ମୁମ୍ୱାଇ - ପ୍ରସିଦ୍ଧ ଅଭିନେତା ତଥା ଷ୍ଟାଣ୍ଡ-ଅପ୍ କମେଡିଆନ୍ ବୀର ଦାସ ପ୍ରାୟତଃ ନିଜର ସେନ୍ସ ଅଫ୍ ହ୍ୟୁମର ପାଇଁ ଚର୍ଚ୍ଚାରେ ରହିଥା’ନ୍ତି, କିନ୍ତୁ ଏଥର ସେ ଏକ ଗମ୍ଭୀର ଭ୍ରମ ଦୂର କରିବା ପାଇଁ ସୋସିଆଲ ମିଡିଆର ସାହାରା ନେଇଛନ୍ତି। ପ୍ରକୃତରେ, ବୀର ଦାସଙ୍କ ସରନେମ୍ ଯୋଗୁଁ ଅନେକ ଲୋକ ତାଙ୍କୁ ଜଣେ ବଙ୍ଗାଳୀ ବୋଲି ଭାବନ୍ତି ଏବଂ ବଙ୍ଗଳା ସହ ଜଡ଼ିତ ଯେକୌଣସି ଘଟଣାରେ ତାଙ୍କୁ ଟ୍ୟାଗ୍ କରିବାକୁ ଲାଗନ୍ତି।
ଆଜି (ସୋମବାର) ଯେତେବେଳେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ଆସିଛି, ସେତେବେଳେ ବୀର ଦାସ ଏକ ପୋଷ୍ଟ୍ ସେୟାର କରି ସ୍ପଷ୍ଟ କରିଛନ୍ତି ଯେ, ତାଙ୍କର ବଙ୍ଗଳା ସହିତ କୌଣସି ସମ୍ପର୍କ ନାହିଁ। ସେ ନିଜର ପ୍ରକୃତ ପରିଚୟ ଜଣାଇ ଟ୍ରୋଲର୍ସ ଏବଂ ଅଜଣା ଲୋକଙ୍କୁ ମଜାଳିଆ ଅନ୍ଦାଜରେ ଉତ୍ତର ଦେଇଛନ୍ତି।
'ମୁଁ ବଙ୍ଗାଳୀ ନୁହେଁ' - ବୀର ଦାସ
ବୀର ଦାସ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲ 'ଏକ୍ସ'ରେ ନିଜ ପରିଚୟକୁ ନେଇ ଖୋଲାଖୋଲି ଭାବେ କହିଛନ୍ତି। ସେ ଲେଖିଛନ୍ତି ଯେ, ଅନେକ ସମୟରେ ବଙ୍ଗଳାରେ କିଛି ବି ଘଟିଲେ ଲୋକମାନେ ତାଙ୍କୁ ଟ୍ୟାଗ୍ କରି ପଚାରନ୍ତି, ଦେଖ ତୁମ ବଙ୍ଗଳାରେ କ'ଣ ହୋଇଗଲା। ଏହି ଦ୍ୱନ୍ଦ୍ୱକୁ ଦୂର କରି ସେ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ନାମ ପଛରେ 'ଦାସ' ଲାଗିଥିଲେ ମଧ୍ୟ ସେ ବଙ୍ଗାଳୀ ନୁହଁନ୍ତି।
So, Typically when anything happens in Bengal I get tagged by a bunch of facelesses (that’s a word) saying “Look what happened in your Bengal bro”. Just putting it out there before today unfolds. My name is Das, but I’m actually not Bengali. I’m half UP half Bihari. Good luck 👍
— Vir Das (@thevirdas) May 4, 2026
