ନୂଆଦିଲ୍ଲୀ,୧୧/୦୩ : ଗୁଳିକାଣ୍ଡ, ହତ୍ୟା ଘଟଣା ମଣିଷ ମଣିଷ ଭିତରେ ହୋଇଥାଏ। ବ୍ୟକ୍ତିଗତ ରାଗ ରଖି ଫାୟାରିଂ କରି ହତ୍ୟା କରିବା ଭଳି ଘଟଣା ଅନେକ ଦେଖିବାକୁ ମିଳେ । ସବୁଠୁ ବଡ କଥା ହେଉଛି ମାଲିକର ସୁରକ୍ଷା ପାଇଁ କୁକୁର ଜୀବନ ଦେବା ପରି ଅନେକ ଘଟଣା ଆମ ନଜରକୁ ଆସିଛି । ହେଲେ ଆମେ ଯେଉଁ ଘଟଣା କହିବୁ ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଜଣେ ବ୍ୟକ୍ତି ଦାବି କରିଛନ୍ତି କି ତାଙ୍କ ପୋଷା କୁକୁର ତାଙ୍କୁ ଗୁଳି ମାରିଛି । କଣ ଆଶ୍ଚର୍ଯ୍ୟ ହୋଇଗଲେ ନା ? ହେବା ବି ସ୍ବାଭାବିକ । ଏବେ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ କୁକୁର କିପରି ଗୁଳି ମାରିବ ! ଆମେରିକାରୁ ଆସିଛି ଚକିତ କରିଦେବା ପରି ଖବର । କଣ ପୁରା ଘଟଣା ଜାଣିବାକୁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।
କଣ ପୂରା ଘଟଣା- ଆମେରିକାର ଟେନେସିରୁ ଏହି ଘଟଣା ଆସିଛି । ନ୍ୟୁୟର୍କ ରିପୋର୍ଟ ଅନୁସାରେ ,ପୋଲିସ କହିଛି କି ସେ ଘଟଣାସ୍ଥଳରେ ପହଞ୍ଚିବା ପରେ କୁକୁର ଓ ବ୍ୟକ୍ତି ଜଣଙ୍କ ଆହତ ଅବସ୍ଥାରେ ଥିଲେ । ମେମ୍ପିସ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ବ୍ୟକ୍ତି ଜଣକ ଦାବି କରିଥିଲେ କି ତାଙ୍କ କୁକୁର ତାଙ୍କ ଗୁଳି କରିଛି । ବାନ୍ଧବୀଙ୍କ ସହ ଶୋଇଥିବା ବେଳେ ଏହି ଅଘଟଣ ଘଟିଥିଲା । ପୀଡିକ ବ୍ୟକ୍ତି ପୋଲିସକୁ କହିଛନ୍ତି ଯେ, ପୋଷା କୁକୁର ଓରିଓର ଗୋଡ ବନ୍ଧୁକ ଟ୍ରିଗରରେ ଫସି ଯାଇଥିଲା । ଫଳରେ ଗୁଳି ଫୁଟି ଯାଇଥିଲା । ମୋ ଜଙ୍ଘରେ ଗୁଳି ବାଜିଛି । ସମାନ୍ୟ ଆଘାତ ଲାଗିଛି । ପରବର୍ତ୍ତୀ ସମୟରେ ବନ୍ଧୁକରୁ ଦୁର୍ଘଟଣାବସତଃ ଗୁଳି ଫୁଟିଥିବା ଜଣାପଡିଥିଲା ।
ଅଧିକ ପଢନ୍ତୁ...ମାଲିକ ଜୀବନ ବଞ୍ଚାଇବାକୁ ବାଘ ସହ ଅଧଘଣ୍ଟା ଲଢିଲା କୁକୁର; ଆଉ ତା ପରେ...
ଗୁଳି ହୋଇଥିବା ବ୍ୟକ୍ତିଙ୍କର ଜଣେ ବନ୍ଧୁ କହିଛନ୍ତି, ଏହା ଏକ ଅଦ୍ଭୂତ ଘଟଣା । କୁକୁଟ ଡେଇଁପଡିବାରୁ ବନ୍ଧୁକଟି ବାହାରି ଯାଇଥିଲା । ଭୁଲବସତଃ ଗୁଳିଟି ଫୁଟି ଯାଇଥିଲା । ମୋ ବନ୍ଧୁ ଆହତ ହୋଇଛନ୍ତି । ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି । କୁକୁଟରି ଖେଳୁଥିଲା । ଏପଟ ସେପଟ ହୋଇ ଡେଉଁଥିଲା ଫଳରେ ଗୁଳିଟି ଫୁଟି ଯାଇଥିଲା ।