ନୂଆଦିଲ୍ଲୀ,୨୫/୧୦: ମଧ୍ୟପ୍ରଦେଶ ଇନ୍ଦୋରରେ ଲଜ୍ଜା । ୨ ମହିଳା ଅଷ୍ଟ୍ରେଲୀୟ କ୍ରିକେଟରଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି । ବିଶ୍ୱକପ ଖେଳୁଥିବା ୨ ମହିଳା ଅଷ୍ଟ୍ରେଲୀୟ ଖେଳାଳି ହୋଟେଲ୍ରୁ କାଫେକୁ ଯିବା ବେଳେ ତାଙ୍କୁ ଅସଦାଚରଣ କରାଯାଇଥିବା ଖବର ସାମ୍ନାକୁ ଆସୁଛି । ସିସିଟିଭିରେ ଅଭିଯୁକ୍ତ ଚିହ୍ନଟ ପରେ ଗିରଫ କରିଛି ପୁଲିସ । ବିଶ୍ବକପ ମ୍ୟାଚ୍ ଖେଳିବାକୁ ଇନ୍ଦୋର ଆସିଛି ଅଷ୍ଟ୍ରେଲିଆ ଟିମ୍ ।
ବିଶ୍ବକପ ଖେଳିବାକୁ ଇନ୍ଦୋର ଆସିଥିବା ୨ ମହିଳା ଅଷ୍ଟ୍ରେଲିଆ ଖେଳାଳିଙ୍କ ସହ ଅସଦାଚରଣ ହୋଇଥିବା ଅଭିଯୋଗ ଆସିଛି । ହୋଟେଲ୍ରୁ କାଫେ ଯାଉଥିବା ବେଳେ ଜଣେ ବାଇକ ଚାଳକ ତାଙ୍କୁ ଖରାପ ବ୍ୟବହାର କରିଥିବା ଜଣାପଡିଛି । ଅଷ୍ଟ୍ରେଲିୟ ଖେଳାଳିମାନେ ତୁରନ୍ତ ଦଳର ସୁରକ୍ଷା ଅଧିକାରୀ ଡାନି ସିମନ୍ସଙ୍କୁ ଏକ SOS ପଠାଇଥିଲେ, ଏହା ପରେ ସୁରକ୍ଷା ଦଳ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଫିସିଆଲ ଅଭିଯୋଗ ହେବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୁଲିସ୍ ଅଭିଯୁକ୍ତ ଆକିଲକୁ ଗିରଫ କରିଛି । CCTV ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା । ଏପରି ଘଟଣା ଇନ୍ଦୋର ପୁଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । ବିଶେଷକରି ଯେବେ ଅନ୍ତର୍ଜାତୀୟ ଖେଳାଳିମାନେ ସହରରେ ଉପସ୍ଥିତ ଅଛନ୍ତି ।
ଇନ୍ଦୋର ଅତିରିକ୍ତ ଡିସିପି ରାଜେଶ ଦଣ୍ଡୋତିଆ ଏହି ମାମଲାରେ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ଅଭିଯୁକ୍ତ ଆକିଲକୁ ଗିରଫ କରାଯାଇଛି । ଅଭିଯୁକ୍ତ ଆଜାଦ ନଗରର ବାସିନ୍ଦା । ପୋଲିସ ତଦନ୍ତ ଜାରି ରହିଛି । ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଷ୍ଟ୍ରେଲିଆ ତାର ଶେଷ ଲିଗ ମ୍ୟାଚ ଖେଳିବ । ବିଜୟୀ ଦଳ ଭାରତକୁ ସେମି ଫାଇନାଲରେ ଭେଟିବ । ଏହା ସହିତ ଟେବୁଲ ଶୀର୍ଷକୁ ଉଠିବ ବିଜୟୀ ଟିମ୍