ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଶୋକସଭା ଚାଲିଥିଲା, ଅଚାନକ ପହଞ୍ଚିଲେ ମୃତ ବ୍ୟକ୍ତି

Published By : Ankita S | November 17, 2024 10:20 AM

ଅହମ୍ମଦାବାଦ,୧୭/୧୧: ଅକ୍ଟୋବର ୨୭ରୁ ନିଖୋଜ ଥିଲେ । ନଭେମ୍ବର ୧୦ ତାରିଖରେ ନିଖୋଜ ବ୍ୟକ୍ତିଙ୍କର ମୃତଦେହ ଚିହ୍ନଟ କଲେ ପରିବାର । ଶେଷକୃତ୍ୟ ସରିଲା । ଶୋକରେ ବୁଡିଥିବା ପରିବାର ଶଦ୍ଧାଞ୍ଜଳି ସଭାର ଆୟୋଜନ କରିଥିଲେ । ହେଲେ କିଛି ଏମିତି ଘଟିଲା ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ନଭେମ୍ବର ୧୪ ତାରଖରେ ଶ୍ରଦ୍ଧାଞ୍ଜଳି ସଭାରେ ଅଚାନକ ଆସି ପହଞ୍ଚି ଯାଇଥିଲେ ମୃତ ବ୍ୟକ୍ତି ଜଣକ । ଯାହା ସମସ୍ତଙ୍କୁ ଚକିତ କରିଛି ।

ସୂଚନାଅନୁସାରେ, ଗୁଜୁରାଟ ମେହସାନା ଜିଲ୍ଲା ବ୍ରିଜେଶ ସୂତାର ନାମକ ଜଣେ ବ୍ୟକ୍ତି ଅକ୍ଟୋବର ୨୭ ତାରଖରୁ ନିଖୋଜ ଥିଲେ । ଷ୍ଟକ ମାର୍କେଟ ବ୍ୟବସାୟ ସହ ଜଡିତ ଆର୍ଥିକ ସମସ୍ୟା ଓ ମାନସିକ ସ୍ବାସ୍ଥ୍ୟ ସମସ୍ୟାରେ ପୀଡିତ ବ୍ରିଜେଶ ନାରୋଡାସ୍ଥିତ ନିଜ ଘରୁ କେଉଁ ଆଡେ ଚାଲିଯାଇଥିଲେ । ପରିବାର ଲୋକ ବହୁତ ଖୋଜାଖୋଜି କରିଥିଲେ । ଏ ନେଇ ନାରୋଡା ପୋଲିସ ଷ୍ଟେସନରେ ନିଖୋଜ ରିପୋର୍ଟ ଦାଖଲ କରିଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ବ୍ରିଜେଶଙ୍କୁ ଖୋଜଖୋଜି କରିଥିଲେ ।

ନଭେମ୍ବର ୧୦  ତାରିଖରେ ସାବରମତି ବ୍ରିଜ ନିକଟରେ ପୋଲିସ ଏକ ଅଜଣା ମୃତଦେହ ପାଇଥିଲା । ସାମ୍ଭାବ୍ୟ ଚିହ୍ନଟ ପାଇଁ ସୂତାର ପରିବାରକୁ ଡାକିଥିଲା । ମୃତଦେହଟି ଖରାପ ହୋଇଯାଇଥିବାରୁ ଚିହ୍ନିବାରେ ସମସ୍ୟା ଉପୁଜିଥିବା । ଏହା ପରେ ବି ବ୍ରିଜେଶଙ୍କ ପରିବାର ଭୁଲରେ ତାଙ୍କୁ ବ୍ରିଜେଶ ବୋଲି ଚିହ୍ନଟ କରିଥିଲେ । ଏହାପରେ ବ୍ରିଜେଶଙ୍କ ଉଦ୍ଦେଶ୍ୟରେ ଶୋକସଭାର ଆୟୋଜନ ହୋଇଥିଲା । ସମ୍ପର୍କୀୟ ପରିବାର ଏକାଠୀ ହୋଇଥିଲେ । ଏହି ସମୟରେ ଯାହା ଘଟିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ହଠାତ୍ ବ୍ରିଜେଶ ସୂତାର ଘରେ ଆସି ପହଞ୍ଚିଥିଲେ । ବ୍ରିଜେଶ ଏକଦମ ସୁସ୍ଥ ଥିଲେ । ତେବେ ପୋଲିସ ଯେଉଁ ମୃତଦେହ ବ୍ରିଜେଶଙ୍କ ପରିବାରକୁ ଦେଇଥିବା ତାକୁ ନେଇ ତଦନ୍ତ ଆରମ୍ଭ କରିଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.