ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ମାଲକାନଗିରି ଜିଲ୍ଲାରେ ବଢିବାରେ ଲାଗିଛି ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା : ୪ ମାସରେ ଜଣେ ମୃତ,୨୯୬୯ ରୋଗୀ ଚିହ୍ନଟ

Published By : Suraj Kumar | June 30, 2025 9:53 PM

ମାଲକାନଗିରି, ୩୦।୬(ଆପ୍ର):  ମାଲକାନଗିରି ଜିଲ୍ଲାରେ ବଢିବାରେ ଲାଗିଛି ମାଲେରିଆ ରୋଗୀଙ୍କ ସଂଖ୍ୟା। ୪ମାସ ରେ ଜଣେ ମୃତ ଓ ୨୯୬୯ ଜଣ ମ୍ୟାଲେରିଆ ରୋଗୀ ଚିହ୍ନଟ । ସେଥି ମଧ୍ୟରୁ କେବଳ ୫୦ ଜଣ ବିଏସଏଫ ଯବାନ ଆକ୍ରାନ୍ତ ହୋଇ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିବା ଜଣାପଡିଛି।

 ଜିଲ୍ଲାକୁ ପୁଣି ଲେଉଟିଛି ମାଲେରିଆ ରୋଗ। ଏକଦା ମାଲେରିଆ ମୁକ୍ତ ଭାବେ ପରିଚୟ ପାଉଥିବା ଏହି ମାଲେରିଆ ପ୍ରଭାବିତ ଜିଲ୍ଲାରେ ବର୍ତ୍ତମାନ ମାଲେରିଆ ଜ୍ଵର ଆତଙ୍କ ବଢିବାରେ ଲାଗିଛି। ଜିଲ୍ଲାରେ ଗତ ଏପ୍ରିଲ ମାସ ଠାରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୯୬୯ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣା ପଡିଥିବା ବେଳେ ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କେବଳ ଯେ ସାଧାରଣ ଜନତା ଏହି ମାଲେରିଆ ଜ୍ଵରରେ ପୀଡିତ ହେଉଛନ୍ତି ତାହା ନୁହେ ବରଂ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜିଲ୍ଲାକୁ ସୁରକ୍ଷା ଦେବା ପାଇଁ ନିୟୋଜିତ ହୋଇଥିବା ବିଏସଏଫ ଯବାନ ମାନେ ମଧ୍ୟ ଏହି ଜ୍ଵରରେ ପୀଡିତ ହେଉଥିବା ଜଣା ପଡିଛି। ତେବେ ଗତ ପ୍ରାୟ ୪ ମାସ ମଧ୍ୟରେ ୫୦ରୁ ଅଧିକ ଯବାନ ଏହି ମାଲେରିଆ ଜ୍ଵରରେ ପୀଡିତ ହୋଇ ସୁସ୍ଥ ହୋଇଥିବା ଜଣା ପଡିଛି। 

ତେବେ ବିଗତ ଦିନରେ ମାଲକାନଗିରି ଜିଲ୍ଲା ଏକ ମାଲେରିଆ ପ୍ରବଣ ଜିଲ୍ଲା ଭାବେ ପରିଗଣିତ ହେଉଥିବା ବେଳେ ସରକାର ଏହି ଜିଲ୍ଲାରେ ମାଲେରିଆ ଦୂର କରିବା ପାଇଁ ଅନେକ ପଦକ୍ଷେପ ନେଇଥିଲେ। ମାଲେରିଆ ରୋକିବା ପାଇଁ ଲୋକଙ୍କୁ ସଚେତନ, ମଶାରୀ ବ୍ୟବହାର ସହ ଦମନ ଅଭିଯାନ ଦ୍ଵାରା ଜିଲ୍ଲାରୁ ମାଲେରିଆ ଜ୍ଵରକୁ ଏକ ପ୍ରକାର ରୋକ ଲଗାଇବାରେ ସଫଳ ହୋଇଥିଲେ। ଜିଲ୍ଲାରେ ସ୍ୱତନ୍ତ୍ର ଭାବେ କେନ୍ଦ୍ର ସରକାରଙ୍କ ଭେକ୍ଟର ସେଣ୍ଟର(ଭିସିଆରସି ) ଖୋଲା ଯାଇଥିଲା, ଯାହା ଫଳରେ ପୂର୍ବ ଅପେକ୍ଷା ମାଲେରିଆ ଜ୍ଵରର ଆତଙ୍କ କମିଥିଲା। ଗତ କିଛି ବର୍ଷ ହେଲା ଭିସିଆରସି କେନ୍ଦ୍ରଟିକୁ ଅନ୍ୟ ଜିଲ୍ଲାକୁ ସ୍ଥାନାନ୍ତରିତ କରାଯାଇଛି ।  ଗତ କିଛି ମାସ ହେଲା ଏହି ମେଲେରିଆ  କାୟା ବିସ୍ତାର କରିବାରେ ଲାଗିଛି। ଜିଲ୍ଲାରେ ମାଲେରିଆ ଜ୍ଵରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ରୋଗୀ ମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି। ତେବ ଯଦିଓ ମାଲେରିଆ ଜ୍ଵରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଁ ତେବେ ଏହା ପ୍ରତି ସ୍ୱାସ୍ଥ୍ୟ ବିଭାଗ ତତ୍ପର ଥିବା ସହ ସମସ୍ତ ଆକ୍ରାନ୍ତଙ୍କୁ ଉଚିତ ସ୍ୱାସ୍ଥ୍ୟ ସେବା ଯୋଗାଇବା ସହ ଗାଁ ଗାଁ ରେ ଅଙ୍ଗନ ୱାର୍ଡି,ସ୍ୱାସ୍ଥ୍ୟ କର୍ମୀ ମନେ ମଶାରୀ ବଣ୍ଟନ, ରକ୍ତ ନମୁନା ସଂଗ୍ରହ ସହ ସଚେତନତା କରୁ ଥିବାରୁ ଏହି ଜ୍ଵରକୁ ନିୟନ୍ତ୍ରଣ ମଧ୍ୟରେ ରଖାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ କିଛି ଦିନ ହେଲା ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ଗ୍ରାମରେ ଜ୍ଵର ବ୍ୟାପିବାରେ ଲାଗିଗଲାଣି। ଆଗାମୀ ଦିନରେ ମ୍ୟାଲେରିଆ ଜ୍ଵର କାୟା ବିସ୍ତାର କରିବାର ବହୁତ ସମ୍ଭାବନା ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.