ପୋଲସରା,୨୦/୮: ପୋଖରୀରେ ଗାଧୋଇବା ହେଲା କାଳ । ପାଣିରେ ବୁଡ଼ି ଯୁବକ ମୃତ । ଗଞ୍ଜାମ ଜିଲ୍ଲା ପୋଲସରା ଥାନା ନିମିନା ଗ୍ରାମରୁ ସାମ୍ନାକୁ ଆସିଛି ଏହି ଘଟଣା । ମୃତ ଯୁବକ ଜଣକ ହେଲେ ନିମିନା ଗ୍ରାମର ୨୦ ବର୍ଷୀୟ ବବୁଲ  ବିଷୋୟୀ ବୋଲି ଜଣାପଡ଼ିଛି। 

ସୂଚନା ମୁତାବକ,  ବବୁଲ ଶିବ ମନ୍ଦିର ନିକଟ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେହି ସମୟରେ କୌଣସି କାରଣ ବଶତଃ ପାଣିରେ ବୁଡ଼ିଯାଇଥିଲେ। ଏନେଇ ତାଙ୍କୁ ଗ୍ରାମବାସୀ ଦେଖି ଉଦ୍ଧାର କରି ଅଚେତ ଅବସ୍ଥାରେ ୧୦୮ଯୋଗେ ପୋଲସରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିବାର ଲୋକେ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଖବର ପାଇ ପୁଲିସ  ମେଡିକାଲରେ ପହଞ୍ଚି ତଦନ୍ତ କରୁଥିବା ବେଳେ ମୃତଦେହ ବ୍ୟବଚ୍ଛେଦ  ନିମନ୍ତେ ବ୍ରହ୍ମପୁର ପଠାଯାଇଛି।