ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ପଡ଼ିଲା ମହଙ୍ଗା; ଯୁବକ ଗିରଫ

Published By : Harapriya Sethi | June 25, 2025 9:13 AM

ହରଭଙ୍ଗା,୨୫/୦୬(ଚିତ୍ତରଞ୍ଜନ ସିଂହ): ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମରେ ବାର୍‌ହା ମାଂସ ଖାଉଥିବର ରିଲ୍ ବନାଇ ଛାଡ଼ିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି । ବୌଦ୍ଧ ଜିଲ୍ଲା ଗନ୍ଦିସର୍ ଗାଁର ୨୦ ବର୍ଷୀୟ ଯୁବକ ବିକ୍ରମ ନାୟକଙ୍କୁ ଗିରଫ କରିଛି ବୌଦ୍ଧ ବନ ବିଭାଗ । 

ସୂଚନା ମୁତାବକ, ବାରହା ମାଂସ ଖାଉଥିବା ସମୟରେ ଇନଷ୍ଟାଗ୍ରାମରେ ରିଲ୍‌ ବନାଇ ସେହି ଭିଡିଓକୁ ପୋଷ୍ଟ କରିଥିଲେ ବିକ୍ରମ ନାୟକ ।ଏନେଇ ଦେଖିବା ପରେ ବୌଦ୍ଧ ବନଖଣ୍ଡ ଅଧିକାରୀ ସଙ୍ଗେ ସଙ୍ଗେ ଉକ୍ତ ଯୁବକକୁ ଅଟକ ରଖିଥିଲେ । ମାଧପୁର ରେଞ୍ଜ୍ କାର୍ଯ୍ୟାଳୟକୁ ଆଣି ସେଠାରେ ତାଙ୍କୁ ପଚରାଉଚରା କରିଥିବା ବେଳେ ଏହି ଘଟଣାରେ ଜଣେ ଶିକାରୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଶିକାରୀମାନଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ସୂଚନା ଦେଇଛନ୍ତି । ଅନ୍ୟପଟେ, ଏଭଳି ଭୁଲ୍ ଆଉ କେବେ କରିବେ ନାହିଁ ବୋଲି ଯୁବକ ଜଣକ ଭୁଲ ସ୍ୱୀକାର କରି ଏକ ଭିଡିଓ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.