ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ମହାରାଷ୍ଟ୍ରରେ ଗର୍ଜିଲେ ମଲ୍ଲିକାର୍ଜୁନ, କହିଲେ ବିଜେପି-ଆରଏସଏସ ବିଷଧର ସାପ

Published By : Ankita S | November 19, 2024 2:49 PM

ମୁମ୍ବାଇ,୧୯/୧୧: ରାତି ପାହିଲେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ହେଲେ ଶାସକ ବିରୋଧୀଙ୍କ ମଧ୍ୟରେ ବୟାନବାଜି ଜାରି ରହିଛି । ବିଜେପିକୁ ଜୋରଦାର ଟାର୍ଗେଟ କରିଛନ୍ତି ଖଡଗେ । ବିଜେପି ଓ ଆରଏସଏସ ବିଷଧର ସାପ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ।

ବିଜେପି ଓ ଆରଏସଏସକୁ ବିଷଧର ସାପ ସହ ତୁଳନା କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଏହା ରାଜନୈତିକ ଭାବରେ ଏହା ବିପଦ । ଗତକାଲି (ସୋମବାର) ମହାରାଷ୍ଟ୍ରର ସାଙ୍ଗଲିରେ ଏକ ରାଲିକୁ ସମ୍ବୋଦନ କରି ବିଜେପି ଓ ଆରଏସଏସକୁ ଟାର୍ଗେଟ କରିଥିଲେ ଖଡଗେ । ସେ କହିଥିଲେ ତୁମକୁ ଜଣାନାହିଁ ବିଜେପି ଓ ଆରଏସଏସ ବିଷଧର ସାପ । ତୁମକୁ ଜଣାଅଛି କି ବିଷଧର ସାପ ସହ କଣ କରିବା ଦରକାର । ଯଦି ବିଷଧର ସାପ କାହାକୁ କାମୁଡେ ତେବେ ତାର ମୃତ୍ୟୁ ହୋଇଥାଏ । ଏପରି ବିଷଧର ସାପକୁ ମାରି ଦେବା ଦରକାର । ଦେଶରେ ରଜନୈତିକ କ୍ଷେତ୍ରରେ ଯଦି କେହି ବିପଦ ସୃଷ୍ଟି କରେ ତେବେ ତାହା ହେଉଛି ବିଜେପି ଓ ଆରଏସଏସ ।

ମହାରାଷ୍ଟ୍ରରେ କ୍ଷମତାରେ ଥିବା ନେଇ ମଲ୍ଲିକାର୍ଜୁନ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଏହି ବିଧାନସଭା ନିର୍ବାଚନ ଦେଶର ପ୍ରଧାନମନ୍ତ୍ରୀ ବାଛିବା ପାଇଁ ହେଉନାହିଁ. ତେଣୁ ମୋଦିଙ୍କ ସତ୍ତା ହାତେଇବା ଇଚ୍ଛା କେବେ ପୂରଣ ହେବ ନାହିଁ । 

ପ୍ରକାଶ ଥାଉ କି, ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭା ନିର୍ବଚନ ନେଇ ଭୋଟ ଗ୍ରହଣ ହେବ । ୨୮୮ ଆସନରେ ମତଦାନ ସାବ୍ୟସ୍ତ କରିବେ ଜନତା । ମେଣ୍ଟ ସରକାର ମହାୟୁତି ଓ ମହା ବିକାଶ ଅଘାଡି ମଧ୍ୟରେ ଜୋରଦାର ଟକ୍କର ହେବ ବୋଲି ଅନୁମାନ କରାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.