ମାଲକାନଗିରି,୧୦/୧ (ଆପ୍ର ) ମାଲକାନଗିରି ଜିଲ୍ଲାର କୋୟା ଆଦିବାସୀ ସମ୍ପ୍ରଦାୟଙ୍କ ପାରମ୍ପରିକ ପୋଷାକ ପରିଧାନ କରି ମ୍ୟାନ ଅଫ ଦି ଆର୍ଥ ୨୦୨୫ ଟାଇଟେଲ ଜିତିଛନ୍ତି ଆଦିବାସୀ ଯୁବକ ଆଦର୍ଶ ମାଝୀ। ଏହି ପ୍ରତିଯୋଗିତା ମୁମ୍ବାଇ ରେ ଅନୁଷ୍ଠିତ ହୋଇଥିବା ବେଳେ ଅଷ୍ଟ୍ରେଲିଆ, ଆମେରିକା, ଶ୍ରୀଲଙ୍କା, ନେପାଳ ଭଳି ୨୦ ଟି ଦେଶର ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ଫଟୋ ସୁଟ , ରାମ୍ପ ୱାକ, ସୁଇମିଂ , ଟ୍ୟାଲେଣ୍ଟ ରାଉଣ୍ଡ ଭଳି ପ୍ରତିଯୋଗିତାରେ ଭାରତ ରୁ ଭାଗ ନେଇଥିବା ଆଦର୍ଶ ତାଙ୍କ ପ୍ରତିଭା ଦେଖାଇ ବିଜୟୀ ହୋଇଥିଲେ ।

ଆଦର୍ଶ ମାଝୀ ଜଣେ ଆଦିବାସୀ ଯୁବକ । ସେ କୋରାପୁଟ ଜିଲ୍ଲା କୁନ୍ଦ୍ରା ବ୍ଲକ ଅଞ୍ଚଳର । ସେ ପୂର୍ବରୁ ଗ୍ଲୋବାଲ ଇଣ୍ଡିଆ ପ୍ରତିଯୋଗିତାରେ ମିଷ୍ଟର ଇଣ୍ଡିଆ ମୁକୁଟ ପିନ୍ଧିଥିଲେ। ଗତ ବର୍ଷ ପୁନେରେ ଜାତୀୟ ପ୍ରତିଯୋଗିତା ବିଜେତା ମିଷ୍ଟର ଇଣ୍ଡିଆ ୨୦୨୪ ହୋଇଥିଲେ। ପୁଣି ଏକ ବର୍ଷ ପରେ ମ୍ୟାନ ଅଫ୍ ଦି ଆର୍ଥ ୨୦୨୫ ବିଜେତା ହୋଇଛନ୍ତି। ଏହି ଆନ୍ତର୍ଜାତୀୟ ଶୋ ରେ ୟୁକ୍ରେନ, ଆଲଜେରିଆ, ଆମେରିକା, ଶ୍ରୀଲଙ୍କା, ମାଲେସିଆ, ନେପାଳ, ଅଷ୍ଟ୍ରେଲିଆ, ପରି ୨୦ ଟି ଦେଶ ରୁ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତା ଗତ ୨୬ ତାରିଖ ରୁ ୩୦ ପର୍ଯ୍ୟନ୍ତ ଶୋ’ ଚାଲିଥିଲା।

ପାରମ୍ପରିକ ପୋଷାକ ରାଉଣ୍ଡରେ ବ୍ୟକ୍ତିଗତ ସାକ୍ଷାତକାର ଜାତୀୟ ପୋଷାକ ପରିଚୟ ରାଉଣ୍ଡ ଡିଜାଇନର୍ ପୋଷାକ ରେ ରାମ୍ପ ବୁଲିଥିଲେ । ଜାତୀୟ ପୋଷାକ ରାଉଣ୍ଡ ରେ ଓଡିଶାର ମାଲକାନଗିରି ଜିଲ୍ଲାର କୋୟା ଆଦିବାସୀ ଙ୍କ ପାରମ୍ପରିକ ପୋଷାକ ପରିଧାନ କରିଥିଲେ ।