ଭୁବନେଶ୍ଵର, ୦୩/୦୨ : କନ୍ୟା ବିବାହରେ ଆଉ ରହିବନି ସମସ୍ୟା। ଆର୍ଥିକ ସହାୟତା ଯୋଗାଇଦେବେ ଦେବେ ସରକାର। କନ୍ୟା ବିବାହ ଯୋଜନା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଟ୍ଵିଟ୍। ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ମୁଖ୍ୟମନ୍ତ୍ରୀ ଏନେଇ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ, ଓଡ଼ିଶାର ଜନସାଧାରଣଙ୍କ ସ୍ୱାର୍ଥର ସୁରକ୍ଷା ଓ ବିଶେଷକରି ମହିଳାମାନଙ୍କୁ ସମ୍ମାନଜନକ ଜୀବନ ପ୍ରଦାନ କରିବା ଆମ ସରକାରଙ୍କ ପ୍ରମୁଖ ସଂକଳ୍ପ। ଏହି କ୍ରମରେ ଆଜି ''ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା''ର ଶୁଭାରମ୍ଭ କରାଯାଉଛି। ବିଶେଷ କରି ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଓ ଅନୁସୂଚିତ ଜାତି-ଜନଜାତି ପରିବାରର ପିତାମାତାଙ୍କ ପାଇଁ କନ୍ୟା ବିବାହ ଯେପରି ସମସ୍ୟା ହୋଇ ରହିବ ନାହିଁ, ସେଥିପାଇଁ ଏହି ଯୋଜନା ଆର୍ଥିକ ସହାୟତାର ଏକ ସୁଦୃଢ଼ ମାଧ୍ୟମ ସାଜିବ।
ଓଡ଼ିଶାର ଜନସାଧାରଣଙ୍କ ସ୍ୱାର୍ଥର ସୁରକ୍ଷା ଓ ବିଶେଷକରି ମହିଳାମାନଙ୍କୁ ସମ୍ମାନଜନକ ଜୀବନ ପ୍ରଦାନ କରିବା ଆମ ସରକାରଙ୍କ ପ୍ରମୁଖ ସଂକଳ୍ପ। ଏହି କ୍ରମରେ ଆଜି ''ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା''ର ଶୁଭାରମ୍ଭ କରାଯାଉଛି। ବିଶେଷ କରି ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଓ ଅନୁସୂଚିତ ଜାତି-ଜନଜାତି ପରିବାରର ପିତାମାତାଙ୍କ ପାଇଁ କନ୍ୟା ବିବାହ…
— Mohan Charan Majhi (@MohanMOdisha) February 3, 2026
ଆମର ଏହି ପ୍ରୟାସ କେବଳ ଆର୍ଥିକ ସହାୟତା ମଧ୍ୟରେ ସୀମିତ ନୁହେଁ, ବରଂ ଏହା ସମାଜରୁ ଯୌତୁକ ଭଳି କୁପ୍ରଥାର ବିଲୋପ ଏବଂ କନ୍ୟା ସନ୍ତାନଙ୍କ ପ୍ରତି ସମାଜରେ ଏକ ସମ୍ମାନଜନକ ଦୃଷ୍ଟିକୋଣ ସୃଷ୍ଟି କରିବାରେ ବଡ଼ ଭୂମିକା ଗ୍ରହଣ କରିବ। ବିଧବା ବିବାହକୁ ପ୍ରୋତ୍ସାହନ ଦେବା ସହ ବିବାହ ପଞ୍ଜିକରଣକୁ ବାଧ୍ୟତାମୂଳକ କରି ମହିଳାଙ୍କ ସାମାଜିକ ସୁରକ୍ଷାକୁ ଆମେ ଆହୁରି ସୁନିଶ୍ଚିତ କରୁଛୁ। ଆର୍ଥିକ ଅନଗ୍ରସର ପରିବାରର ମୁରବୀଙ୍କ କାନ୍ଧରୁ ଚିନ୍ତା ହଟାଇ ଝିଅମାନଙ୍କୁ ସମ୍ମାନ ଓ ସ୍ୱାଭିମାନର ସହ ନୂଆ ଜୀବନ ପ୍ରଦାନ କରିବା ଆମର ଲକ୍ଷ୍ୟ। ଲୋକଙ୍କ ସରକାର ସବୁ ସମୟରେ ଆପଣଙ୍କ ସୁଖ ଓ ସମୃଦ୍ଧି ପାଇଁ କାମ କରୁଛି।
ଏହି ଖବରଟିକୁ ପଢନ୍ତୁ- ସୁବିଧା ହେବ ଜମି କିଣା-ବିକା, ଫେବୃୟାରୀ ୫ରୁ କାର୍ଯ୍ୟକ୍ଷମ ହେବ ନୂଆ ୫୭ ସବ୍-ରେଜିଷ୍ଟ୍ରାର ଅଫିସ୍