ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଜକେଇକେଲା ଗାଁରେ ଅଘଟଣ, ଦନ୍ତା ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ

Published By : Harapriya Sethi | December 22, 2024 7:30 AM

ବଣାଇ,୨୨/୧୨: ଘରୁ ବାହାରିବା ବେଳେ ଆକ୍ରମଣ କଲା ଦନ୍ତା । ଚାଲିଗଲା ବ୍ୟକ୍ତିଙ୍କ ଜୀବନ । ମୃତ ବ୍ୟକ୍ତି ଜଣକ ଧରଣୀଧର ପାତ୍ର ବୋଲି ଜଣାପଡ଼ିଛି । ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜ ଜକେଇକେଲା ଗ୍ରାମ ପଞ୍ଚାୟତ ସାହିରେ ଏଭଳି ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ବଣାଇ ରେଞ୍ଜ ଜକେଇକେଲା ଗ୍ରାମ ପଞ୍ଚାୟତ ସାହିର ଧରଣୀଧର ପାତ୍ର ନାମକ ଜଣେ ବ୍ୟକ୍ତି ରାତିରେ ଘରୁ ବାହାରକୁ ଯାଉଥିଲେ । ଏହି ସମୟରେ ଏକ ହାତୀ ହଠାତ୍ ତାଙ୍କ ଉପରେ ଆକ୍ରମଣ କରିଥିଲା । ବ୍ୟକ୍ତିଙ୍କୁ ଟାଣି ନେଇ କଚାଡ଼ି ଦଳି ଦେଇଥିଲା ଦନ୍ତା । ଫଳରେ ବ୍ୟକ୍ତି ଜଣକ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଏହା ଦେଖି ତାଙ୍କ ପରିବାର ଲୋକେ ତୁରନ୍ତ ବନ ବିଭାଗର କର୍ମଚାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗର କର୍ମଚାରୀ ପହଞ୍ଚି ବ୍ୟକ୍ତିଙ୍କ ମୃତଦେହ ଜବତ କରିଛନ୍ତି । ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.