ଖପ୍ରାଖୋଲ, ୦୩/୧୧ : ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମିକମାନଙ୍କ କାମ ତଦାରଖ ବେଳେ ଗାଁ ସାଥୀଙ୍କ ମୃତ୍ୟୁ ହୋଇଛି ମୃତକ କଳକୀ ଭୋଇ (୪୨ବର୍ଷ) ବୋଲି ଜଣାପଡ଼ିଛି । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ବେନ୍ଦେର ପଞ୍ଚାୟତ ସ୍ଥାନୀୟ ଗୋଚର ଜମିରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, କେଟଲ ପ୍ରୋଭ ଟ୍ରଞ୍ଚ ଗାଁ ସାଥୀ କଳକୀ ଭୋଇ ଶ୍ରମିକ ନିୟୋଜିତ କରି ତଦାରଖ କରୁଥିଲେ । ଏହି ସମୟରେ ଛାତିରେ ଯନ୍ତ୍ରଣା ହୋଇ ତାଙ୍କ ଦେହ ଅସୁସ୍ଥ ହେବାରୁ ଶ୍ରମିକମାନେ ତାଙ୍କ ଘରକୁ ନେଇଥିଲେ । ହେଲେ ତାଙ୍କ ଘରେ ପହଞ୍ଚିବା ପରେ କଳକୀଙ୍କ ଅକାଳ ବିୟୋଗ ହୋଇଥିଲା । ତାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସେପଟେ କଳକୀଙ୍କ ମୃତ୍ୟୁ ପରେ ତାଙ୍କ ଦୁଇ ପିଲା ଓ ସ୍ତ୍ରୀ କିପରି ଗୁଜୁରାଣ ମେଣ୍ଟାଇବା ବୋଲି ପରିବାରରେ ଭାଳେଣି ପଡ଼ିଛି । ଏଣୁ ତାଙ୍କ ପରିବାରକୁ ଆବଶ୍ୟକ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ଦାବି ହେଉଛି। ଏନେଇ ବିଡିଓ ବିବେକାନନ୍ଦ ଷଡଙ୍ଗୀଙ୍କୁ ପଚାରିବାରୁ ସରକାରଙ୍କ ତରଫରୁ ରହିଥିବା ସହାୟତା ରାଶି ତାଙ୍କ ପରିବାରକୁ ଦିଆଯିବ ବୋଲି ପ୍ରକାଶ କରିଛନ୍ତି​​​​​​​