ଫିରିଙ୍ଗିଆ, ୨୨/୧୧ : ଡ଼ିମିରିଗୁଡା ପଞ୍ଚାୟତର କମଡକାମ୍ବା, ବରପଦା, କମ୍ବାପଦର, ବାଡ଼ିଗୁଡା ଓ ମେଲୁପଡା ଗାଁ ନିକଟ ଜଙ୍ଗଲ ଜମିରେ ଗଞ୍ଜେଇ ଗଛ କଟା ହୋଇଛି। ୧୪୭ ଏକର ଜମିରୁ ଗଞ୍ଜେଇ ଗଛ କଟା ହୋଇଛି।ପ୍ରାୟ ଏକ ଲକ୍ଷ୍ ୪୬ ହଜାର ନଅ ସହ ୯୯ ଟି ଗଛ କୁ କାଟିଦେବା ସହ ଜାଳିପୋଡି ନଷ୍ଟ କରିଦିଆଯାଇଛି I

ସେପଟେ ଶନିବାର ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାବରେ ଏସଆଇ ପ୍ରମୋଦ କୁମାର ବେହେରା, ଥାନାର ଅନ୍ୟ କର୍ମଚାରୀଙ୍କ ସହ ପ୍ରାୟ ତିରିଶ ଜଣ ଶ୍ରମିକ ଏହି ଅଭିଯାନ ରେ ସାମିଲ ହୋଇଥିଲେ। ସୁରକ୍ଷା ଦୃଷ୍ଟିକୁ ଆଖିଆଗରେ ରଖି ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା I ସେପଟେ ଏହି ଗଞ୍ଜେଇ କଟା କୁ ନେଇ ଫିରିଙ୍ଗିଆ ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିବା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି I