ପ୍ରମୂଖ ଖବର
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଆମ୍ୱ ବଗିଚାରେ ଗୋଡ଼ାଇଲା ଦନ୍ତା, ଖସିପଡ଼ି ଜଣେ ଗୁରୁତର

Published By : Harapriya Sethi | March 19, 2025 11:57 AM

ନରସିଂହପୁର,୧୯/୦୩: ହାତୀ ଆକ୍ରମଣରୁ ନିଜରୁ ରକ୍ଷା କରିବା ପାଇଁ ଦୌଡ଼ି ପଳାଉଥିବା ବେଳେ ଖସିଗଲା ଗୋଡ଼ । ତଳେ ପଡ଼ି ଯିବାରୁ ବାମ ହାତରେ ପଶିଗଲା ବାଉଁଶ ଖୁଣ୍ଟା । ଗୁରୁତର ହୋଇଥିବା ବ୍ୟକ୍ତି ଜଣକ ସାଗର ଗାଁର ରବୀନ୍ଦ୍ର କୁମାର ସାହୁ (୫୨) ବୋଲି ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ନରସିଂହପୁର ମେଡିକାଲ ଏବଂ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ସାଗର ଗାଁରେ ଏଭଳି ଘଟଣା ଘଟିଛି । 

ଭାରସାମ୍ୟ ହରାଇ ଓଲଟିଲା ବସ୍: ଜଣେ ମୃତ, ୧୫ରୁ ଉର୍ଦ୍ଧ୍ୱ ଆହତ

ସୂଚନା ମୁତାବକ, ରବୀନ୍ଦ୍ର କୁମାର ସାହୁ ବୁଧବାର ଦିନ ସାଗର ଆମ୍ବ ବଗିଚା ସଫା କରିବା ପାଇଁ ଯାଇଥିଲେ । ପୂର୍ବରୁ ସେହି ଆମ୍ୱ ବଗିଚାରେ ଏକ ଛୁଆ ହାତୀ ତା ମାଆ ସହ ଥିଲା । ରବିନ୍ଦ୍ରଙ୍କୁ ଆମ୍ବ ବଗିଚାରେ ଦେଖି ମାଆ ହାତୀ ଗୋଡ଼ାଇଥିଲା । ଜୀବନ ବଞ୍ଚାଇବାକୁ ରବୀନ୍ଦ୍ର ଦୌଡ଼ି ପଳାଇ ଆସୁଥିବା ବେଳେ ଖସି ପଡ଼ିଥିଲେ । ଫଳରେ ତାଙ୍କ ବାମ ହାତରେ ଏକ ବାଉଁଶ ଖୁଣ୍ଟା ପଶି ଯିବାରୁ ଶିର କଟି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ନରସିଂହପୁର ମେଡିକାଲକୁ ଅଣାଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.