ଭୁବନେଶ୍ବର,୪।୧  : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ମନୋଜ ସାହୁଙ୍କୁ ନିଯୁକ୍ତି ମିଳିଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।  ପୂର୍ବରୁ ଅରବିନ୍ଦ ଡାକୁଆ ଏହି ଦାୟିତ୍ବରେ ଥିଲେ। ତାଙ୍କୁ ପୌର ପ୍ରଶାସକ ଏବଂ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରିବା ପରେ ତାଙ୍କ ସ୍ଥାନରେ ମନୋଜଙ୍କୁ ଏହି ଦାୟିତ୍ବ ମିଳିଛି।  

ମନୋଜଙ୍କ ଘର  ଜଗତସିଂହପୁର ଜିଲା ବାଲିକୁଦା ବ୍ଲକରେ। ୨୦୦୬ ବ୍ୟାଚ୍‌ର ଆଇଏଏସ୍‌ ମନୋଜ ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳର କ୍ୟାଡର୍‌ ଅଧିକାରୀ।  ପୂର୍ବରୁ ଶ୍ରୀ ସାହୁ   ଡେପୁଟି ନିର୍ବାଚନ କମିଶନର ଭାବେ ନୂଆଦିଲ୍ଲୀରେ କାର୍ଯ୍ୟ କରୁଥିଲେ। ଇଣ୍ଟର କ୍ୟାଡର ଡେପୁଟେଶନରେ ମନୋଜ ଓଡିଶା ଆସିଛନ୍ତି। ତାଙ୍କୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତ କରାଯାଇଥିଲା ।   ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ବ ମିଳିଛି।