ବୀର ଜଣାଇଛନ୍ତି ଯେ, ସେ ପ୍ରକୃତରେ ଅଧା ଉତ୍ତର ପ୍ରଦେଶ ଏବଂ ଅଧା ବିହାରରୁ ଅଛନ୍ତି। ସେ ଏହି ସ୍ପଷ୍ଟୀକରଣ ସେତେବେଳେ ଦେଇଛନ୍ତି, ଯେତେବେଳେ ବଙ୍ଗଳା ନିର୍ବାଚନ ଟ୍ରେଣ୍ଡରେ ବିଜେପି ଆଗୁଆ ରହିଛି ଏବଂ ଲୋକମାନେ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ଦେଉଛନ୍ତି।
ନିର୍ଦ୍ଦେଶନା ଦୁନିଆକୁ ଓହ୍ଲାଇଛନ୍ତି -
ବୀର ଦାସ ଆଜିକାଲି ନିଜର ପ୍ରଫେସନାଲ ଲାଇଫରେ ମଧ୍ୟ ବେଶ୍ ଆକ୍ଟିଭ୍ ଅଛନ୍ତି। ସେ ନିକଟରେ 'ହାପି ପଟେଲ୍ : ଖତରନାକ୍ ଜାସୁସ୍' ଜରିଆରେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଦେଇଛନ୍ତି। ଏହି ଫିଲ୍ମକୁ ସୁପରଷ୍ଟାର ଆମିର ଖାନଙ୍କ ସମର୍ଥନ ମିଳିଛି ଏବଂ ଏହା ବର୍ତ୍ତମାନ OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଷ୍ଟ୍ରିମ୍ ହେଉଛି।
ବିଶେଷ କଥା ହେଉଛି, ଏହି ଫିଲ୍ମ ଜରିଆରେ ଅଭିନେତା ଇମ୍ରାନ ଖାନ୍ ଦୀର୍ଘ ସମୟ ପରେ ପରଦାକୁ ଫେରିଛନ୍ତି। ଇମ୍ରାନ ଶେଷଥର ପାଇଁ ୨୦୧୫ରେ 'କଟ୍ଟି ବଟ୍ଟି' ଫିଲ୍ମରେ ନଜର ଆସିଥିଲେ। ଫିଲ୍ମର ଷ୍ଟାର କାଷ୍ଟରେ ମୋନା ସିଂହ, ଶାରିବ ହାଶମୀ ଏବଂ ସୃଷ୍ଟି ତାୱଡେଙ୍କ ଭଳି କଳାକାର ମଧ୍ୟ ସାମିଲ ଅଛନ୍ତି।
ଏମିତି ରହିଛି ବୀର ଦାସଙ୍କ ଯାତ୍ରା-
ବୀର ଦାସଙ୍କ ପ୍ରାରମ୍ଭିକ ଜୀବନ କଥା କହିଲେ, ସେ ୧୯୭୯ ମସିହାରେ ଡେରାଡୁନରେ ରାନୁ ଦାସ ଏବଂ ମଧୁର ଦାସଙ୍କ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିଲାଦିନ ଭାରତ ସହିତ ନାଇଜେରିଆରେ ମଧ୍ୟ କଟିଛି, ଯେଉଁଥିପାଇଁ ତାଙ୍କୁ ବିଭିନ୍ନ ସଂସ୍କୃତିକୁ ବୁଝିବାର ସୁଯୋଗ ମିଳି ଥିଲା।
ସେ ଦ ଲରେନ୍ସ ସ୍କୁଲ୍ (ସନାୱର) ଏବଂ ଦିଲ୍ଲୀ ପବ୍ଲିକ ସ୍କୁଲ (ନୋଏଡା)ରୁ ବିଦ୍ୟାଳୟ ଶିକ୍ଷା ଶେଷ କରିଥିଲେ। ଏହା ପରେ ଉଚ୍ଚଶିକ୍ଷା ପାଇଁ ସେ ବିଦେଶ ଯାଇଥିଲେ, ଯେଉଁଠାରେ ସେ ଆମେରିକାର ଇଲିନୋଇସ୍ ସ୍ଥିତ ନକ୍ସ କଲେଜରୁ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଆଜି ସେ କେବଳ ଜଣେ ସଫଳ କମେଡିଆନ୍ ନୁହଁନ୍ତି, ବରଂ ଜଣେ ଦକ୍ଷ ଅଭିନେତା ଏବଂ ନିର୍ଦ୍ଦେଶକ ଭାବେ ମଧ୍ୟ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି।