ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ମଣିପୁରରେ ହିଂସା; ମୈତେଇ ସମୁଦାୟ ପକ୍ଷରୁ ବିକ୍ଷୋଭ, ୭ଟି ଜିଲ୍ଲାରେ କର୍ଫ୍ୟୁ

Published By : Anindita Ratha | November 17, 2024 8:49 AM

ନୂଆଦିଲ୍ଲୀ, ୧୭ /୧୧: ମଣିପୁରରେ ପୁଣି ହିଂସା । ରାଜ୍ୟର ଜିରିବାମ୍‌ ଜିଲ୍ଲାରେ ୬ ଜଣଙ୍କୁ ଅପହରଣ ଏବଂ ହତ୍ୟା ଘଟଣାକୁ ନେଇ ହିଂସାକାଣ୍ଡ । ଯାହାକୁ ନେଇ ୭ଟି ଜିଲ୍ଲାରେ ଲାଗୁ ହୋଇଛି କର୍ଫ୍ୟୁ । ଏଥିସହ ଇଣ୍ଟରନେଟ୍‌ ଓ ମୋବାଇଲ ଡାଟା ସେବା ବନ୍ଦ କରି ଦିଆଯାଇଛି । ଏଥିସହ ତେବେ କିଛିଦିନ ତଳେ ମଣିପୁରର ଜିରିବାମ୍‌ ଜିଲ୍ଲାରେ ମୈତେଇ ସମୁଦାୟର ୬ ଜଣ ଲୋକଙ୍କୁ ବୋରୋବେକ୍ରା ଅଞ୍ଚଳର କୁକି ଉଗ୍ରବାଦୀମାନେ ଅପହରଣ କରିନେଇ ବନ୍ଧକ ରଖିଥିଲେ । ଏହାର ୫ ଦିନ ପରେ ୬ ଜଣଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି । ମୃତକଙ୍କ ମଧ୍ୟରେ ୩ ମହିଳା ଓ ୩ ଶିଶୁ ଅଛନ୍ତି । ୮ ମାସର ଏକ ପିଲାର ମୃତଦେହ ବି ଏଥିରେ ରହିଛି । ଯାହାକୁ ନେଇ ମୈତେଇ ସମୁଦାୟର ଲୋକମାନେ ଗତକାଲି  କରିଛନ୍ତି ଜୋରଦାର ହଙ୍ଗାମା । ବିଭିନ୍ନ ସ୍ଥାନରେ ବ୍ୟାପକ ଭଙ୍ଗାରୁଜା ଓ ଜଳାପୋଡ଼ା କରିଛନ୍ତି । ଫଳରେ ମଣିପୁର ପୁଣି ଅଶାନ୍ତ ହୋଇପଡ଼ିଛି । ଉତ୍ତ୍ୟକ୍ତ ବିକ୍ଷୋଭକାରୀମାନେ ଇମ୍ଫାଲରେ ୨ ମନ୍ତ୍ରୀ ଓ ୮ ବିଧାୟକଙ୍କ ଘର ଉପରେ ସଂଘବଦ୍ଧ ଆକ୍ରମଣ କରିଛନ୍ତି । 

