ନୂଆଦିଲ୍ଲୀ,୫।୧: ସୋମବାର ଭୋର ସମୟରେ ମଣିପୁରର ବିଷ୍ଣୁପୁର ଜିଲ୍ଲାରେ ତିନୋଟି ଅଲଗା ଅଲଗା ବିସ୍ଫୋରଣ ପରେ ଉତ୍ତେଜନା ବଢିଛି। ପୂର୍ବରୁ ଦୁଇଟି ବିସ୍ଫୋରଣ ସକାଳ ପ୍ରାୟ ୫ଟା ୪୦ ଓ ୫ଟା ୫୪ ମିନିଟରେ ଘଟିଥିଲା,ସେଭଳି ତୃତୀୟ ବିସ୍ଫୋରଣ ସକାଳ ୮ଟା ୪୫ ମିନିଟରେ ଘଟିଥିଲା। ଏହି ବିସ୍ଫୋରଣରେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି ରାଜ୍ୟରେ ଶାନ୍ତି ଭଙ୍ଗ ହେବାର ବିପଦ ବଢିଯାଇଛି। ସ୍ଥାନୀୟ ନିବାସୀ ଓ ମିଡିଆ ଅନୁସାରେ, ଏହି ଆଇଇଡି ବିସ୍ଫୋରଣ ଫୋଗାକଚାଓ ପୁଲିସ ଷ୍ଟେସନ୍ ଅନ୍ତର୍ଗତ ସେଣ୍ଟନ ନଗାନୁକନ୍ ଅଞ୍ଚଳରେ ଘଟିଛି। ଏହି ଅଞ୍ଚଳ ପୂର୍ବରୁ ସଙ୍କଟଗ୍ରସ୍ତ ରହିଛି ଓ ବର୍ତ୍ତମାନ ସିଆରପିଏଫ୍‌ର ସୁରକ୍ଷାରେ ରହିଛି।

ଏହି ଘଟଣା ପଛରେ ଅଜଣା ହତିଆରଧାରୀଙ୍କ ହାତ ରହିଛି। ଏଭଳି ସନ୍ଦେହ ହେଉଛି ଯେ, ସେମାନେ ଚୁରାଚନ୍ଦପୁରର କାଙ୍ଗଓ୍ବାଇରୁ ଆସିଥିଲେ। ରିଲିଫ୍ ଶିବିରରେ ରହୁଥିବା ଲୋକମାନେ ରହୁଥିବା ଏକ ଖାଲି ଘର ଭିତରେ ବିସ୍ଫୋରଣ ଘଟିଥିଲା। ସୁରକ୍ଷା ବାହିନୀ ଘଟଣାସ୍ଥଳରୁ ପ୍ରମାଣ ଜବତ କରିଛନ୍ତି ଯାହା ବିସ୍ଫୋରଣକୁ ସୁନିଶ୍ଚିତ କରିଛି। ସୁରକ୍ଷା କର୍ମୀମାନେ ଏହା ମଧ୍ୟ ଦେଖିଛନ୍ତି ଯେ ଦୁବୃର୍ତ୍ତମାନେ ସତାନର ଗ୍ୟାନୁକୋନ ଗାଁରେ କିଛି ଘରକୁ ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ। ଘଟଣା ପରେ, ଅଞ୍ଚଳରେ ସତର୍କତା ବୃଦ୍ଧି କରାଯାଇଛି ଏବଂ ତଦନ୍ତ ଚାଲିଛି। ଫୋଗାକାଚାଓ ଇଖାଇ ପୋଲିସ ଷ୍ଟେସନ ଅନ୍ତର୍ଗତ ସାଇଟନ୍ ଗ୍ରାମପଞ୍ଚାୟତର ନଗାଉକୋନ୍ ୱାର୍ଡ ନମ୍ବର ୭/୮ ରେ ଏକ ପରିତ୍ୟକ୍ତ ଘରେ ଆଇଇଡି ବିସ୍ଫୋରଣ ହୋଇଥିଲା। ଘରଟି ସଲାମ ମଣି ସିଂହଙ୍କର ଥିଲା,ଯାହାକି ୩ ମେ, ୨୦୨୩ ରୁ ପରିତ୍ୟକ୍ତ ଥିଲା,ଯେତେବେଳେ ଚୁରାଚାନ୍ଦପୁର ଜିଲ୍ଲାର କୁକି ଆତଙ୍କବାଦୀ ଏବଂ ସେମାନଙ୍କ ଗୋଷ୍ଠୀ ଗାଁ ଉପରେ ଆକ୍ରମଣ କରିବା ପରେ ପରିତ୍ୟକ୍ତ ହୋଇଯାଇଥିଲା।

ରିପୋର୍ଟ ଅନୁସାରେ, କୁକି ଆତଙ୍କବାଦୀମାନେ ରକେଟ୍ ଏବଂ ବୋମା ସାହାଯ୍ୟରେ ଗ୍ରାମବାସୀଙ୍କ ଉପରେ ଆକ୍ରମଣ କରିଥିଲେ, ଯାହା ଫଳରେ ଗାଁ ଏବଂ ଆଖପାଖ ଅଞ୍ଚଳର ସବୁ ଲୋକ କେଇବୁଲ ଲାମଜାଓ ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିଲେ। ପୂର୍ବରୁ, କୁକି ଆତଙ୍କବାଦୀମାନେ ବିଷ୍ଣୁପୁର ଜିଲ୍ଲାରେ ବିସ୍ଥାପିତ ଲୋକଙ୍କ ଉପରେ ରକେଟ୍ ଏବଂ ବୋମା ମାଡ଼ କରିଥିଲେ। ସେଭଳି ସୁରକ୍ଷାବଳ ଚୁରାଚନ୍ଦପୁର ଜିଲ୍ଲାର ହେଙ୍ଗଲେପ୍ ପୁଲିସ ଷ୍ଟେସନ୍ ଅନ୍ତର୍ଗତ ସେଜାଙ୍ଗ ଗାଁରୁ ୪୦ କେଜି ଓଜନର ଦୁଇଟି ମଧ୍ୟମ ଆକାରର ରକେଟ୍,ଦେଶୀ ଡବଲ ବ୍ୟାରେଲ୍ ବନ୍ଧୁକ ଓ ୧୦୦୦ କିଲୋଗ୍ରାମ ବିସ୍ଫୋରକ ଜବତ କରିଛି। କୁହାଯାଉଛି ଯେ, ଏହି ସାମଗ୍ରୀର ବ୍ୟବହାର କୁକବି ଆତଙ୍କବାଦୀ ଚୁରାଚନ୍ଦପୁର ଜିଲ୍ଲାର ଲାମଚିଗମାନବି ଓ ଚିଙ୍ଗଫେଇ ଗାଁରେ ଆତଙ୍କୀ ଗତିବିଧି ପାଇଁ ବ୍ୟବହାର କରୁଥିଲେ।