ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ସୁରକ୍ଷାକର୍ମୀଙ୍କ ସଫଳତା, ମାଲକାନଗିରି ସୀମାନ୍ତରୁ ମାଓବାଦୀଙ୍କ ଅସ୍ତ୍ର କାରଖାନା ଠାବ

Published By : Harapriya Sethi | January 23, 2025 11:34 AM

ମାଲକାନଗିରି,୨୩/୦୧: ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ଼ ସଫଳତା । ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମାଜିଲ୍ଲାରେ ମାଓବାଦୀଙ୍କ ଅସ୍ତ୍ର ଶସ୍ତ୍ର ତିଆରି କରିବା କାରଖାନା ଠାବ । ମାଓ ବିରୋଧୀ ଅଭିଯାନରେ କୋବ୍ରା ବାଟାଲିୟନ ଓ ସିଆର୍‌ପିଏଫ୍‌ର ମିଳିତ ଅପରେସନ ବେଳେ ସୁକୁମା ଜିଲ୍ଲାର ମେଟାଗୁଡେମ ଏବଂ ଡୁଲେର ଗାଁ ମଧ୍ୟରେ ଥିବା ଜଙ୍ଗଲ ଭିତରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ମିଳିଛି । ଏହା ସହ ଅସ୍ତ୍ର ଶସ୍ତ୍ର ତିଆରି ଉପକରଣ ମଧ୍ୟ ଜବତ କରିଛନ୍ତି ସୁରକ୍ଷା କର୍ମୀ । 

ସୂଚନା ମୁତାବକ, ଛତିଶଗଡ଼ରରେ ଅନ୍ତିମ ପର୍ଯ୍ୟାୟ ରେ ମାଓ ବିରୋଧୀ ଅପରେସନ ଚାଲିଥିବା ବେଳେ ମାଓବାଦୀଙ୍କୁ ମୁଳପୋଛ କରିବା ଲାଗି ସୁରକ୍ଷା କର୍ମୀ ଦିନ ରାତି ଅପରେସନ କରୁଛନ୍ତି । ଏହି ଅପରେସନ୍‌ ବେଳେ ସୁକୁମା ଜିଲ୍ଲାର ମେଟାଗୁଡେମ ଏବଂ ଡୁଲେର ଗାଁ ମଧ୍ୟରେ ଥିବା ଜଙ୍ଗଲ ଭିତରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସହ ଅସ୍ତ୍ରଶସ୍ତ୍ର ମଧ୍ୟ ମିଳିଛି । ଉଦ୍ଧାର ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ସାବୁନ ବାକ୍ସରେ ପ୍ୟାକ୍ ହୋଇଥିବା ୨୧ଟି ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ୍ (ଆଇଇଡି), ମଲ୍ଟିପଲ୍ ବ୍ୟାରେଲ୍ ଗ୍ରେନେଡ୍ ଲଞ୍ଚର୍ (ବିଏଲ୍‌ଜି) ବୋମା, ଏକ ଜେନେରେଟର ସେଟ୍, ଲେଦ୍  ମେସିନ୍, ବିସ୍ଫୋରକ ତିଆରି ସାମଗ୍ରୀ, ବନ୍ଧୁକ ତିଆରି ଉପକରଣ ଏବଂ ଜରୁରୀ ଚିକିତ୍ସା ସାମଗ୍ରୀ ଜବତ ହୋଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.