ଦିଗପହଣ୍ଡି,୧୮/୦୧: ରାତି ଅଧରେ ବୁଲିଲା ଖଣ୍ଡା । ଘରେ ପଶିଲା ଆଖି ବୁଜି ହାଣି ଚାଲିଲା । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଚାଞ୍ଚଲ୍ୟ ଖେଳିଯାଇଛି । ଘରେ ପଶି ୩ ଜଣଙ୍କୁ ଅତର୍କିତ ଆକ୍ରମଣ କରିଛି ଜଣେ ଯୁବକ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘରେ ପଶି ମା' ଓ ଦୁଇ ଝିଅଙ୍କୁ ଖଣ୍ଡାରେ ହାଣିଲା ଯୁବକ । ବି.ତୁରୁବୁଡ଼ି କାଣ୍ଡସ୍ୱର ଗାଁରେ ଅଘଟଣ ଘଟିଛି । ୩ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣ କରିଥିବା ଯୁବକ ପଡ଼ୋଶୀ ଗାଁର । ଘଟଣାସ୍ଥଳରେ ପୁଲିସର ତଦନ୍ତ ଆରମ୍ଭ । ହତ୍ୟାକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । କିନ୍ତୁ ପୂର୍ବ ଶତ୍ରୁତା ଥିବା କୁହାଯାଉଛି ।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ବି. ତୁରୁବୁଡ଼ି ଗ୍ରାମ ପଞ୍ଚାୟତର କାଣ୍ଡସ୍ଵର ଗ୍ରାମରେ ଘଟିଛି ଏହି ଘଟଣା । ଜଣେ ବିଧବା ମା' ଓ ଦୁଇ ଝିଅଙ୍କୁ ଖଣ୍ଡାରେ ଆକ୍ରମଣ କରିଛି ଯୁବକ । ଆକ୍ରମଣ କରିଥିବା ଯୁବକ ପଡୋଶୀ ଗାଁର ବାଳକୃଷ୍ଣ ପାତ୍ର ବୋଲି ଜଣାପଡ଼ିଛି । ଗୁରୁତର ଆହତ ହୋଇଥିବା ୩ ଜଣଙ୍କୁ ବ୍ରହ୍ମପୁର ମେଡିକାଲ୍ ଭର୍ତ୍ତି କରାଯାଇଛି । ଦୁଅ ଝିଅଙ୍କ ବେକରେ ଗଭୀର ଆଘାତ ଲାଗିଛି । ବୃଦ୍ଧାଙ୍କର କାନ ପାଖରେ ଖଣ୍ଡା ଚୋଟ ଦେଖିବାକୁ ମିଳିଛି । ହସ୍ପିଟାଲରେ  ୩ଜଣଙ୍କ ଜୀବନ ବଞ୍ଚାଇବାକୁ ଡାକ୍ତରଙ୍କ ପ୍ରୟାସ ଜାରି ରହିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ୩ ଜଣଙ୍କ ଉପରେ ଆକ୍ରମଣର କାରଣ ଅସ୍ୱଷ୍ଟ । ଆକ୍ରମଣ କରିଥିବା ଯୁବକଙ୍କ ସହ ସାମିଲ ଥିବା ଅନ୍ୟ ଜଣେ ଯୁବକଙ୍କୁ ପୁଲିସ ଉଠାଇଛି । ସାନଡିମ୍ବୁଳା ଗ୍ରାମର ଡିଲେଶୁ ପାତ୍ରଙ୍କ ପୁଅ ବାଳକୃଷ୍ଣ ପାତ୍ର ଆକ୍ରମଣକାରୀ ବୋଲି ଜଣାପଡିଛି ।​​​​​​​