ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ମନମୁଣ୍ଡାରେ ଘୋଷଯାତ୍ରା ମହାଆଡ଼ମ୍ବରରେ ପାଳିତ

Published By : Ladu Kishor | June 27, 2025 9:39 PM

ମନମୁଣ୍ଡା ୨୭/୦୬: ଶତାବ୍ଦୀ ପୁରାତନ ମନମୁଣ୍ଡା ଶ୍ରୀ ଦଧିବାମନ ମନ୍ଦିରରେ ଆଜି ଘୋଷଯାତ୍ରା ହର୍ଷ ଉଲ୍ଲାସ ସହ ପାଳିତ ହୋଇଛି। ସକାଳ ସମୟରେ ମନ୍ଦିର ମୁଖ୍ୟ ପୂଜକ ଆଶୁତୋଷ ହୋତା ମଙ୍ଗଳ ଆଳତି, ପ୍ରଭୁଙ୍କ ନିତିକାନ୍ତି କରିଥିଲେ। ନବ ଦିନାତ୍ମକ ଜନ୍ମବେଦିକୁ ଯାତ୍ରା ପାଇଁ ପ୍ରଭୁଙ୍କ ଆଜ୍ଞାମାଳ ପାଇ ରଥ ସୁସଜ୍ଜିତ ଭାବେ ପ୍ରସ୍ତୁତ ହୋଇ ରହିଥିଲା। ଅପରାହ୍ନ ସମୟରେ ମଙ୍ଗଳାର୍ପଣ ପରେ ପହଣ୍ଡି ଆରମ୍ଭ କରାଯାଇଥିଲା। ଛେରା ପହଁରା ମଧ୍ୟ କରାଯାଇଥିଲା। ବ୍ରାହ୍ମଣ ଶିବ ରଥ,ନିରଞ୍ଜନ ହୋତା,ସ୍ଵାଧୀନ କୁମାର ହୋତା ପ୍ରମୁଖ ପହଣ୍ଡି କରି ରଥାରୂଢ଼ କରିଥିଲେ । ଆଗାମୀ ଦିନରେ ମନ୍ଦିର ଦାୟିତ୍ଵ ତଥା ପୂଜାର୍ଚ୍ଚନାକୁ ଇଛା ରଖିଥିବା ହୋତା ବଂଶର ଛୋଟ ବ୍ରାହ୍ମଣ ପ୍ରିୟାଂଶୁ ହୋତା ବଡ ମାନଙ୍କ ସହ ରହି ତାଲିମ ନେଇଥିଲେ। 

ପହଣ୍ଡି ସମୟରେ ଭୁଲିଆ ସମାଜର ସଭ୍ୟ ମାନେ କୀର୍ତ୍ତନ କରି ପହଣ୍ଡି ଗୀତ, ଭଜନ ଇତ୍ୟାଦି ପରିବେଷଣ କରିଥିଲେ। ରଥଯାତ୍ରା ମିଳନର ଦିବ୍ୟ ମୂହୁର୍ତ୍ତରେ ଭକ୍ତ ଓ ଭଗବାନ ଏକାକାର ହୋଇଯାଇଥିବା ଦେଖିବାକୁ ମିଳିଥିଲା। କୈବର୍ତ୍ତ ସମାଜ ଚାରମାଳ ଫିଟାଇବା ସହ ଘୋଡ଼ା ଲଗାଇଥିଲେ। ତାପରେ ରଥଟଣା ଯାଇଥିଲା। ଏହି ଅବସରରେ ଛୋଟ ଛୁଆଙ୍କ ମଙ୍ଗଳ ପାଇଁ ପରମ୍ପରା ପ୍ରକାରେ ଛୋଟ ଛୁଆଙ୍କ ରଥ ଛୁଆଁ ଯାଇଥିଲା। 

ମନମୁଣ୍ଡା ପ୍ରସିଦ୍ଧ ରଥଯାତ୍ରା ଦେଖିବାକୁ ଆଖପାଖ ଅଞ୍ଚଳରୁ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ତାପରେ ମହାପ୍ରଭୁଙ୍କୁ ପୁନଃ ପହଣ୍ଡି କରି ମାଉସୀ ମା ମନ୍ଦିର (ଶ୍ରୀ ଭାଗବତ ମନ୍ଦିର)କୁ ତଥା ଜନ୍ମ ବେଦୀରେ ବିରାଜମାନ କରାଯାଇଥିଲା। ମାଉସୀ ମନ୍ଦିରକୁ ଭୁଲିଆ ସମାଜ ଆକର୍ଷଣୀୟ ଭାବେ ସଜାଇଥିଲେ ଏବଂ ମହାପ୍ରଭୁଙ୍କୁ ମାଉସୀ ମନ୍ଦିରକୁ ପାଛୋଟି ନେଇଥିଲେ। ଆଇ ଆଇ ସି ଅଞ୍ଜଳି ବିଶ୍ଵାଳଙ୍କ ନେତୃତ୍ୱରେ ପୁଲିସ ବଳ ଟ୍ରାଫିକ ଓ ଶାନ୍ତି ଶୃଙ୍ଖଳା ଉପରେ ଏବଂ ଶୃଙ୍ଖଳିତ ରଥ ଟଣା ଉପରେ ସହଯୋଗ କରିଥିଲା ବେଳେ ବିଦ୍ୟୁତ୍ ବିଭାଗ କର୍ମଚାରୀ ମାନେ ରଥ ଟଣା ବେଳେ ବିଦ୍ୟୁତ୍ ତାର ଟେକିବାରେ ସାହାଯ୍ୟ କରିଥିଲେ। ମନମୁଣ୍ଡା ବ୍ରାହ୍ମଣ ବିଜୟ କୁମାର ତ୍ରିପାଠୀ, ଚନ୍ଦ୍ରଶେଖର ରଥ, ମନ୍ଦିର କମିଟି ସଦସ୍ୟ ମାନେ ଶୃଙ୍ଖଳିତ ରଥଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.