ନୂଆଦିଲ୍ଲୀ,୧୪।୧୧: ବିହାର ବିଧାନସଭା ନିର୍ବାଚନରେ ରାଷ୍ଟ୍ରୀୟ ଜନତାଦଳ(ଆରଜେଡି)କୁ ପୁଣିଥରେ ମିଳିଛି ବଡ଼ ଝଟକା। ପାର୍ଟିକୁ ଜନତା ପୁଣିଥରେ ବିରୋଧି ଦଳରେ ବସିବାକୁ ପଡିବ। ମଧ୍ୟାହ୍ନ ସାଢେ ୧୨ଟା ସୁଦ୍ଧା ଗଣତି ପରେ ତେଜସ୍ବୀଙ୍କ ନେତୃତ୍ବାଧୀନ ପାର୍ଟି ମାତ୍ର ୫୪ଟି ଆସନରେ ସୀମିତ ରହି ରହିଥିବା ବେଳେ। ବିଜେପି-ଜେଡିୟୁ ୧୮୫ ଆସନରେ ମଜବୁତ ସ୍ଥିତିରେ ଅଛନ୍ତି। ସବୁଠାରୁ ବଡ଼ କଥା ଖୋଦ ନିଜ ଆସନରେ ତେଜସ୍ବୀ ପଛୁଆ ରହିଛନ୍ତି। ବିହାରର ଲୋକ ମହାମେଣ୍ଟ ଓ ତେଜସ୍ବୀ କ୍ଷମତାକୁ ଆସିବାକୁ ଦେଇ ନାହାନ୍ତି। ତେବେ ଆସନ୍ତୁ କାହିଁକି ଆରଜେଡି ପାଇଁ କାହିଁକି ଏଭଳି ନିରାଶଜନକ ସ୍ଥିତି ରହିଲା ?
୫୨ ଯାଦବ ପ୍ରାର୍ଥୀଙ୍କୁ ଟିକେଟ ଦେବା : ଏହି ପରାଜାୟର ପ୍ରମୁଖ କାରଣ ଆରଜେଡି ଦ୍ବାରା ୫୨ ଯାଦବ ପ୍ରାର୍ଥୀଙ୍କୁ ଟିକେଟ ଦେବା ରହିଛି। ଏହି ନିଷ୍ପତ୍ତି କେବଳ ଜାତିବାଦୀ ଛବିକୁ ମଜବୁତ କରିଥିଲା, ବଂର ଅଣ-ଯାଦବଙ୍କ ଭୋଟ ବ୍ୟାଙ୍କକୁ ଦୂରେଇ ଦେଇଥିଲା।
ସହଯୋଗୀ ପାର୍ଟିଙ୍କୁ ଗୁରୁତ୍ବ ନଦେବା: ତେଜସ୍ବୀଙ୍କ ରଣନୀତିର ଏହା ବହୁ ବଡ଼ ବିଫଳତା। କାରଣ ସହଯୋଗୀ କଂଗ୍ରେସ,ବାମ ଦଳ ଏବଂ ଛୋଟ ଛୋଟ ଦଳକୁ ଗୁରୁତ୍ବ ଦେଇନଥିଲା ଆରଜେଡି। ସିଟ୍ ସେୟାରିଂ ବିବାଦ ମେଣ୍ଟକୁ ଦୁର୍ବଳ କରିଦେଇଥିଲା। ତେଜସ୍ବୀ ମହାମେଣ୍ଟର ଘୋଷଣାପତ୍ର ନାମ ନରଖି ‘ତେଜସ୍ବୀ ପ୍ରତିଜ୍ଞା’ ରହିଥିଲେ। ରାଲିରେ ରାହୁଲ ଗାନ୍ଧୀଙ୍କ ଫଟୋ କମ୍, ତେଜସ୍ବୀଙ୍କର ଅଧିକ ଦେଖିବାକୁ ମିଳିଥିଲା।
ପ୍ରତିଶ୍ରୁତି ମୁତାବକ ନଥିଲା ବ୍ଲୁପ୍ରିଣ୍ଟ: ତେଜସ୍ୱୀଙ୍କ ସବୁଠାରୁ ବଡ଼ ଭୁଲ ଥିଲା ଯେ ସେ ଅନେକ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଏକ ଠୋସ୍ ବ୍ଲୁପ୍ରିଣ୍ଟ ପ୍ରଦାନ କରିବାରେ ବିଫଳ ହୋଇଥିଲେ। ପ୍ରତ୍ୟେକ ପରିବାର ପାଇଁ ଏକ ସରକାରୀ ଚାକିରି, ପେନସନ ଏବଂ ମହିଳା ସଶକ୍ତିକରଣ ଏ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ, ପାଣ୍ଠିର ଅଭାବ, କାର୍ଯ୍ୟା ଯୋଜନା କିମ୍ବା ସମୟୋଚିତ ବ୍ଲୁପ୍ରିଣ୍ଟ ଭୋଟରଙ୍କ ମଧ୍ୟରେ ଅବିଶ୍ୱାସ ସୃଷ୍ଟି କରିଥିଲା। ପ୍ରତ୍ୟେକ ପରିବାର ପାଇଁ ସରକାରୀ ଚାକିରି ପ୍ରସଙ୍ଗରେ ସେ ସ୍ପଷ୍ଟ ଉତ୍ତର ଦେଇପାରିଲେ ନାହିଁ। ସେ ପ୍ରତିଦିନ କହୁଥିଲେ ଯେ ଆଗାମୀ ଦୁଇ ଦିନ ମଧ୍ୟରେ ବ୍ଲୁପ୍ରିଣ୍ଟ ବାହାରିବ। କିନ୍ତୁ ନିର୍ବାଚନ ପରେ ମଧ୍ୟ, ସେହି ଦିନ କେବେ ଆସିଲା ନାହିଁ।
ମହାମେଣ୍ଟର ମୁସଲମାନ ଛବି : ମହାଗଠବନ୍ଧନର ’ମୁସଲିମ-ସମର୍ଥକ’ ଭାବମୂର୍ତ୍ତି ତେଜସ୍ୱୀ ଯାଦବଙ୍କ ପରାଜୟର ଏକ ପ୍ରମୁଖ କାରଣ ପ୍ରମାଣିତ ହୋଇଥିଲା। ମୁସଲିମ ବହୁଳ ନିର୍ବାଚନମଣ୍ଡଳୀରେ ବିଜୟ ଆରଜେଡି କିମ୍ବା ମହାଗଠବନ୍ଧନର ଅନ୍ୟ ସହଯୋଗୀଙ୍କ ପାଇଁ ସମ୍ଭବ ହୋଇଥିଲେ ମଧ୍ୟ, ଏହା ସମଗ୍ର ରାଜ୍ୟରେ କ୍ଷତିର କାରଣ ହୋଇଥିଲା। ଅନେକ ସ୍ଥାନରେ, ଆରଜେଡି ଯାଦବ ସମ୍ପ୍ରଦାୟର ନିଜସ୍ୱ ଭୋଟ ହରାଇଥିଲା। ତେଜସ୍ୱୀ କ୍ଷମତାକୁ ଆସିଲେ ବିହାରରେ ୱାକଫ୍ ବିଲ୍ ଲାଗୁ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଅନେକ ଯାଦବ ଗ୍ରହଣ କରିନଥିଲେ।
ଲାଲୁଙ୍କୁ ନେଇ କନଫ୍ୟୁଜ: ତେଜସ୍ୱୀ ଲାଲୁଙ୍କ ରାସ୍ତାକୁ ଗ୍ରହଣ କରିଥିଲେ, କିନ୍ତୁ ପୋଷ୍ଟରରେ ତାଙ୍କ ପ୍ରତିଛବିକୁ ଛୋଟ କରି ସେ ‘ନୂତନ ପିଢ଼ି’କୁ କ'ଣ ଜଣାଇବାକୁ ଚେଷ୍ଟା କରୁଛନ୍ତି ତାହା ସ୍ପଷ୍ଟ ନୁହେଁ। ଏହି ଦୋହର ନୀତି ଓଲଟା ପଡିଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋପାଳଗଞ୍ଜ ରାଲିରେ କହିଥିଲେ ଯେ ତେଜସ୍ୱୀ ଲାଲୁଙ୍କ ପାପକୁ ଲୁଚାଉଛନ୍ତି। ତେଜସ୍ୱୀ ଲାଲୁଙ୍କ ସାମାଜିକ ନ୍ୟାୟ ଏଜେଣ୍ଡାକୁ ଗ୍ରହଣ କରିଥିଲେ, କିନ୍ତୁ ‘ଜଙ୍ଗଲ ରାଜ’ ପ୍ରତିଛବିକୁ ଭୟ କରି ଏଥିରୁ ନିଜକୁ ଦୂରେଇ ରଖିଥିଲେ। ପୋଷ୍ଟରରେ ଲାଲୁଙ୍କୁ ଏକ କୋଣରେ ପକାଇବା ଅଧିକ ଅପମାନଜନକ ଥିଲା।