ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଏସଡିପିଓ, ବ୍ୟାଙ୍କ ମ୍ୟାନେଜର ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଠକେଇ, ୨ ଗିରଫ

Published By : Suraj Kumar | November 26, 2024 10:36 PM

ମାଲକାନଗିରି, ୨୬/୧୧ (ଆପ୍ର ) : ଏସଡିପିଓ, ବ୍ୟାଙ୍କ ମ୍ୟାନେଜର ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଭୁବନେଶ୍ୱର ରୁ ଦୁଇ ଠକ ଙ୍କୁ ଗିରଫ କରିଛି ମାଲକାନଗିରି ପୁଲିସ। ଏହି ଠକାମୀର ଶିକାର  ହୋଇଛନ୍ତି ଦୁଇ ବରିଷ୍ଠ ଓକିଲ, ସରପଞ୍ଚ ଓ ଜଣେ ପିଇଓ। ଗିରଫ ହୋଇଥିବା ଦୁଇ ଠକ ହେଲେ ନୟାଗଡ ସୋରଡା ଗ୍ରାମର କାର୍ତ୍ତିକ ରାଉତରାୟ (୩୩) ଓ  ଏକନ ପାଣି (୩୦)। କାର୍ତ୍ତିକ ଏବେ କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ରହୁଥିବା ବେଳେ ଏକନ ଭରତପୁର  ଥାନା ସ୍ଥ ଘାଟିକିଆ ଅଞ୍ଚଳରେ ଘର ଭଡା ନେଇ ରହୁଥିଲେ।

ପୁଲିସ ସୂଚନା ଅନୁଯାଇ ଏହି ଯୁବକ ଦୁଇଜଣ ମାଲକାନଗିରି ଜିଲ୍ଲା ର ଜଣେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ପୁଲିସ ଏସଡିପିଓ କହି ୧୦ ହଜାରଟଙ୍କା, ଜଣେ ସରପଞ୍ଚ ଙ୍କ ଠାରୁ ୧୮ ହଜାର ଟଙ୍କା ନେବା ସହିତ ଜଣେ ଓକିଲ ଙ୍କ ଠାରୁ ହାଇକୋର୍ଟ ର ବରିଷ୍ଟ ଆଇନଜୀବୀ କହି ୧୦ ହଜାର ଟଙ୍କା ଓ ମାଲକାନଗିରି ସହର ର ଜଣେ ବରିଷ୍ଠ ଓକିଲ ଙ୍କୁ ସେଣ୍ଟ୍ରାଲ ବ୍ୟାଙ୍କ ରେ ଲୋନ କରାଇ ଦେଵା କହି ୧୦ ଟଙ୍କା ଠକି ନେଇଥିଲେ। ଏହା ବ୍ୟତିତ ଅନ୍ୟାନ ଅଞ୍ଚଳରୁ ମଧ୍ୟ ବିଭିନ୍ନ ଲୋକଙ୍କ ଠାରୁ ନାନା ଉପାୟରେ ଲକ୍ଷାଧିକ ଟଙ୍କା ଠକିନେଇ ଥିବାର ଜଣା ପଡିଛି। ସେ ଦୁଇଜଣ ଯୁବକଙ୍କ ନାମରେ ଠକାମୀର ଶିକାର ହୋଇଥିବା ବ୍ୟକ୍ତି ମାନେ ମାଲକାନଗିରି ଆଦର୍ଶ ଥାନା ରେ ଏତଲା ଦେଇଥିଲେ। ସହକାରୀ ଏସପି ତପନ ନାରାୟଣ ରଥ, ଏସଡିପିଓ ସଚୀନ ପଟେଲ ଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଥାନା ଆଇଆଇସି ରିଗନ କିଣ୍ଡୋ ଙ୍କ ପ୍ରତ୍ୟେକ୍ଷ୍ୟ ତ୍ବତାବଧାନ ରେ  ଠକ ଦୁଇଜଣ ଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ପୁଲିସ ଟିମ ଗଠନ କରାଯାଇଥିଲା। ସବଇନିସପେକ୍ଟର ସର୍ବେଶ୍ଵର ଭୋଇ ଙ୍କ ନେତୃତ୍ୱ ରେ ଏହି ଟିମ ତଦନ୍ତ ଆରମ୍ଭ କରିଥିଲେ।  ସେମାନେ ଭୁବନେଶ୍ୱର ରେ ଥିବା ଖବର ପାଇ ସେଠାକୁ ଯାଇ ସେମାନଙ୍କୁ ଗିରଫ କରି ମାଲକାନଗିରି ଆଣିଥିଲା। କାର୍ତ୍ତିକ ରାଉତରାୟ (୩୩) ଓ ଏକନ ପାଣି (୩୦)ଙ୍କୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.