ପ୍ରମୂଖ ଖବର
  • 'ଥ୍ରୀ ଇଡିଅଟ୍‌' ଫିଲ୍ମ ପ୍ରଫେସର ଅଚ୍ୟୁତ ପୋତଦାରଙ୍କ ଦେହାନ୍ତ
  • ||
  • ଯାଜପୁର : ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: ଆଜି ମହାପ୍ରଭୁଙ୍କ କାଳୀୟଦଳନ ବେଶ ନୀତି
  • ||
  • ସାଲେପୁରକୁ NAC ଘୋଷଣା ଦାବିରେ ବିଜେଡିର ବନ୍ଦ ପାଳନ, କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ
  • ||
  • ଅବପାତ ପ୍ରଭାବ; ସାରା ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୨୦ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
  • ||
  • ସମ୍ବଲପୁର ଧନୁପାଲିରେ ଏନ୍‌କାଉଣ୍ଟର, କୁଖ୍ୟାତ ଅପରାଧୀ ଏମ୍‌ଡି ସାମଦ ବାମ ଗୋଡ଼ ବାଜିଲା ଗୁଳି
  • ||

କିଏ ମନିକା ବିଶ୍ୱକର୍ମା ? ପିନ୍ଧିଲେ ମିସ୍ ୟୁନିଭର୍ସ ଇଣ୍ଡିଆ ମୁକୁଟ, ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାରତକୁ କରିବେ ପ୍ରତିନିଧିତ୍ୱ

Published By : Ankita S | August 19, 2025 8:28 AM

ନୂଆଦିଲ୍ଲୀ,୧୯/୦୮: ଦେଶକୁ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ ମିଳି ସାରିଛି । ରାଜସ୍ଥାନ ଜୟପୁରରେ ଅନୁଷ୍ଠିତ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ ପ୍ରତିଯୋଗିତାରେ ମନିକା ବିଶ୍ୱକର୍ମା ମୁକୁଟ ପିନ୍ଧାଇଛନ୍ତି। ମିସ୍ ୟୁନିଭର୍ସ ଇଣ୍ଡିଆ ଟାଇଟଲ ଜିତିବା ପରେ ମନିକା ବିଶ୍ୱକର୍ମାଙ୍କ ମୁହଁରେ କେବଳ ହସ ଆଉ ହସ ଦେଖିବାକୁ ମିଳିଥିଲା । ରାଜସ୍ଥାନର ଗଙ୍ଗାନଗରର ବାସିନ୍ଦା ମନିକା ବିଶ୍ୱକର୍ମା ବର୍ତ୍ତମାନ ଦିଲ୍ଲୀରେ ମଡେଲିଂ କରୁଛନ୍ତି । ମିସ୍ ୟୁନିଭର୍ସ ଇଣ୍ଡିଆ ହେବା ପରେ ମନିକା ବିଶ୍ୱକର୍ମା ଏକ ଲମ୍ବା ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଛନ୍ତି । ମନିକା ୭୪ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବେ ।

ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ ଟାଇଟଲ ଜିତିବା ପୂର୍ବରୁ ମନିକା ବିଶ୍ୱକର୍ମା ମିସ୍ ୟୁନିଭର୍ସ ରାଜସ୍ଥାନ ୨୦୨୪ର ମୁକୁଟ ପିନ୍ଧିଥିଲେ । ଏହା ପରେ, ସେ ଦିଲ୍ଲୀରେ ମଡେଲିଂରେ ଏଣ୍ଟ୍ରୀ କରିଥିଲେ । ଏବେ ମନିକା ବିଶ୍ୱକର୍ମାଙ୍କ ଦାୟିତ୍ୱ ବଢ଼ିଛି। ସେ ଚଳିତ ବର୍ଷ ଶେଷସୁଦ୍ଧା ଥାଇଲାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ୭୪ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବେ । ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ୧୩୦ଟି ଦେଶର ସୁନ୍ଦରୀମାନେ ଅଂଶଗ୍ରହଣ କରିବେ ।


ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିବା ପରେ ମନିକା କହିଛନ୍ତି,''ସଂଘର୍ଷ ଅପେକ୍ଷା ପ୍ରସ୍ତୁତିର ଏକ ଯାତ୍ରା ରହିଥାଏ । ମୋର ଏକ ଯାତ୍ରା ଥିଲା । ଗଙ୍ଗାନଗରରୁ ଦିଲ୍ଲୀ ଆସି ପ୍ରସ୍ତୁତି ଆରମ୍ଭ କରିଥିଲି । ସବୁଠୁ ବଡ଼ କଥା ହେଲା ଆତ୍ମବିଶ୍ୱାସ ଏବଂ ଉତ୍ସାହ ଆମକୁ ଆଗକୁ ନେଇଥାଏ । ସମସ୍ତଙ୍କର ବଡ଼ ଭୂମିକା ରହିଛି । ମୋ ମେଣ୍ଟରଙ୍କୁ ବହୁତ ଧନ୍ୟବାଦ । ଆଜି ମୁଁ ଯେଉଁଠି ପହଞ୍ଚିଛି ସେ ନେଇ ସମସ୍ତଙ୍କୁ ଧନ୍ୟବାଦ । ସୁନ୍ଦୀର ପ୍ରତିଯୋଗିତା କେବଳ ଏକ ଫିଲ୍ଡ ନୁହେଁ ଏହା ଏକ ଦୁନିଆ ଯାହା ଲୋକଙ୍କୁ ଗଢେ । ଏ ଯାତ୍ରା ମୋ ପାଇଁ ବହୁତ ସ୍ପେସାଲ ଥିଲା । ଏବେ ମୋର ଲକ୍ଷ୍ୟ ହେଉଛି ମୋର ସର୍ବୋତ୍ତମ କ୍ଷମତା ସହିତ ଭାରତକୁ ପ୍ରତିନିଧିତ୍ୱ କରିବା ଏବଂ ମିସ୍ ୟୁନିଭର୍ସ ମୁକୁଟ ଘରକୁ ଆଣିବା...' ''


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.