ମୁମ୍ବାଇ,୩୧।୭: ୨୦୦୮ ମାଲେଗାଓଁ ବିସ୍ଫୋଣ ମାମଲରେ ମୁମ୍ବାଇ ସ୍ପେଶାଲ କୋର୍ଟ ନିଜର ରାୟ ଦେଇଛନ୍ତି। ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦୋଷରେ ଖଲାସ କରାଯାଇଛି। ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବତନ ବିଜେପି ସାଂସଦ ସ୍ବାଧୀ ପ୍ରଜ୍ଞା ଠାକୁର, ଲେଫ୍ଟନେଣ୍ଟ କର୍ଣ୍ଣଲ ପ୍ରସାଦ ପୁରୋହିତ, ରିଟାୟର୍ଡ ମେଜର ରମେଶ ଉପାଧ୍ୟୟ, ସୁଧାକର ଚର୍ତୁବେଦୀ, ଅଜୟ ରାହିରକର, ସୁଧାକର ଧର ଦ୍ବିବେଦୀ ଓ ସମୀର କୁଲକର୍ଣ୍ଣୀ ଥିଲେ। 

କୋର୍ଟଙ୍କ ରାୟ ଆସିବା ପରେ ବିସ୍ଫୋଣରେ ମୃତକଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ଆସିଛି। ମୃତକଙ୍କ ଭିତରୁ ଜଣେ ସୈୟେଦ ଆଝାର ନିସାରଙ୍କ ବାପା କହିଛନ୍ତି, ଆକ୍ରମଣର ୧୭ ବର୍ଷ ପରେ ମଧ୍ୟ ଆମ ସହ ନ୍ୟାୟ ହୋଇନି। ସବୁ ପ୍ରମାଣକୁ ବାଦ୍ ଦେଇ ରାୟ ଦିଆଯାଇଛି। ଏହି ଏହି ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବୁ। 

ଉଲ୍ଲେଖନୀୟ ଯେ, ୨୯ ସେପ୍ଟେମ୍ବର ୨୦୦୮ ରେ ମାଲେଗାଓଁର ଭିକ୍‌କୁ ଛକରେଏକ ବିସ୍ଫୋରଣ ହୋଇଥିଲା। ପରେ ଏନ୍‌ଆଇଏ କୋର୍ଟ ସନ୍ଦିଗ୍ଧ ଅଭିଯୁକ୍ତ ପ୍ରଜ୍ଞା ଠାକୁରଙ୍କ ସହ ୭ ଜଣଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବା ନେଇ ଦାବି କରିଥିଲା। ତେଣୁ ସମସ୍ତଙ୍କ ନଜର ଏହି କଥା ଉପରେ ଥିଲା, କୋର୍ଟ କ’ଣ ରାୟ ଶୁଣାଉଛନ୍ତି। କିନ୍ତୁ ଏବେ ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ରାୟ ଦେଇଛନ୍ତି। ଯେଉଁଥିରେ ସମସ୍ତ ୭ ଅଭିଯୁକ୍ତଙ୍କୁ ମୁକ୍ତ କରି ଦିଆଯାଇଛି।