରେ ରହିବ । ତାରା ସୁନ୍ଦରୀ ରାସ୍ତାରେ ଶ୍ରୀଲିଙ୍ଗରାଜ  ମନ୍ଦିର ଆଡ଼କୁ ଆସୁଥିବା ସମସ୍ତ ଗାଡ଼ି ବଢ଼େଇ ବାଙ୍କ ଛକ ପରେ ଆଗକୁ ଯିବାକୁ ଦିଆ ଯିବ  ନାହିଁ । ସେମାନେ ମୁନିସିପାଲିଟି  ହସ୍ପିଟାଲ କିମ୍ବା ବିଏମ୍‌ ହାଇସ୍କୁଲ  ପଡ଼ିଆରେ ପାର୍କିଂ କରିପାରିବେ।  

ରାମକୃଷ୍ଣ ମଠ ଦେଇ ମାଉସୀ ମା’ ଛକ ପଟୁ/କଳ୍ପନା ଛକ ପଟୁ  ଆସୁଥିବା ସମସ୍ତ ବସ୍‌, ଭାରୀ  ଯାନ, କାର୍‌ ସାନିଟାରୀୟମ୍‌ ଛକ  ପର୍ଯ୍ୟନ୍ତ ଯିବାକୁ ଦିଆଯିବ ଏବଂ ସେମାନେ ସାନିଟାରୀୟମ୍‌ ଛକ ଠାରୁ ମୁନିସିପାଲିଟି ହସ୍ପିଟାଲ ରାସ୍ତା ଦେଇ ନିର୍ଦ୍ଧାରିତ ହୋଇଥିବା ପାର୍କିଂ ସ୍ଥାନକୁ ଯାଇପାରିବେ ।

ପାର୍କିଂ ପାଇଁ ନିର୍ଦ୍ଧାରିତ ସ୍ଥାନ

ପାର୍କିଂ ନମ୍ବର-୧ ବିଏମ୍‌ସି ନିଉ ମାର୍କେଟ କଂପ୍ଲେକ୍ସ-ଚାରିଚକିଆ ଯାନ

ପାର୍କିଂ ନମ୍ବର-୨ ବିଏମ୍‌ସି ନିୟୁ ମାର୍କେଟ କଂପ୍ଲେକ୍ସ ଉତ୍ତର ପାଶ୍ୱର୍-କାର୍‌ ଓ ଚାରି ଚକିଆ

ପାର୍କିଂ ନମ୍ବର-୩ ସାନିଟାରିୟମ୍‌ ଛକ ନୂଆ ବସ୍‌ଷ୍ଟାଣ୍ଡ-ବସ୍‌/ଚାରିଚକିଆ

ପାର୍କିଂ ନମ୍ବର-୪ କୋଟି ତୀର୍ଥ ଲେନ୍‌ ଠାରୁ କାଚେରା ପିଣ୍ଡି ଛକ-ଦୁଇ ଚକିଆ

ପାର୍କିଂ ନମ୍ବର-୫ ବିଏମ୍‌ସି ହସ୍ପିଟାଲ ଉତ୍ତର ପାଶ୍ୱର୍, ପାପନାଶିନୀ ପୋଖରୀ ପାଖ 

ପାର୍କିଂ ନମ୍ବର-୬ ବିଏମ୍‌ସି ହାଇସ୍କୁଲ ଉତ୍ତର ପାଶ୍ୱର୍-ସରକାରୀ ଯାନବାହନ ପାର୍କିଂ

ପାର୍କିଂ ନମ୍ବର-୭ ଲିଙ୍ଗରାଜ ମନ୍ଦିରର ଦକ୍ଷିଣ ଗେଟ୍‌ ସମ୍ନା-ଭିଆଇପି ପାର୍କିଂ

ପାର୍କିଂ ନମ୍ବର-୮ ବିଏମ୍‌ସି ହାଇସ୍କୁଲ ପଡ଼ିଆ-ଦକ୍ଷିଣ ଚାରିଚକିଆ, ଉତ୍ତର-୨ ଚକିଆ

ପାର୍କିଂ ନମ୍ବର-୯ ଲିଙ୍ଗରାଜ ହାଟ ସାମ୍ନା-ଓବି ଭ୍ୟାନ୍‌ ପାର୍କିଂ

ପାର୍କିଂ ନମ୍ବର-୧୦ ଲିଙ୍ଗରାଜ ହାଟର ପଶ୍ଚିମପଟ-ଦୁଇ ଚାରି ଚକିଆ ଓ ମିଡ଼ିଆ ପାର୍କିଂ

ପାର୍କିଂ ନମ୍ବର-୧୧ ଲିଙ୍ଗରାଜ ହାଟର ଦକ୍ଷିଣ ପଟ-ସରକାରୀ ଯାନ ପାର୍କିଂ

ପାର୍କିଂ ନମ୍ବର-୧୨ ଲିଙ୍ଗରାଜ ମନ୍ଦିର ଦକ୍ଷିଣ ପୂର୍ବ କୋଣ-ସେବାୟତ, କଳାକାରଙ୍କ ଗାଡ଼ି