କଟକ,୧୭/୧୦: ମୁଣ୍ଡଳୀ ବ୍ରିଜ୍ ଉପରୁ ନଦୀକୁ ଡେଇଁଲେ ଯୁବକ। ବ୍ରିଜ୍ରେ କାର୍ ରଖି ନଦୀକୁ ଡେଇଁପଡ଼ିଲେ ଯୁବକ। ନିଖୋଜ ଯୁବକ କେନ୍ଦୁଝରର ଶକ୍ତିକାନ୍ତ ସାହୁ ଏବଂ ସେ ଭୁବନେଶ୍ବରର ନୟାପଲ୍ଲୀ ଅଞ୍ଚଳରେ ରହୁଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି ।

ସୂଚନା ମୁତାବକ, ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ରହୁଥିବା ଶକ୍ତିକାନ୍ତ ସାହୁ ନାମକ ଯୁବକ ମୁଣ୍ଡଳୀ ବ୍ରିଜ୍ ଉପରୁ ନଦୀକୁ ଡେଇଁ ପଡ଼ିଥିଲେ । ବ୍ରିଜ୍ ଉପରେ କାର୍ ରଖି ଯୁବକ ଜଣକ ନଦୀକୁ ଡେଇଁ ପଡ଼ିଥିଲେ । ଏସମ୍ପର୍କରେ ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛି । ତେବେ ଯୁବକ ଜଣକ କାହିଁକି ନଦୀକୁ ଡେଇଁ ପଡ଼ିଲେ, ତାହା ବର୍ତ୍ତମାନ ଜଣାପଡ଼ିନାହିଁ । ଏହି ଘଟଣା ପରେ ଉକ୍ତ ସ୍ଥାନରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।