ମାଲକାନଗିରି,୧୫।୧୨ : ମାଲକାନଗିରି ଜିଲ୍ଲାର ଲୋକ ଉତ୍ସବ ମାଲ୍ୟବନ୍ତ ରବିବାର ତୃତୀୟ ସନ୍ଧ୍ୟାରେ ପହଞ୍ଚିଛି। ଏହି ଅବସରରେ ମୁଖ୍ୟଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଦନ ସିଂଦେଓ ଯୋଗଦେଇ କହିଛନ୍ତି ଆଦିବାସୀ ଅଧ୍ୟଷିତ ଐତିହାସ କିମ୍ବଦତି ସମ୍ପନ ଓ ସହିଦ ଲକ୍ଷ୍ମଣ ନାୟକ ସଂଗ୍ରାମୀ ମାଟି ହେଉଛି ମାଲକାନଗିରି ଜିଲ୍ଲା। ମାଲ୍ୟବନ୍ତ ମହୋତ୍ସବ ମାଧ୍ୟମରେ ଏଠାକାର କଳା ସଂସ୍କୃତି,ଲୋକକଥା ଦେଶ ବିଦେଶରେ ପ୍ରଚାର ପ୍ରସାର ହୋଇପାରିବ। ଏଠାକାର ଅଧିବାସୀ କଳା ସଂସ୍କୃତି ପରମ୍ପରାକୁ ବଜାଇ ରଖିଛନ୍ତି ,ଜିଲ୍ଲାରେ କୃଷି ଓ କୃଷକଙ୍କର ବିକାଶ ସହିତ ଧାନମଣ୍ଡି ରେ ଯେପରି କୌଣ ଚାଷୀ ଅସୁବିଧାରେ ନ ପଡିବ ସେଥିପ୍ରତି ଆମ ସରକାର ଯତ୍ନବାନ ଅଛି, ସେମାନଙ୍କୁ ସ୍ୱତନ୍ତ୍ର ବୋନସ ଦେବାର ବ୍ୟବସ୍ଥା ମଧ୍ୟ ହୋଇଛି।
ଏହି ଅବସରରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲକରିଥିବା ବ୍ୟକ୍ତିବିଶେଷ ଓ ବିଭିନ୍ନ ପ୍ରତିଯୋଗୀଙ୍କୁ ଉପମୁଖ୍ୟମନ୍ତ୍ରୀ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ। ନବରଙ୍ଗପୁର ସଂସଦ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ନରସିଂହ ମାଡକାମି, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ମାଲକାନଗିରି ଏସପି ଓ ସାତଟି ଯାକ ବ୍ଲକ ର ଚେୟାରମ୍ୟାନ, ବାଲିମେଳା ଏନଏ ଏସି ଚେୟାରମ୍ୟାନ, ଜିଲ୍ଲା ପରିଷଦ ଉପାଧକ୍ଷ ପ୍ରମୁଖ ମଞ୍ଚସିନ ଥିଲେ।
ତୃତୀୟ ସନ୍ଧ୍ୟାରେ ନୃତ୍ୟ ଗବେଷଣା କେନ୍ଦ୍ରର ଘୁମର ନୃତ୍ୟ ଓ ସିଗ୍ନେଚର ବ୍ୟାଣ୍ଡ ପାର୍ଟି ର ସ୍ଵୟମ ପାଢି, ସୋହିନୀ ମିଶ୍ର, ଶଶାଙ୍କ ଶେଖର ସାହୁ ଙ୍କ ମନ ମୁଗ୍ଧ କର ସଙ୍ଗୀତ ଦର୍ଶକମାନଙ୍କ ମନ ମୋହିଥିଲା।