ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସ୍ୱର୍ଣ୍ଣ ମନ୍ଦିରରେ ପଶି ଲୁହା ରଡ୍‌ରେ ଶ୍ରଦ୍ଧାଳୁଙ୍କୁ ଆକ୍ରମଣ କଲା ଯୁବକ, ସେବାଦାରଙ୍କ ସମେତ ୫ ଆହତ

Published By : Tapas Panda | March 14, 2025 10:19 PM

Image Courtesy: lavacanza

ଅମୃତସର: ପଞ୍ଜାବର ଅମୃତସରରେ ଥିବା ସ୍ୱର୍ଣ୍ଣ ମନ୍ଦିରରେ ଆକ୍ରମଣର ଘଟଣା ସାମ୍ନାକୁ ଆସିଛି । ଜଣେ ଯୁବକ ଶ୍ରଦ୍ଧାଳୁଙ୍କ ଉପେ ଲୁହା ରଡ୍‌ରେ ଆକ୍ରମଣ କରିଥିବା ଜଣାପଡ଼ିଛି । ଶିଖ ନବବର୍ଷ ପାଳନ କରୁଥିବା ପାଞ୍ଚ ଜଣ ଭକ୍ତଙ୍କ ଉପରେ ଏହି ଆକ୍ରମଣ ହୋଇଛି । ଏଥିରେ ତିନି ଜଣ ଭକ୍ତ ଏବଂ ସ୍ୱର୍ଣ୍ଣ ମନ୍ଦିରର ଦୁଇ ଜଣ ସେବାଦାର (ପରିଚାରକ) ସମେତ ପାଞ୍ଚ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ଭକ୍ତ ଏବଂ ଜଣେ ସେବାଦାରଙ୍କ ସମେତ ଦୁଇଜଣଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି । ସିସିଟିଭି ଫୁଟେଜ୍ ସାହାଯ୍ୟରେ ଅଭିଯୁକ୍ତକୁ ଧରି ପୋଲିସକୁ ହସ୍ତାନ୍ତର କରାଯାଇଛି । 

ପୋଲିସର ସୂଚନା ଅନୁଯାୟୀ, ସ୍ୱର୍ଣ୍ଣ ମନ୍ଦିର ପରିସରରେ ଥିବା ଶ୍ରୀ ଗୁରୁ ରାମଦାସ ସରାଇରେ ଏହି ଆକ୍ରମଣ ହୋଇଛି । ଏହି ଘଟଣା ପରେ ସ୍ୱର୍ଣ୍ଣ ମନ୍ଦିରରେ ଭକ୍ତଙ୍କ ସୁରକ୍ଷାକୁ ନେଇ ଆଲର୍ଟ ଜାରି ହୋଇଛି । ଅମୃତସର ଏସିପି ଜସପାଲ ସିଂହ କହିଛନ୍ତି ଯେ, ହରିୟାଣାର ଯମୁନା ନଗରର ବାସିନ୍ଦା ଜୁଲଫାନ ନାମକ ଜଣେ ବ୍ୟକ୍ତି ଗୁରୁ ରାମଦାସ ସରାଇ (କମ୍ପଲେକ୍ସ)ର ଦ୍ୱିତୀୟ ମହଲାକୁ ଚଢ଼ିଥିଲା । ତା’ ହାତରେ ଏକ ଲୁହା ରଡ୍ ଥିଲା। ଯେତେବେଳେ ଜଣେ କର୍ମଚାରୀ ତାକୁ ଅଟକାଇବାକୁ ଚେଷ୍ଟା କଲେ, ସେ ତାଙ୍କୁ ଆକ୍ରମଣ କରିଥିଲା। ଯେତେବେଳେ ଭକ୍ତ ଏବଂ ଅନ୍ୟ କର୍ମଚାରୀମାନେ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ସେ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲା ।

ସେମାନେ ଜୁଲଫାନକୁ ପୋଲିସକୁ ହସ୍ତାନ୍ତର କରିଥିଲେ । ଜୁଲଫାଲ ବିରୋଧରେ ପୋଲିସ ମାମଲା ରୁଜୁ କରିଛି ।  ଏହି ମାମଲାରେ ଅଧିକ ତଦନ୍ତ ଚାଲିଛି । ଏହା ବ୍ୟତୀତ ଅଭିଯୁକ୍ତ ବିରୋଧରେ ପୂର୍ବରୁ କୌଣସି ମାମଲା ରହିଛି କି ନାହିଁ ସେନେଇ ମଧ୍ୟ ପୋଲିସ ତଦନ୍ତ କରୁଛି ।  ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି (SGPC) ସଚିବ ପ୍ରତାପ ସିଂହ କହିଛନ୍ତି ଯେ, ଶୁକ୍ରବାର ଦିନ ପ୍ରାୟ ୧୨ଟାରେ ଜଣେ ଆକ୍ରମଣକାରୀ ଶ୍ରୀ ଗୁରୁ ରାମଦାସ ନିବାସରେ ପ୍ରବେଶ କରି ଭକ୍ତ ଏବଂ ସେବାଦାରମାନଙ୍କୁ ଲୁହା ରଡ୍ ସାହାଯ୍ୟରେ ଆକ୍ରମଣ କରିଥିଲା । ଆକ୍ରମଣରେ ମୋହାଲି, ବଠିଣ୍ଡା ଏବଂ ପଟିଆଲାର ଜଣେ ଲେଖାଏଁ ଭକ୍ତ ଏବଂ ଦୁଇଜଣ ସେବାଦାର ଆହତ ହୋଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଭାଲାହାରେ SGPC ଦ୍ୱାରା ପରିଚାଳିତ ଶ୍ରୀ ଗୁରୁ ରାମଦାସ ହସ୍ପିଟାଲକୁ ପଠାଯାଇଥିଲା। ସେ କହିଛନ୍ତି ଯେ, ବଠିଣ୍ଡାର ଜଣେ ସେବାଦାର ଏବଂ ଜଣେ ଭକ୍ତଙ୍କ ମୁଣ୍ଡରେ ଆଘାତ ଯୋଗୁଁ ସେମାନଙ୍କ ଅବସ୍ଥା ଗୁରୁତର ରହିଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.