ମାଲକାନଗିରି, ୦୩/୦୨ : ଭିଜିଲାନ୍ସ ଜାଲରେ ମାଲକାନଗିରି TPSODLର କନିଷ୍ଠ ଯନ୍ତ୍ରୀ ଓ ତାଙ୍କ ସହଯୋଗୀ। ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ ଯନ୍ତ୍ରୀ ପ୍ରଦେଶ ପ୍ରସାଦ ନାୟକ। ଏକ ସିମେଣ୍ଟ ଇଟା ତିଆରି କରିବା କମ୍ପାନୀକୁ ବିଦ୍ୟୁତ ସଂଯୋଗ କରିବା ଲାଗି ଲାଞ୍ଚ ମାଗିଥିଲେ।  

ସୂଚନାନୁଯାୟୀ, ମାଲକାନଗିରି TPSODLର କନିଷ୍ଠ ଯନ୍ତ୍ରୀ ପ୍ରଦେଶ ପ୍ରସାଦ ନାୟକ ଏବଂ ତାଙ୍କ ସହଯୋଗୀ ଭଞ୍ଜକିଶୋର ସ୍ଵାଇଁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଯନ୍ତ୍ରୀ ଏକ ସିମେଣ୍ଟ ଇଟା ତିଆରି କରିବା କମ୍ପାନୀକୁ ବିଦ୍ୟୁତ ସଂଯୋଗ କରିବା ଲାଗି ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ହିତାଧିକାରୀଙ୍କ ଠାରୁ ଟଙ୍କା ନେଲା ବେଳେ କନିଷ୍ଠ ଯନ୍ତ୍ରୀ ଓ ତାଙ୍କ ସହଯୋଗୀଙ୍କୁ ଭିଜଲାନ୍ସ ମାଡ଼ି ବସିଥିଲା। ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ ହୋଇଥିଲା। ଯନ୍ତ୍ରୀ ପ୍ରଦେଶ ପ୍ରସାଦ ନାୟକ ଓ ତାଙ୍କ ସହଯୋଗୀଙ୍କୁ ଡିଭିଜନ ଅଫିସରେ ନେଇ ପଚରାଉଚରା କରାଯାଉଛି।

ଏହି ଖବରଟିକୁ ପଢନ୍ତୁ- "କନ୍ୟା ବିବାହରେ ଆଉ ରହିବନି ସମସ୍ୟା, ଆର୍ଥିକ ସହାୟତା ଯୋଗାଇଦେବେ ଦେବେ ସରକାର"