ଭୁବନେଶ୍ଵର, ୨୬/୦୭ : ୩ ଦିନିଆ ଦିଲ୍ଲୀ ଗସ୍ତ ସାରି ଭୁବନେଶ୍ୱର ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ରଖିଲେ ପ୍ରତିକ୍ରିୟା । କହିଲେ ଦିଲ୍ଲୀରେ ସେଭଳି କୌଣସି ଆଲୋଚନା ହୋଇନାହିଁ । ମନ୍ତ୍ରିମଣ୍ଡଳ ଚର୍ଚ୍ଚା ଆଲୋଚନା ପାଇଁ ଯାଇନଥିଲୁ। ସାଂଗଠନିକ ବିଷୟକୁ ନେଇ ଆଲୋଚନା କରିଛୁ। କିଛି ବକେୟା କାମ ରହିଛି ଯାହାକୁ ନେଇ ଆଲୋଚନା କରିଛୁ। ମନ୍ତ୍ରିମଣ୍ଡଳକୁ ନେଇ ସେଭଳି କୌଣସି ସମ୍ଭାବନା ନାହିଁ। କେବଳ ଏକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା ବୋଲି କହିଛନ୍ତି ରାଜ୍ୟ ସଭାପତି ।
ମନମୋହନ କହିଛନ୍ତି, ରାଷ୍ଟ୍ରପତିଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର କରିଛୁ । ସାମ୍ବିଧାନିକ ପଦ୍ଧତିରେ ରାଜ୍ୟ ବିଜେପିରେ ନୂଆ କମିଟି ହେବ। କମିଟି ଗଠନ ପରେ ନୂଆ ଭିଜନ୍ ପ୍ରସ୍ତୁତ ହେବ। ସେହି କମିଟିରେ ପୁରୁଣା ନୂଆ ସମସ୍ତେ ରହିବେ। ରାଜ୍ୟ ବିଜେପିରେ ୨୫ ପ୍ରତିଶତ ନୂଆ ମୁହଁ ଆସିବେ। ଆଜି ଓ କାଲି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବୈଠକ ରହିଛି। ପ୍ରଭାରୀଙ୍କ ନେତୃତ୍ୱରେ ନିରନ୍ତର ବୈଠକ ହେବ। ବିଭିନ୍ନ ବିଷୟକୁ ନେଇ ଆଲୋଚନା ହେବ। ଖୁବ ଶୀଘ୍ର ନିଗମ ପଦବୀ ଗୁଡିକ ପୂରଣ କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସଭାପତି।
ମନମୋହନ ପୁଣି କହିଛନ୍ତି, ମହିଳା ନିର୍ଯାତନା ବିଷୟରେ ସମୀକ୍ଷା କରାଯାଇଛି। ଏହାର ପ୍ରତିକାର ଓ ଦୃଢ଼ ପଦକ୍ଷେପ ନେଇ ବ୍ୟବସ୍ଥା କରାଯିବ। ଏହା ସହ ବଳଙ୍ଗା ପୀଡ଼ିତାଙ୍କ ପରିବାର ସହ ଭେଟି ନାବାଳିକାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝିଛୁ। ଏମ୍ସରେ ଡାକ୍ତରମାନଙ୍କ ସହ ଆଲୋଚନା କରିବା ସାଙ୍ଗକୁ ଉନ୍ନତ ଚିକିତ୍ସା ପାଇଁ କୁହାଯାଇଛି। ଡାକ୍ତରମାନେ ନିରନ୍ତର ଚେଷ୍ଟାରେ ଲାଗିଛନ୍ତି ।