ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ସାଉଥ୍ ଅଭିନେତା ମହେଶ ବାବୁ ମା’ଙ୍କ ଜୟନ୍ତୀରେ କଲେ ଇମୋଶନାଲ ପୋଷ୍ଟ

Published By : Gurupada Nath | April 20, 2025 7:11 PM

ମୁମ୍ବାଇ,୨୦/୪ :   ଟଲିଉଡ଼ ଅଭିନେତା ମହେଶ ବାବୁ ରବିବାର ନିଜ ସ୍ବର୍ଗତ ମା’ ଇନ୍ଦିରା ଦେବୀଙ୍କୁ ତାଙ୍କ ଜୟନ୍ତୀରେ ମନେ ପକାଇଛନ୍ତି । ସୋସିଆଲ ମିଡ଼ିଆରେ ପୋଷ୍ଟ ସେୟାର କରି ସେ ମା’ଙ୍କୁ ଶୁଭକାମନା ଦେଇଛନ୍ତି । ଅଭିନେତା ଇଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପୋଷ୍ଟ ସେୟାର କରି କ୍ୟାପଶନରେ ଲେଖିଛନ୍ତି, ‘ହାପି ବର୍ଥଡେ ମା’… ଆପଣଙ୍କ ମନେ ପଡ଼ୁଛି…’ । 

ସେୟାର କରିଥିବା ଫଟୋ ତାଙ୍କ ଫିଲ୍ମର ସେଟର ଅଟେ, ଯେଉଁଥିରେ ସେ ନିଜ ମା’ଙ୍କ ପାଖରେ ବସି ହସୁଥିବା ଦେଖାଯାଉଛନ୍ତି । ଏହା ବ୍ୟତୀତ ମହେଶ ବାବୁଙ୍କ ସ୍ତ୍ରୀ ନମ୍ରତା ଶିରୋଡକର ବି ନିଜ ଶାଶୁଙ୍କୁ ତାଙ୍କ ଜନ୍ମଦିନରେ ମନେ ପକାଇ ଇଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ କରିଛନ୍ତି ।

ଇନ୍ଦିରା ଦେବୀଙ୍କ ଏକ ମୋନୋକ୍ରୋମ ଫଟୋ ସହ ସେ ଲେଖିଛନ୍ତି, ‘ଆଜି ଏବଂ ସବୁବେଳେ ଆପଣଙ୍କ ମନେ ପଡ଼ୁଛି ’। ପ୍ରକାଶ ଯେ, ଇନ୍ଦିରା ଦେବୀ ସ୍ବର୍ଗତ ଟଲିଉଡ଼ ଅଭିନେତ କୃଷ୍ଣା ଘଟ୍ଟାମନେନୀଙ୍କ ସ୍ତ୍ରୀ ଥିଲେ । ମହେଶ ବାବୁଙ୍କ ସହ ସେ ରମେଶ ବାବୁ, ପଦ୍ମାବତୀ, ମଞ୍ଜୁଳା ଏବଂ ପ୍ରିୟଦର୍ଶିନୀ ସମେତ ୫ଛୁଆଙ୍କ ମା’ଥିଲେ । ୨୮ସେପ୍ଟେମ୍ବର, ୨୦୨୨ରେ ୭୦ବର୍ଷ ବୟସରେ ତାଙ୍କ ନିଧନ ହୋଇଥିଲା । ଲମ୍ବା ସମୟ ପର୍ଯ୍ୟନ୍ତ ବୟସାଧିକ କାରଣରୁ ପୀଡ଼ିତ ରହିବା ପରେ ଇନ୍ଦିରା ଦେବୀ ହାଇଦ୍ରାବାଦର ଏଆଇଜି ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.