ପ୍ରମୂଖ ଖବର
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

କାର୍ ନିର୍ମାତା କମ୍ପାନୀରେ ଚାକିରୀ କରାଇ ଦେବା ନାଁରେ ଠକେଇ, ଲୁଟି ନେଲେ ୧ ଲକ୍ଷ ୭୦ହଜାର

Published By : Gurupada Nath | December 3, 2024 5:11 PM

କଟକ, ୩/୧୨ : ସିଙ୍ଗାପୁରରେ ନାମୀ କାର୍ ନିର୍ମାତା କମ୍ପାନୀରେ ଚାକିରୀ କରାଇ ଦେବା ନାଁରେ ଜଣେ ବ୍ୟକ୍ତିଙ୍କଠାରୁ ଅନଲାଇନରେ ସାଇବର ଠକ ଲୁଟି ନେଲେ ଏକ ଲକ୍ଷ ୭୦ହଜାର ଟଙ୍କା। ଏହି ଠକାମୀର ଶିକାର ହୋଇଛନ୍ତି କଟକ ଶ୍ରୀ ବିହାର କଲୋନୀ ଅଞ୍ଚଳର ବିଶ୍ଵଦୀପ ସେନ୍। ଗତ ଅଗଷ୍ଟ ମାସରେ ଗୋଟିଏ ପୋର୍ଟାଲରେ ଏକ ନିର୍ଦ୍ଦିଷ୍ଟ କାର ନିର୍ମାତା କମ୍ପାନୀରେ ଚାକିରୀ ଥିବା ଜାଣିବାକୁ ପାଇଥିଲେ ବିଶ୍ଵ ଦିପ । ଏମିତିକି ଏକ ଲକ୍ଷ ୨୦ହଜାର ଦରମା କଥା ମଧ୍ୟ ଉଲ୍ଲେଖ କରାଯାଇଥିଲା ଏଥିରେ। 

ଏହାକୁ ଦେଖି ବିଶ୍ୱ ଦିପ ଅଗଷ୍ଟ ମାସରେ କମ୍ପାନୀ ସହ ଯୋଗାଯୋଗ କରିଥିଲେ । ଏହାପରେ କମ୍ପାନୀ ନାମରେ ତାଙ୍କଠାରୁ ବିଭିନ୍ନ ପର୍ଯ୍ୟାୟରେ ସମସ୍ତ ଟଙ୍କା ନେଇଥିଲେ। ଏମିତିକି ସେପ୍ଟେମ୍ବର ମାସରେ ଚାକିରି ଦେବା ପାଇଁ କହିଥିଲେ ହେଲେ କୌଣସି ସୁଫଳ ମିଳି ନ ଥିଲା। ଏମିତିକି ଯେତେବେଳେ ନଭେମ୍ବର ମାସ ପର୍ଯ୍ୟନ୍ତ ଚାକିରି କରାଇବା ନାମରେ ଖେଳି ଚାଲିଥିଲେ ସାଇବର ଠକ। ଶେଷରେ ବିଶ୍ୱଦୀପ ସାଇବର ଥାନାରେ ଅଭିଯୋଗ କରିବା ସହ କ୍ରାଇମବ୍ରାଞ୍ଚ୍ ଅର୍ଥନୈତିକ ଅପରାଧ ଶାଖା ଓ ଆଜି କଟକ ଡିସିପିଙ୍କୁ ଭେଟି ଅଭିଯୋଗ କରିଛନ୍ତି। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିବେଦନ କରିଛନ୍ତି ବିଶ୍ୱଦୀପ ଓ ସମାଜସେବୀ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.