ଲାମ୍ଫେଲ ସାନକେଇଥେଲ ଅଞ୍ଚଳରେ ଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ସପମ୍‌ ରଞ୍ଜନଙ୍କ ଘର ଉପରେ ହମ୍‌ଲା ହୋଇଛି । ଇମ୍ଫାଲ ପଶ୍ଚିମ ଜିଲ୍ଲା ଅନ୍ତର୍ଗତ ସାଗୋଲବନ୍ଦ ଅଞ୍ଚଳରେ ଥିବା ବିଜେପି ବିଧାୟକ ତଥା ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ୍‌ ସିଂହଙ୍କ ଜ୍ୱାଇଁ ଆର୍‌ କେ ଇମୋଙ୍କ ଘର ସମ୍ମୁଖରେ ଆନ୍ଦୋଳନ କରାଯାଇଛି । ଆନ୍ଦୋଳନକାରୀ ତାଙ୍କ ଘର ଝରକା ଭାଙ୍ଗିଛନ୍ତି। ଏହି ସମୟରେ ସେମାନେ ସ୍ଲୋଗାନ ଦେବା ସହ ସରକାରଙ୍କ ପକ୍ଷରୁ ବିହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ୨୪ ଘଣ୍ଟା ମଧ୍ୟରେ ଦୋଷୀଙ୍କୁ ଗିରଫ ନ କଲେ ଆନ୍ଦୋଳନ ତେଜିବ ବୋଲି ଚେତାବନୀ ଦେଇଛନ୍ତି । ଏହାବ୍ୟତୀତ ବିକ୍ଷୋଭକାରୀମାନେ କିଶମଥୋଙ୍ଗ୍‌ରେ ଥିବା ସ୍ୱାଧୀନ ବିଧାୟକ ସପମ୍‌ ନିଶିକାନ୍ତ ସିଂହଙ୍କୁ ଭେଟିବାକୁ ଆସିଥିଲେ । ଏହି ସମୟରେ ବିଧାୟକଙ୍କ ସମ୍ବାଦପତ୍ର କାର୍ଯ୍ୟାଳୟ ଉପରେ ସେମାନେ ଆକ୍ରମଣ କରିଥିଲେ । ବିଧାୟକ ଅନୁପସ୍ଥିତ ଥିବା କୁହାଯିବାରୁ ସେମାନେ ଉତ୍ତ୍ୟକ୍ତ ହୋଇ ଏଭଳି କାଣ୍ଡ ଘଟାଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । 

ହିଂସାକାଣ୍ଡ ତେଜିବାରୁ ମଣିପୁର ସରକାର ୭ଟି ଜିଲ୍ଲା ଯଥା ଇମ୍ଫାଲ ପଶ୍ଚିମ, ପୂର୍ବ, ବିଷ୍ଣୁପୁର, ଥୌବଲ, କାକଚିଙ୍ଗ୍‌, କାଙ୍ଗପୋକପି ଓ ଚୁରାଚାନ୍ଦପୁରରେ କର୍ଫ୍ୟୁ ଲାଗୁ କରିଛନ୍ତି । ଦୁଇଦିନ ପାଇଁ ଇଣ୍ଟରନେଟ ଓ ମୋବାଇଲ ଡାଟା ସେବାକୁ ବନ୍ଦ କରିଦେଇଛନ୍ତି । ଏହାସତ୍ତେ୍ୱ ଏହି ଜିଲ୍ଲାଗୁଡ଼ିକରେ ଉତ୍ତେଜନା ଲାଗିରହିଛି । ଉଲ୍ଲେଖଯୋଗ୍ୟ, ଚଳିତମାସ ୧୧ ତାରିଖରେ ବର୍ଦ୍ଦିପିନ୍ଧା ଉଗ୍ରବାଦୀମାନେ ବୋରୋବେକ୍ରା ଥାନା ପରିସର ଏବଂ ସିଆରପିଏଫ୍‌ ଶିବିର ଉପରେ ଆକ୍ରମଣ କରିଥିଲେ । ଏହି ସମୟରେ ଜୋରଦାର ମୁହାଁମୁହିଁ ହୋଇଥିଲା । ୧୦ ଉଗ୍ରବାଦୀ ନିପାତ ହୋଇଥିଲେ । ଏହି ସମୟରେ ଜିରିବାମ ଜିଲ୍ଲାର ବୋରୋବେକ୍ରା ଥାନା ପରିସରରେ ଥିବା ରିଲିଫ ଶିବିରରୁ ୬ ଜଣ ଲୋକଙ୍କୁ ଉଗ୍ରବାଦୀମାନେ ଅପହରଣ କରିନେଇଥିଲେ । ସେମାନଙ୍କୁ ବନ୍ଧକ ବନାଇ ରଖାଯାଇଥିଲା । ପୁଲିସ ଏବେ ୬ ଜଣଙ୍କ ମୃତଦେହ ଉଦ୍ଧାର କରିଛି । ପ୍ରାୟ ବର୍ଷେ ତଳେ ହିନ୍ଦୁ ମୈତେଇ ଓ ଖ୍ରୀଷ୍ଟିଆନ୍‌ କୁକି ସମୁଦାୟ ମଧ୍ୟରେ ସଂରକ୍ଷଣକୁ ନେଇ ହିଂସା ଉପୁଜିଥିଲା । ସେବେଠାରୁ ଛୋଟବଡ଼ ହିଂସାକାଣ୍ଡ ଲାଗିରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.