ନୂଆଦିଲ୍ଲୀ,୨୭/୦୭: ସବୁ ରେଡ୍ଡୀ ଥିଲା । ଉଡ଼ାଣ ଭରିବାକୁ ପ୍ଲେନ୍‌ ପ୍ରସ୍ତୁତ ହେଉଥିଲା । ଗନ୍ତବ୍ୟସ୍ଥଳକୁ ଯିବାକୁ ଯାତ୍ରୀ ଅପେକ୍ଷା କରିଥିଲେ । ହେଲେ ଘଟିଲା ଅଘଟଣ । ଡେନଭର ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଆମେରିକା ଏୟାରଲାଇନ୍ସ ବିମାନ ଏଏ୩୦୨୩ ଲ୍ୟାଣ୍ଡିଂ ଗିୟରରେ ନିଆଁ ଲାଗିଥିଲା । ପ୍ଲେନ୍‌ରେ ୧୭୯ ଯାତ୍ରୀ ଥିଲେ । କୌଣସି କ୍ଷୟକ୍ଷତିର ସୂଚନା ନାହିଁ । ଲୋକମାନେ ଭୟଭୀତ ହୋଇଥିବା ଦେଖିବାକୁ ମିଳିଥିଲା । ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ଡେନବର ଫାୟାର ଡିପାର୍ଟମେଣ୍ଟ ପକ୍ଷରୁ ମିଳିଥିଲା ସୂଚନା ଅନୁଯାୟୀ, ଘଟଣା ସେବେ ଘଟିଲା ଯେବେ ବୋଇଂ ୭୩୭ ମ୍ୟାକ୍ସ ବିମାନ ଡେନବରରୁ ମିୟାମି ଅଭିମୁଖେ ୩୪ଏଲରୁ ଉଡ଼ାଣ ଭରିବାକୁ ପ୍ରସ୍ତୁତ ହେଉଥିଲା । ଅଧିକାରୀଙ୍କ ଅନୁସାରେ, ବିମାନରେ ଟାୟାରରେ ସମସ୍ୟା ହୋଇଥିଲା । ଫଳରେ ବିମାନ ଉଡ଼ାଣକୁ ଅଟକାଯାଇଥିଲା । ଲ୍ୟାଣ୍ଡି ଗିୟରରୁ ଧୂଆଁ ବାହାରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏମରଜେନ୍ସି ଗେଟ୍‌ରେ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । କୌଣସି କ୍ଷୟକ୍ଷତି ହୋଇନଥିଲା ଡେନବର ଏୟାରପୋର୍ଟ ପକ୍ଷରୁ କୁହାଯାଇଛି । ଲୋକମାନେ ଭୟଭୀତ ହୋଇ ଏଣେତେଣେ ଦୌଡୁଥିବା ଦେଖିବାକୁ ମିଳିଛି ।

ତଦନ୍ତ ଆରମ୍ଭ କଲା ଏଫ୍‌ଏଏ- ଆମେରିକା ସମୟ ଅପରାହ୍ନ ୧ଟା ୧୨ରେ ଗେଟ୍‌ ସି୩୪ରୁ ଉଡ଼ାଣ ଭରିବାକୁ ପ୍ରସ୍ତୁତ ହେଉଥିଲା । ୨ଟା୪୫ରେ ଟେକ୍‌ଅପ୍ ସମୟରେ ଲ୍ୟାଣ୍ଡିଂ ଗିୟରରେ ନିଆଁ ଲାଗିଥିବା ସୂଚନା ମିଳିଥିଲା । ଘଟଣାର ତଦନ୍ତ ଆରମ୍ବ କରିଛି ଏଫ୍‌ଏଏ ବା ଫେଡରଲ ଏଭିଏସନ୍ ଏଡମିନିଷ୍ଟ୍ରେସନ୍‌ । ପରବର୍ତ୍ତୀ ସମୟରେ ଆମେରିକା ଏୟାରଲାଇନ୍ସ ପୃଷ୍ଟି କରିଛି କି ବିମାନର ଟାୟରରେ କିଛି ସମସ୍ୟା ଦେଖା ଦେଇଥିଲା ।

ଅଧିକ ପଢନ୍ତୁ...ଏୟାର ଇଣ୍ଡିଆ ଦୁର୍ଘଟଣା: ୧୬୬ ପୀଡ଼ିତ ପରିବାରଙ୍କୁ ୨୫ ଲକ୍ଷ ଟଙ୍କାର ଅନ୍ତରୀଣ କ୍ଷତିପୂରଣ

ଅଘଟଣ ସମୟର ଭିଡ଼ିଓ ଭାଇରାଲ ହୋଇଛି । ରନୱେରେ ଛିଡ଼ା ହୋଇଥିବା ପ୍ଲେନ୍‌ରୁ ଧୂଆଁ ବାହାରୁଛି । ଲେକମାନେ ଭୟରେ ପ୍ଲେନ୍‌ରୁ ବାହା ଏଣେତେଣେ ଦୌଡୁଥିବା ଦେଖିବାକୁ ମିଳିଛି ।