ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସିର ପରାଜୟ ପରଠାରୁ ବଢ଼ିବାରେ ଲାଗିଛି ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ଚିନ୍ତା । ହାତରୁ କ୍ଷମତା ଯିବା ଦିନରୁ ଦିଦିଙ୍କ ବେଳା ଖରାପ ପଡ଼ିଛି । ଗୋଟିଏ ପରେ ଗୋଟିଏ ବିଭ୍ରାଟ ହେବାରେ ଲାଗିଛି । ଗୋଟିଏ ପଟେ ଦଳରେ ମହାବିଭ୍ରାଟ ହୋଇଥିବାବେଳେ ଅନ୍ୟପଟେ ଅଭିଷେକ ବାନାର୍ଜୀଙ୍କ ଘରେ ପଶିଛି ଇଡି । ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ଅଭିଯୋଗରେ ଇଡି ପହଞ୍ଚିଥିବା କୁହାଯାଉଛି ।
ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକଙ୍କ କାଲୀଘାଟସ୍ଥିତ ବାସଭବନରେ ଛାନଭିନ୍ ଆରମ୍ଭ କରିଛି ଇଡି । ସମନ ଲେଖାଥିବା ଏକ ଫାଇଲ ଧରି ଇଡି ଅଧିକାରୀମାନେ ଅଭିଷେକଙ୍କ ବାସଭବନରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ପ୍ରାରମ୍ଭିକ ସୂଚନାରୁ ଶୁଣିବାକୁ ମିଳୁଛି କି, ଇଡି ଅଧିକାରୀମାନେ ନୋଟିସ୍ ଦେବାକୁ ଆସିଥିଲେ । ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ମାମଲାରେ ଜୁନ୍ ୧୫ ତାରିଖରେ ଇଡିରେ ହାଜର ହେବାକୁ ନୋଟିସ୍ ଦିଆଯାଇଛି । ଯାହାକି ଦିଦିଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।
ଗୋଟିଏ ପଟେ ଏବେ ଟିଏମସିରେ ମହାବିଦ୍ରୋହ ଦେଖାଯାଇଛି । ଦଳରୁ ବହିଷ୍କୃତରିତବ୍ରତବାନାର୍ଜୀ୮୦ ବିଧାୟକଙ୍କ ମଧ୍ୟ ୫୯ ବିଧାୟକଙ୍କ ସମର୍ଥନ ସହ ବିରୋଧୀ ଦଳ ନେତା ହେବା ପାଇଁ ଦାବି କରିଛନ୍ତି । ସେ କହିଛନ୍ତି କି, ଟିଏମସି କେବଳ ଏକ ଦଳ । ଏଥିରେ ଆଉ କେହି ନେତା ନାହାନ୍ତି । ତାଙ୍କ ସହ ୫୯ ଜଣ ବିଧାୟକଙ୍କ ସମର୍ଥନ ରହିଛି । ତେବେ ଏହି ସମର୍ଥନ ସହ ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ହୋଇଛନ୍ତି । ଦଳର ଏଭଳି ଏକ ବଡ଼ ବିଭ୍ରାଟ ସମୟରେ କିନ୍ତୁ ଅଭିଷେକଙ୍କ ଘରେ ଇଡି ପହଞ୍ଚିବା ଦିଦିଙ୍କ ଚିନ୍ତାକୁ ଦ୍ବିଗୁଣିତ କରିଛି ।
ଏହାସହ ପଢ଼ନ୍ତୁ : Virat Kohli Vaibhav Sooryavanshi Viral Video: ବୈଭବଙ୍କୁ କ’ଣ କହିଲେ ବିରାଟ, କାହିଁକି ହେଉଛି ଏମିତି ଚର୍ଚ୍ଚ ?