ପ୍ରମୂଖ ଖବର
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ବୌଦ୍ଧ ଜିଲ୍ଲାରେ ବଡ଼ ଧରଣର ଅଦଳବଦଳ, ଗୋଟିଏ ଦିନରେ ୧୩୮ ପୋଲିସ କର୍ମଚାରୀଙ୍କୁ ବଦଳି କଲେ ଏସପି

Published By : Prameya | April 17, 2025 2:16 PM

ଭୁବନେଶ୍ଵର, ୧୭/୦୪ : ବୌଦ୍ଧ ଜିଲ୍ଲାରେ ପୋଲିସ ବିଭାଗରେ ବଡ଼ ଧରଣର ଅଦଳବଦଳ। ଗୋଟିଏ ଦିନରେ ୧୩୮ ଜଣଙ୍କୁ ଅଦଳବଦଳ କରିଛନ୍ତି ଏସପି ରାହୁଲ ଗୋଏଲ। ଜିଲ୍ଲାରେ ହାବିଲଦାର, କନେଷ୍ଟବଳ ଓ OAPF ଯବାନ ସ୍ତରରେ ଅଦଳବଦଳ କରାଯାଇଛି। ୧୬ ଜଣ ହାବିଲଦାର, ୧୦୯ ଜଣ କନେଷ୍ଟବଳ ଓ ୧୩ ଜଣ OAPF ଯବାନଙ୍କ ବଦଳି ହୋଇଛି। 

ବଦଳି କରାଯାଇଥିଲା ପୋଲିସ କର୍ମଚାରୀଙ୍କୁ ଯଥାଶୀଘ୍ର ନିଜର ନୂତନ ବଦଳି ସ୍ଥାନରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଆଗାମୀ ୭ ଦିନ ମଧ୍ୟରେ ସରକାରୀ କ୍ୱାଟର ଛାଡ଼ିବାକୁ ଏସପି ନିର୍ଦ୍ଦେଶ ଦେଇଛନ୍ତି। ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇଦେବା ସହିତ ଖାଲିଥିବା ସ୍ଥାନକୁ ପୂରଣ କରିବା ପାଇଁ ଏହି ବଦଳି କରାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି। ତେବେ ଅଚାନକ ଏତେ ବଡ଼ ଧରଣର ଅଦଳବଦଳକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

ପ୍ରକାଶ ଥାଉକି, ବୌଦ୍ଧ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ କିଛି ପୋଲିସ କର୍ମଚାରୀ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସୁଥିବା ବେଳେ ସେହି ଅଞ୍ଚଳ ଗୁଡିକରେ ବହୁ ବେଆଇନ କାର୍ଯ୍ୟରେ ଲିପ୍ତ ରହୁଥିବା ଅଭିଯୋଗ ହୋଇଥିଲା। ଗତ ଏକ ମାସ ମଧ୍ୟରେ ୪ ଜଣ ପୋଲିସ କର୍ମଚାରୀ ଗଞ୍ଜେଇ ମାମଲାରେ ଲିପ୍ତ ରହି ଜେଲ ଯିବା ସହିତ ନିଜର ଚାକିରି ମଧ୍ୟ ହରାଇଛନ୍ତି । ଜିଲ୍ଲାରେ ପୋଲିସ ବିଭାଗ ଗଞ୍ଜେଇ ପାଇଁ ବଦନାମ ମୁଣ୍ଡାଇ ଥିବା ବେଳେ ନୂତନ ଏସପି ବୌଦ୍ଧ ପୋଲିସର ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ଗଠନ କରିବା ଦିଗରେ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଅନୁମାନ କରାଯାଉଛି।

ଏହି ଖବରଟିକୁ ପଢନ୍ତୁ-ବିଜେଡି ସଭାପତି ଭାବେ ନବୀନ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ, ଏକାକୀ ଭରିଛନ୍ତି ନାମାଙ୍କନ ପତ୍ର

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.