ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

୫୬ ବର୍ଷ ବୟସରେ ମାଲାୟଲମ୍ ଫିଲ୍ମମେକର୍ ସଫିଙ୍କ ଦେହାନ୍ତ

Published By : Anindita | January 26, 2025 10:12 AM

ମୁମ୍ବାଇ,୨୬/୦୧: ସାଧାରଣତନ୍ତ୍ର  ଦିବସରେ ଫିଲ୍ମ ଜଗତ ପାଇଁ ଦୁଃଖଦ ଖବର ସାମ୍ନାକୁ ଆସିଛି । ମାଲାୟଲମ୍ ଇଣ୍ଡଷ୍ଟ୍ରିରେ କମେଡ଼ି ଫିଲ୍ମ ପ୍ରସ୍ତୁତ କରୁଥିବା ଜଣାଶୁଣା ଫିଲ୍ମମେକର୍ ସଫିଙ୍କ ଦେହାନ୍ତ ହୋଇଛି । ୫୬ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । 

ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ମୁତାବକ,  ସଫିଙ୍କୁ ୧୬ ଜାନୁଆରୀରେ ଷ୍ଟ୍ରୋକ୍ ଆସିଥିବା ଯୋଗୁଁ ତାଙ୍କୁ କୋଚିର ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି । କୁହାଯାଉଛି ଯେ ଚିକିତ୍ସା ସମୟରେ ସେ ଗୁରୁତର ଥିଲେ ।  ରିପୋର୍ଟ ମୁତାବକ, ସଫି ଭେଣ୍ଟିଲେଟରରେ ଥିଲେ ଆଉ ତାଙ୍କର ନିକଟରେ ବ୍ରେନ ସର୍ଜରୀ ମଧ୍ୟ ହୋଇଥିଲା ।  ତେବ ସଫିଙ୍କ ଅନ୍ତିମ ସଂସ୍କାର ଆଜି ସନ୍ଧ୍ୟା ୪ ଟାରେ କରାଯିବ । 

ପ୍ରକାଶ ଥାଉକି, ଫିଲ୍ମମେକର ସଫିଙ୍କ ପରିବାରରେ ତାଙ୍କର ପତ୍ନୀ ସମିଲା ଓ ତାଙ୍କର ଦୁଇ ଝିଅ ଅଲିମ ଓ ସଲମା ଅଛନ୍ତି । ଫିଲ୍ମମେକର ସଫିଙ୍କ ପୂରା ନାମ ରସିଦ ଏମଏଚ୍ ଥିଲା । କିନ୍ତୁ ଫ୍ୟାନ୍ସମାନେ ତାଙ୍କୁ ସଫି ନାରେ ଜାଣନ୍ତି । ତାଙ୍କର ଜନ୍ମ ୧୯୬୮ରେ ଏନର୍କୁଲମର ପୁଲ୍ଲେପଡ୍ଡୀରେ ହୋଇଥିଲା । ତାଙ୍କୁ ଫିଲ୍ମ ବ୍ୟତୀତ  ଅମେରିକାରେ ଅନେକ ଷ୍ଟେଜ ପ୍ରୋଗ୍ରାମରେ ମଧ୍ୟ ଦେଖିବାକୁ ମିଳିଛି । ୯୦ ଦଶକରେ ଅନେକ ଫିଲ୍ମ ନିର୍ଦେଶନା ଦେଇଥିବା ସଫି ୨୦୦୧ ରେ ଆସିଥିବା ଫିଲ୍ମ ଓ୍ବାନ ମେନ ସୋ ରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ଫିଲ୍ମମେକର ସଫି ମାୟାବୀ, ଲଲିପପ୍ , ଚଟ୍ଟମ୍ବିନାଡ଼ୁ ଓ ମେରିକୋଡ୍ଡୁ କୁଂଜାଡ୍ଡୁ ଭଳି ବ୍ଲକବ୍ଲଷ୍ଟର ଫିଲ୍ମ ଦେଇଛନ୍ତି । 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.