ବଲାଙ୍ଗିର, ୧୬।୧୨ :  ବଲାଙ୍ଗିର ଡିଭିଏଫ ପୋଲିସ ଦ୍ବାରା ବଡ଼ଧରଣର ମାଓ କ୍ୟାମ୍ପ ଠାବ। ବଲାଙ୍ଗୀର ତୁରେକେଲା ଥାନା ଛତର ଦଣ୍ଡି ଜଙ୍ଗଲ ଭିତରୁ ମାଓକ୍ୟାମ୍ପ ଠାବ। ବନ୍ଧୁକ , ଅଫୁଟା ଗୁଳି, ଲ୍ୟାଣ୍ଡ ମାଇନ୍ସରେ ତିଆରି ପାଇଁ ବ୍ୟବହାର ହେଉଥିବା ସମସ୍ତ ସାମଗ୍ରୀ   ଜବତ ହୋଇଛି । 

ଗତ ଦୁଇଦିନ ଧରି ଡିଭିଏଫ ପୋଲିସ ଜଙ୍ଗଲରେ କମ୍ବିଂ କରୁଥିବା ବେଳେ ମାଓ କ୍ୟାମ୍ପ ଠାବ କରିଛି।  ବିବିଏମ ଡିଭିଜନ ର ୫ ରୁ ୭ ମାଓବାଦୀଥିବା ବେଳେ କମ୍ବିଂ ବେଳେ ସେମାନେ  ଛତ୍ରଭଙ୍ଗ କରିଥିବା ସୂଚନା ମିଳିଛି।