ପ୍ରମୂଖ ଖବର
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ବିଏସଏଫ୍‌କୁ ବଡ଼ ସଫଳତା, ମାଲକାନଗିରିରୁ ମାଓ ଡମ୍ପ ଠାବ

Published By : Rasmita Pradhan | April 25, 2025 11:32 AM

ମାଲକାନଗିରି, ୨୫/୦୪ : ବିଏସଏଫ୍‌କୁ ବଡ଼ ସଫଳତା। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳରେ ମାଓ ଡମ୍ପ ଠାବ। ପଣଷପୁଟ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡା ଜଙ୍ଗଲରୁ ୪ଟି ଟିଫିନ ବୋମା ସହ ମାଓ ସାମଗ୍ରୀ ଜବତ ହୋଇଛି। 

ସୂଚନାନୁଯାୟୀ, ଘନବେଡା ଓ ଗୋରାସେତୁ ବିଏସଏଫ କ୍ୟାମ୍ପର ୧୭୭ ବାଟାଲିୟନର ଯବାନମାନେ ଏରିଆ ଡମିନେସନ କରିବା ଲାଗି ପଣଷପୁଟ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡା ଜଙ୍ଗଲକୁ ଯାଇଥିଲେ। ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଗୋଟିଏ ସ୍ଥାନରେ ଲ୍ୟାଣ୍ଡମାଇନ୍ ଡିଟେକ୍ଟର ଦ୍ଵାରା ମାଓ ଡମ୍ପ ଠାବ ହୋଇଥିଲା। ମାଓ ଡମ୍ପରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ମାଓ ସାମଗ୍ରୀ ଜବତ ହୋଇଛି। ୪ଟି ଟିଫିନ ବୋମା ସହ ଗୋଟିଏ ୧୨ ଭୋଲ୍ଟ ବ୍ୟାଟେରୀ, ବିଦ୍ୟୁତ ତାର, ପ୍ଲାଷ୍ଟିକ ଡ୍ରମ୍, ଅକ୍ସିନେଜ୍ ସିଲିଣ୍ଡର ସହ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। 

ଛତିଶଗଡ଼ରେ ମାଓ ବିରୋଧୀ ଅପରେସନ ଜୋରଦାର ଚାଲିଥିବା ବେଳେ ମାଓବାଦୀମାନେ ମାଲକାନଗିରି ସୀମା ଭିତରେ ପ୍ରବେଶ କରି ଏହି ସବୁ ବିସ୍ଫୋରକ ସାମଗ୍ରୀ ମାଟି ତଳେ ଡମ୍ପ କରିଥିବା ନେଇ ବିଏସଏଫ ଆଇଜି ସୂଚନା ଦେଇଛନ୍ତି।

ଏହି ଖବରଟିକୁ ପଢନ୍ତୁ-ମସଲା ଓ ଆଚାର ଗୋଦାମରେ ଅଗ୍ନିକାଣ୍ଡ, କୋଟିଏରୁ ଅଧିକ ଟଙ୍କାର ସାମଗ୍ରୀ ନଷ୍ଟ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.