ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଧମତରି ଜିଲ୍ଲାରେ ମାଓ ଡମ୍ପ୍ ଠାବ, ଲ୍ୟାଣ୍ଡମାଇନ୍‌ ଏବଂ ବୋମା ଜବତ

Published By : Harapriya Sethi | May 1, 2025 1:02 PM

ଭୁବନେଶ୍ୱର, ୦୧/୦୫: ଛତିଶଗଡ଼ ଧମତରି ଜିଲ୍ଲାରେ ଏକ ମାଓ ଡମ୍ପ୍ ଠାବ କଲେ ସୁରକ୍ଷା ବାହିନୀ । ନଗରୀ ଜଙ୍ଗଲରେ ଯବାନ ମାନେ କମ୍ବିଂ ଅପରେସନ ଲାଗି ଯାଇଥିବା ବେଳେ ଲ୍ୟାଣ୍ଡମାଇନ ଡିଟେକ୍ଟର ଦ୍ୱାରା ସର୍ଚ୍ଚ କରି ମାଓବାଦୀଙ୍କ ଏକ ଡମ୍ପ୍ ଖୋଜି ବାହାର କରିଥିଲେ ସୁରକ୍ଷାକର୍ମୀ । ଡମ୍ପ୍‌ ଭିତରେ ୩ଟି ଲ୍ୟାଣ୍ଡମାଇନ, ୨ଟି ପାଇପ୍ ବୋମା ଓ ଗୋଟିଏ ଟିଫିନ୍ ବୋମା ସହ ନକ୍ସଲପନ୍ଥୀ ଦୈନିକ ବ୍ୟବହାର ସାମଗ୍ରୀ ରହିଛି । 

ସୂଚନା ମୁତାବକ, ନଗରୀ ଜଙ୍ଗଲରେ ଯବାନ ମାନେ କମ୍ବିଂ ଅପରେସନ୍‌ କରିବା ବେଳେ ଏକ ମାଓ ଡମ୍ପ୍ ଠାବ କରିଥିଲେ । ଲ୍ୟାଣ୍ଡମାଇନ ଡିଟେକ୍ଟର ଦ୍ୱାରା ସର୍ଚ୍ଚ କରି ମାଓବାଦୀଙ୍କ ଏହି ଡମ୍ପ୍ ଖୋଜି ବାହାର କରିଥିଲେ ସୁରକ୍ଷାକର୍ମୀ । ଉକ୍ତ ଡମ୍ପ୍‌ ଭିତରେ ୩ଟି ଲ୍ୟାଣ୍ଡମାଇନ, ୨ଟି ପାଇପ୍ ବୋମା ଓ ଗୋଟିଏ ଟିଫିନ୍ ବୋମା ସହ ନକ୍ସଲପନ୍ଥୀ ଦୈନିକ ବ୍ୟବହାର ସାମଗ୍ରୀ ରହିଛି । ମାଓବାଦୀ ମାନେ ଭୟଭୀତ ହୋଇ ଏହିସବୁ ବିସ୍ଫୋରକ ସାମଗ୍ରୀ ଲୁଚାଇ ରଖିଥିବା ବେଳେ ଡିଆରଜି ଓ ସିଆରପିଏଫ ବାହିନୀ ଏହାକୁ ଜବତ କରି ନିଷ୍କ୍ରିୟ କରିଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.