ରାୟଗଡ଼(ଗଜପତି),୨୩/୧୨ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକସ୍ତରୀୟ ମହେନ୍ଦ୍ର ଉତ୍ସବ -୨୦୨୫ ଜାନୁଆରୀ ୧୨ ଓ ୧୩ ଦୁଇ ଦିନ ମହାସମାରୋହରେ ସ୍ଥାନୀୟ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆଠାରେ ଅନୁଷ୍ଠିତ ହେବ । ଏ ନେଇ ବିଡିଓ ସନ୍ତୋଷ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସଦଭାବନା ଗୃହଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ, ସମ୍ମାନିତ ଅତିଥି ଭାବେ ଉପାଧ୍ଯକ୍ଷ ଜ୍ୟୋତି ପ୍ରସାଦ ପାଣି, ଜିଲ୍ଲା ପରିଷଦ ସଦସ୍ୟା ଗୌତମୀ ଜାନି, ତହସିଲଦାର ସୁକାନ୍ତ କୁମାର ପ୍ରଧାନ, ସିଡିପିଓ ବି. କମଳାଙ୍ଗି, ସେକସନ ଅଫିସର ଶଙ୍କର ଲାଲ ସରେନ ପ୍ରମୁଖ ମଞ୍ଚାସୀନ ଥିଲେ l ବ୍ଲକର ସ୍ଥାନୀୟ କଳାକାରମାନଙ୍କୁ ଲୋକ ଲୋଚନକୁ ଆଣିବା ପାଇଁ ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ରହିଛି ।

ଏହି ଉତ୍ସବ ମାଧ୍ୟମରେ ବ୍ଲକର ବିଭିନ୍ନ ଅଞ୍ଚଳର ଆଦିବାସୀଙ୍କ କଳା ଓ ସଂସ୍କୃତି ପ୍ରଦର୍ଶନ କରିବା ସହ ନାମିଦାମୀ କଳାକାରଙ୍କୁ ମଧ୍ୟ ସ୍ଥାନ ଦିଆଯିବା ସହ ଉତ୍ସବକୁ ସୁରୁଖୁରୁରେ କାର୍ଯ୍ୟ ସମ୍ପାଦାନ କରିବା ପାଇଁ ବିଡିଓ ଶ୍ରୀ ବାରିକ ସମସ୍ତ ସଭ୍ୟସଭ୍ୟାଙ୍କୁ ସହୋଯାଗ କରିବା ପାଇଁ ଅନୁରୋଧ କରିଥିଲେ। ବୈଠକରେ ଜନ ପ୍ରତିନିଧି, ସ୍ଥାନୀୟ ବୁଦ୍ଧିଜିବୀ, ସମାଜସେବୀ, ବରିଷ୍ଠ ନାଗରିକ, ଗଣମାଧ୍ଯମ ପ୍ରତିନିଧି, ବ୍ଲକ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ l